ଆଇସିଏମଆର ବୈଜ୍ଞାନିକଙ୍କ ଘୋଷଣା : ‘ମଙ୍କିପକ୍ସ ପାଇଁ ପୁରା ପ୍ରସ୍ତୁତ ରହିଛି ଭାରତ, ଏବେ ସୁଦ୍ଧା ଦେଶରେ ନାହିଁ ଗୋଟିଏବି ମାମଲା’

Published By : Prameya-News7 Bureau | May 27, 2022 IST

ନୂଆଦିଲ୍ଲୀ ୨୭/୦୫ : ସାରା ଦୁନିଆର ଏବେ ବିଭିନ୍ନ ଦେଶରେ ମଙ୍କିପକ୍ସ ମାମଲା ସାମ୍ନାକୁ ଆସୁଛି। ଏପରି ପରିସ୍ଥିତିକୁ ଦୃଷ୍ଟିରେ ରଖି ଶୁକ୍ରବାର ଭାରତୀୟ ଆୟୁର୍ବିଜ୍ଞାନ ଗବେଷଣା ପରିଷଦ (ଆସିଏମଆର)ର ଜଣେ ଅଧିକାରୀ କହିଛନ୍ତି ଅନ୍ୟ ଦେଶମାନଙ୍କରେ ବଢ଼ୁଥିବା ସଂକ୍ରମଣକୁ ଦେଖି ଭାରତ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ହୋଇ ରହିଛି। କିନ୍ତୁ ଆମ ଦେଶରେ ମଙ୍କି ପକ୍ସର କୌଣସି ମାମଲା ବର୍ତ୍ତମାନ ସୁଦ୍ଧା ସାମ୍ନାକୁ ଆସିନାହିଁ।

ଖବର ସରବରାହ ସଂସ୍ଥା ‘ଏଏନଆଇ’କୁ ସାକ୍ଷାତକାର ଦେବା ସମୟରେ ବୈଜ୍ଞାନିକ ଡାକ୍ତର ଅପର୍ଣ୍ଣା ମୁଖାର୍ଜୀ କହିଛନ୍ତି ୟୁରୋପ, ଆମେରିକା ଓ ଅନ୍ୟ ଦେଶମାନଙ୍କରେ ମଙ୍କି ପକ୍ସ ସଂକ୍ରମଣ ଦୃତ ଗତିରେ ବ୍ୟାପୁଛି। ଭାରତ ଏଥିପାଇଁ ପୁରା ପ୍ରସ୍ତୁତ ହୋଇ ରହିଛି। ଅସାମାନ୍ୟ ଲକ୍ଷଣ ଉପରେ ତିକ୍ଷ୍ଣ ଦୃଷ୍ଟି ଦେବାକୁ ଡାକ୍ତର ମୁଖାର୍ଜୀ ଗୁରୁତ୍ୱ ଦେଇଛନ୍ତି। ଯେଉଁ ଲୋକମାନେ ମଙ୍କିପକ୍ସ ପ୍ରଭାବିତ କୌଣସି ଦେଶରୁ ଭାରତକୁ ଫେରୁଛନ୍ତି ସେମାନେ ବିଶେଷ ସତର୍କତା ଅବଲମ୍ବନ କରିବା ଆବଶ୍ୟକ ବୋଲି ସେ କହିଛନ୍ତି ।  

wp:html /wp:html

ଡାକ୍ତର ମୁଖାର୍ଜୀ ଆହୁରି କହିଛନ୍ତି ଯେଉଁ ଲୋକମାନେ ଲକ୍ଷଣ ଅନୁଭବ କରୁଛନ୍ତି ସୋମାନେ ତୁରନ୍ତ ପରୀକ୍ଷା କରାଇନେବା ଉଚିତ। ଏଥିରେ ଲୋକମାନଙ୍କୁ ଭୟବିତ ହେବାର ଆବଶ୍ୟକତା ନାହିଁ ଓ ମଙ୍କି ପକ୍ସ ପଜିଟିବ ଆସିଥିବା ଲୋକମାନଙ୍କର ସଂସ୍ପର୍ଷରେ ନଆସି ତାଙ୍କ ଠାରୁ ଦୂରେଇ ରହିବା ଆବଶ୍ୟକ। ଏହି ରୋଗ ବହୁତ ଘନିଷ୍ଠ ସମ୍ପର୍କରୁ ବ୍ୟାପିଥାଏ  ବୋଲି ସେ କହିଛନ୍ତି। ଆସିଏମଆର ତରଫରୁ ଏହି ରୋଗରୁ ରକ୍ଷା ପାଇବା ପାଇଁ ଗାଇଡଲାଇନ ଜାରି କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.