AKK 2023
Hari omm 2
AKK2023
hari om films
WEB_F-8
HARI-OMM_728X90_B
WEB_F-9
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନବଦାସ ହତ୍ୟା ଘଟଣାରେ ଡିଜିଙ୍କ ପ୍ରେସମିଟ୍, କହିଲେ ତଦନ୍ତକୁ ଆହୁରି ଲାଗିବ ସମୟ
  • ||
  • ଭୁବନେଶ୍ୱର୨: CFSLର ସହାୟତାରେ ASI ଗୋପାଳ ଦାସଙ୍କ ହେବ ଭଏସ ଟେଷ୍ଟ
  • ||
  • ଖଲ୍ଲିକୋଟ: ବସ୍‌ କର୍ମଚାରୀ ଭୁଲିଗଲେ ମାନବିକତା, ଅଧାରାସ୍ତାରେ ଛାଡି ଚାଲିଗଲେ ମୃତଦେହ
  • ||
  • ଦାରିଙ୍ଗବାଡି: ବାଇକ୍‌-କାର୍‌ ମୁହାଁମୁହିଁ ଧକ୍କା: ୨ ମୃତ, ଜଣେ ଆହତ
  • ||
  • ପାଟଣା: ପୋଖରୀ ଭିତରକୁ ପଶିଲା ତେଲ ଟ୍ୟାଙ୍କର, ଭାରସାମ୍ୟ ହରାଇ ଓଲଟିପଡିଲା
  • ||

ICMRର ପରାମର୍ଶ, ସାମାନ୍ୟ ଜ୍ୱର ହେଲେ ଖାଅନି ଆଣ୍ଟିବାୟୋଟିକ୍

28/11/2022 at 10:33 AM

ନୂଆଦିଲ୍ଲୀ,୨୮/୧୧: ସାଧାରଣତଃ ବ୍ୟାକ୍ଟେରିଆ ଜନିତ ସଂକ୍ରମଣ ରୋକିବା ପାଇଁ ବ୍ୟବହାର ହେଉଥିବା ଆଣ୍ଟିବାୟୋଟିକ୍‌ ଔଷଧ ସେବନକୁ ନେଇ ଇଣ୍ଡିଆନ୍‌ କାଉନ୍‌ସିଲ ଅଫ୍‌ ମେଡିକାଲ ରିସର୍ଚ୍ଚ (ଆଇସିଏମ୍‌ଆର୍‌) ଗାଇଡ୍‌ଲାଇନ ଆଣିଛି । ସାମାନ୍ୟ ଜ୍ୱର କିମ୍ବା ଭାଇରାଲ ବ୍ରୋଙ୍କାଇଟିସ୍‌ ଭଳି ଅସୁସ୍ଥତାବେଳେ ଆଣ୍ଟିବାୟୋଟିକ୍‌ଠାରୁ ଦୂରେଇ ରହିବା ପାଇଁ ଏଥିରେ ପରାମର୍ଶ ଦିଆଯାଇଛି । ସେହିପରି ଚର୍ମ ଏବଂ ସଫ୍ଟ ଟିସ୍ୟୁ ସଂକ୍ରମଣ ରୋକିବା ପାଇଁ ଡାକ୍ତର ୫ ଦିନ ପାଇଁ ଆଣ୍ଟିବାୟୋଟିକ୍‌ ଲେଖିବାକୁ ଗାଇଡଲାଇନରେ ରହିଛି । ସେହିପରି କମ୍ୟୁନିଟି ଆକ୍ୟୁଆର୍ଡ ନିମୋନିଆ ପାଇଁ ୫ ଦିନ ଏବଂ ହସ୍ପିଟାଲ ଆକ୍ୟୁଆର୍ଡ ନିମୋନିଆ ରୋଗୀଙ୍କ ପାଇଁ ୮ ଦିନ ପର୍ଯ୍ୟନ୍ତ ଆଣ୍ଟିବାୟୋଟିକ୍‌ ପ୍ରେସ୍‌କ୍ରାଇବ କରାଯାଇପାରିବ ।

ବହୁସଂଖ୍ୟାରେ ଲୋକେ ମନଇଚ୍ଛା ଭାଇରାଲ ଜ୍ୱର, କାଶ ଆଦିରେ ମଧ୍ୟ ଆଣ୍ଟିବାୟୋଟିକ୍‌ ସେବନ କରୁଛନ୍ତି । ଏହାର କୁପ୍ରଭାବ ସେମାନଙ୍କ ଶରୀର ଉପରେ ପଡ଼ୁଛି । ଆମ ଶରୀରରେ ଥିବା କେତେକ ଭଲ ବ୍ୟାକ୍ଟେରିଆ ଏଥିଯୋଗୁ ନଷ୍ଟ ହୋଇଥାନ୍ତି । ଏଥିଯୋଗୁ ଶରୀରରେ ରୋଗ ସୃଷ୍ଟିକାରୀ ବ୍ୟାକ୍ଟେରିଆ ସଂଖ୍ୟା ବୃଦ୍ଧି ଘଟିଥାଏ । ଯେତେବେଳେ ରୋଗୀଙ୍କୁ ବାସ୍ତବରେ ଆଣ୍ଟିବାୟୋଟିକ୍‌ ଆବଶ୍ୟକ ପଡ଼େ ସେତେବେଳେ ତାହା ସେମାନଙ୍କ ଶରୀରରେ ଠିକ୍‌ ଭାବେ ପ୍ରଭାବୀ ହୋଇପାରି ନ ଥାଏ ।

ବିନା ଡାକ୍ତରଙ୍କ ପରାମର୍ଶରେ ଆଣ୍ଟିବାୟୋଟିକ୍‌ ବ୍ୟବହାର ନ କରିବାକୁ ମେଡିକାଲ ଏଜେନ୍ସିଗୁଡ଼ିକ ବାରମ୍ବାର ଚେତାବନୀ ଦେଉଛନ୍ତି । ନିକଟରେ ଆଇସିଏମ୍‌ଆର୍‌ ଦ୍ୱାରା ଏକ ମଲ୍ଟି-ସେଣ୍ଟର ସର୍ଭେ କରାଯାଇଥିଲା । ଶରୀରରେ ଆଣ୍ଟିବାୟୋଟିକ୍‌କୁ ପ୍ରତିରୋଧ କରୁଥିବା କେତେକ ତତ୍ତ୍ୱ ଉପରେ ଏଥିରେ ଅଧ୍ୟୟନ କରାଯାଇଥିଲା । ଏଥିରୁ ଜଣାପଡ଼ିଛି, ରକ୍ତ, ମୂତ୍ରନଳୀ, ଫୁସ୍‌ଫୁସ୍‌ ଆଦିରେ ସଂକ୍ରମଣ ବଢ଼ାଉଥିବା ଏସିନେଟୋବ୍ୟାକ୍ଟର ବୌମାନି ନାମକ ଏକ ବ୍ୟାକ୍ଟେରିଆ ପ୍ରଭାବଶାଳୀ ଆଣ୍ଟିବାୟୋଟିକ୍‌କୁ ସହଜରେ ପ୍ରତିରୋଧ କରିପାରୁଛି । ଫଳରେ ଏହି ବ୍ୟାକ୍ଟେରିଆରେ ସଂକ୍ରମିତ ବ୍ୟକ୍ତିଙ୍କ ଚିକିତ୍ସା କଷ୍ଟକର ହେଉଛି । ଏହି ବ୍ୟାକ୍ଟେରିଆ ଭଳି ଅନ୍ୟକେତେକ ଜୀବାଣୁ ମଧ୍ୟ ଆଣ୍ଟିବାୟୋଟିକ୍‌କୁ ପ୍ରତିରୋଧ କରୁଛନ୍ତି ।

୨୦୨୧ରେ ଆଇସିୟୁରେ ନିମୋନିଆ ରୋଗୀଙ୍କ ପାଇଁ ଚିକିତ୍ସାରେ ବ୍ୟବହୃତ କାର୍ବୋପେନେମ୍ସ ଆଣ୍ଟିବାୟୋଟିକ୍‌ ପ୍ରଭାବଶାଳୀ ନ ହେବା ମାମଲା ବଢ଼ିଥିବା ଆଇସିଏମ୍‌ଆର୍‌ କହିଛି । ଏସବୁକୁ ଦେଖି ଆଣ୍ଟିବାୟୋଟିକ୍‌ ବ୍ୟବହାରକୁ ନେଇ ଗାଇଡ୍‌ଲାଇନ ଆଣିବା ଜରୁରୀ ଥିଲା ବୋଲି ଆଇସିଏମ୍‌ଆର ପକ୍ଷରୁ କୁହାଯାଇଛି ।

   Related Posts