ନକ୍ସଲଙ୍କ ଆଇଡି ବିସ୍ପୋରଣ, ଜଣେ ଆଇଟିବିପି ଯବାନ ମୃତ

Published By : Prameya-News7 Bureau | March 05, 2021 IST

ରାୟପୁର, ୦୫/୦୩: ଛତିଶଗଡ଼ରେ ନକ୍ସଲ୍‌ ଏକ ଆଇଡି ବିସ୍ପୋରଣ କରିଥିବା ଘଟଣା ସାମ୍ନାକୁ ଆସିଛି । ଏଥିରେ ଜଣେ ଆଇଟିବିପି ଯବାନଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଏହି ଘଟଣା ନକ୍ସଲ ପ୍ରଭାବିତ ନାରାୟଣପୁର ଜିଲ୍ଲାରେ ହୋଇଥିବା ଜଣାପଡ଼ିଥିବା ଆଖପାଖ ଅଞ୍ଚଳରେ ଆଉ କିଛି ଆଇଡି ବିଛାଯାଇଥିବା ଜଣାପଡ଼ିଛି ।

ଆଧିକାରୀକ ପକ୍ଷରୁ କୁହାଯାଇଛି ଯେ, ଛତିଶଗଡ଼ ନାରାୟଣପୁରରେ ହୋଇଥିବା ଏକ ଆଇଡି ବିଷ୍ପୋରଣ କାରଣରୁ ଜଣେ ଯବାନ ସହିଦ୍‌ ହୋଇଛନ୍ତି । ଜିଲ୍ଲାର କୋହକମେଟା ଅଞ୍ଚଳରେ ନକ୍ସଲ ଆଇଡି ବିଛାଇଥିଲେ । ଫଳରେ ହେଡ୍‌ କନେଷ୍ଟବଳ ରାମତୋର ମଂଗେସ୍‌ ଏହାର ସଂସ୍ପର୍ଶରେ ଆସିଯାଇଥିଲେ । ତେଣୁ ଏହା ବିସ୍ପୋରଣ ହୋଇ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଏହି ଘଟଣା ଶୁକ୍ରବାର ସନ୍ଧ୍ୟା ୫ଟାରେ ହୋଇଥିବା ଜଣାପଡ଼ିଛି ।

ତେବେ ମଂଗେସ୍‌ଙ୍କ ଘର ମହାରାଷ୍ଟ୍ରର ନାଗପୁରରେ ହୋଇଥିବା ବେଳେ ସେ ସାଥୀ ପୋଲିସ୍‌ଙ୍କ ସହ ଅପରେଶନ୍‌ରେ ଯାଇଥିଲେ ବୋଲି ଅଧିକାରୀ କହିଛନ୍ତି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.