Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଡରାଉଛି ICMR ରିପୋର୍ଟ: ଦେଶରେ ବଢ଼ୁଛି ମଧୁମେହ ରୋଗୀଙ୍କ ସଂଖ୍ୟା, ଗୋଆରେ ସର୍ବାଧିକ

9/06/2023 at 12:07 PM

ନୂଆଦିଲ୍ଲୀ ୦୯/୦୬: ଚିନ୍ତା ବଢାଇଛି ICMR ରିପୋର୍ଟ । ରିପୋର୍ଟରେ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି ଦେଶରେ ବଢିଛି ଡାଏବେଟିସ୍ ରୋଗ । ଭାରତରେ ଏବେ ୧୦ କୋଟିରୁ ଅଧିକ ଲୋକ ଡାଇବେଟିସ୍ ତଥା ମଧୁମେହ ରୋଗରେ ପୀଡିତ । ସବୁଠୁ ବଡ଼ କଥା ହେଉଛି ଏହି ରୋଗ ଦିନକୁ ଦିନ ବଢିବାରେ ଲାଗିଛି ।

ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ସାଇନ୍ସ ଆଇଏସିଆରର ତଥ୍ୟ ମୁତାବକ, ଗତ ୪ ବର୍ଷରେ ମଧୁମେହ ରୋଗୀଙ୍କ ସଂଖ୍ୟା ୪୪ ପ୍ରତିଶତ ବୃଦ୍ଧି ପାଇଛି । ୨୦୧୯ରେ ୭ କୋଟି ଲୋକେ ମଧୁମେହ ରୋଗରେ ପୀଡିତ ଥିଲେ । ୪ ବର୍ଷ ମଧ୍ୟରେ ଆଉ ୩ କୋଟିରୁ ଅଧିକ ଲୋକେ ଏହି ମାରାତ୍ମକ ରୋଗରେ ଆକ୍ରାନ୍ତ ହୋଇଛନ୍ତି । ୟୁକେ ମେଡିକାଲ ଜର୍ଣ୍ଣାଲ ‘ଲାନସେଟ’ରେ ଆଇସିଏମଆରର ରିପୋର୍ଟ ପ୍ରକାଶ ପାଇଛି ।

ରିପୋର୍ଟ ମୁତାବକ, ଏବେ ଦେଶରେ ୧୩ କୋଟି ୬୦ ଲକ୍ଷ ଲୋକ ପ୍ରାରମ୍ଭିକ ମଧୁମେହ ରୋଗର ପୀଡିତ ଅଛନ୍ତି । ଯାହା ଆମ ଦେଶର ଜନସଂଖ୍ୟାର ୧୫ ଦଶମିକ୍ ୩ ପ୍ରତିଶତ । ଭାରତରେ ସବୁଠୁ ଗୋଆରେ ୨୬ ଦଶମିକ୍ ୪ ପ୍ରତିଶତ ଲୋକ ଡାଏବେଟିସ ରୋଗରେ ପୀଡିତ ଅଛନ୍ତି । ଏହା ପଛକୁ ପୁଡୁଚେରୀର ୨୬ ଦଶମିକ୍ ୩ ପ୍ରତିଶତ, କେରଳରେ ୨୫ ଦଶମିକ୍ ୫ ପ୍ରତିଶତ ଲୋକେ ମଧୁମେହ ରୋଗରେ ପୀଡ଼ିତ ଅଛନ୍ତି ।

   Related Posts