ICMR ଡାଟା ଲିକ୍ ଘଟଣାରେ ୪ ଅଭିଯୁକ୍ତ ଗିରଫ; ପାକିସ୍ତାନର ଗୁଇନ୍ଦା ତଥ୍ୟ ବି କରିଥିଲେ ଚୋରି

Published By : Prameya-News7 Bureau | December 18, 2023 IST

ନୂଆଦିଲ୍ଲୀ: ଇଣ୍ଡିଆନ୍ କାଉଁସିଲ୍ ଅଫ୍ ମେଡିକାଲ ରିସର୍ଚ୍ଚର ଡାଟା ଲିକ୍ ଘଟଣାରେ ୪ଜଣ ଗିରଫ । କେନ୍ଦ୍ରୟୀ ଗୁଇନ୍ଦା ଏଜେନ୍ସି ୩ ରାଜ୍ୟରୁ ୪ଜଣ ହ୍ୟାକର୍ସଙ୍କୁ ବାନ୍ଧିଛି । କିଛି ଦିନ ପୂର୍ବରୁ ଆଇସିଏମ୍‌ଆର୍ ଡାଟା ବ୍ୟାଙ୍କରୁ ପ୍ରାୟ ୮୧ କୋଟିରୁ ଅଧିକ ଭାରତୀୟଙ୍କ ତଥ୍ୟ ଚୋରି ହୋଇଥିଲା । ଦୁଇ ମାସ ପୂର୍ବରୁ ଡାର୍କ ଓ୍ବେବରେ ଡାଟା ବିକ୍ରି ପାଇଁ ବିଜ୍ଞାପନ ଆସିଥିଲା । ଯାହା ପରେ ଦିଲ୍ଲୀ ପୋଲିସର ସ୍ପେଶାଲ ଟାକ୍ସ ଫୋର୍ସ ତଦନ୍ତ ଆରମ୍ଭ କରିଥିଲା । ତିନି ରାଜ୍ୟରେ ଆଇସିଏମ୍‌ଆର୍ ଡାଟା ଲିକ୍ ଘଟଣାରେ ଚଢ଼ାଉ କରି ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ।

ଇଣ୍ଡିଆନ୍ ଏକ୍ସପ୍ରେସର ରିପୋର୍ଟ ମୁତାବକ, ଦିଲ୍ଲୀ ପୋଲିସ ପଚରାଉଚରା ବେଳେ ଜାଣିବାକୁ ପାଇଥିଲା ଯେ, ସନ୍ଦିଗ୍ଧମାନେ ଯା଼୍ଚ ବ୍ୟୁରୋ (FBI) ଏବଂ କମ୍ପ୍ୟୁଟରାଇଜଡ୍ ଜାତୀୟ ପରିଚୟ ପତ୍ର (CNIC) ଏବଂ ପାକିସ୍ତାନର ଆଧାର ସମକକ୍ଷ ତଥ୍ୟ ମଧ୍ୟ ଚୋରି କରୁଥିଲେ । କେନ୍ଦ୍ରୀୟ ଗୁଇନ୍ଦା ବିଭାଗର ବରିଷ୍ଠ ଅଧିକାରୀଙ୍କ କହିବା କଥା, ଦିଲ୍ଲୀ ପୋଲିସ ଚଳିତ ମାସ ଆରମ୍ଭରୁ ଡାଟା ଲିକ୍ ଘଟଣାରେ ସଂଜ୍ଞାନ ନେଇ ଏଫଆଇଆର୍ ରୁଜୁ କରିଥିଲା ।

wp:embed {"url":"https://www.prameyanews7.com/tamilnadu-declares-holiday-for-schools-in-four-districts-today-due-to-heavy-rain/","type":"wp-embed","providerNameSlug":"prameya-news-7"}
https://www.prameyanews7.com/tamilnadu-declares-holiday-for-schools-in-four-districts-today-due-to-heavy-rain/
/wp:embed

ଗୁଇନ୍ଦା ଅଧିକାରୀ କହିଛନ୍ତି, ଗତ ସପ୍ତାହରେ ୪ଜଣ ଗିରଫ ହୋଇଥିଲେ । ସେମାନେ ଓଡ଼ିଶାକୁ ବିଟେକ୍  କରିଥିଲେ । ଅନ୍ୟ ଦୁଇ ଜଣ ହରିୟାଣାରୁ ସ୍କୁଲ ଡ୍ରପ୍ ଆଉଟ୍ ଏବଂ ଝାନ୍ସିରୁ ଜଣେ ଗରିଫ ହୋଇଛି । ସମସ୍ତଙ୍କୁ ଦିଲ୍ଲୀ କୋର୍ଟକୁ ଚାଲାଣ କରାଯାଇଛି । ଦିଲ୍ଲୀ ପୋଲିସ ଅଭିଯୁକ୍ତଙ୍କୁ ୭ ଦିନିଆ ରିମାଣ୍ଡରେ ନେଇ ସତ ଓଗାରୁଛି । ଗୁଇନ୍ଦା ଅଧିକାରୀ କହିଛନ୍ତି, ଅଭିଯୁକ୍ତଙ୍କୁ ପଚରାଉଚରା ବେଳେ ଜାଣିବାକୁ ପାଇଥିଲେ ଯେ, ଅଭିଯୁକ୍ତମାନେ ୨ରୁ ୩ ବର୍ଷ ତଳେ ଏକ ଗେମିଂ ପ୍ଲାଟଫର୍ମରେ ପରିଚିତ ହୋଇଥିଲା । ପରେ ସେମାନେ ଅଧିକରୁ ଅଧିକ ଟଙ୍କା ରୋଜଗାର କରିବା ପାଇଁ ଡାଟା ଚୋରି ଭଳି ଯୋଜନା କରିଥିଲେ । ଇଣ୍ଡିଆନ୍ କାଉଁସିଲ୍ ଅଫ୍ ମେଡିକାଲ ରିସର୍ଚ୍ଚରୁ ୮୧ ହଜାର ଭାରତୀୟଙ୍କ ଡାଟା ଚୋରି କରି ଦିଲ୍ଲୀ ପୋଲିସ୍ ହାବୁଡ଼ରେ ପଡ଼ିଥିଲେ ।

wp:embed {"url":"https://www.prameyanews7.com/israel-claims-to-have-find-hamass-largest-tunnel-which-is-4-kilometer-long/","type":"wp-embed","providerNameSlug":"prameya-news-7"}
https://www.prameyanews7.com/israel-claims-to-have-find-hamass-largest-tunnel-which-is-4-kilometer-long/
/wp:embed

ଜଣେ ହ୍ୟାକର୍ସ କହିଛନ୍ତି, ଆଇସିଏମ୍‌ଆର୍ ଡାଟା ଲିକ୍ ଭାରତର ସବୁଠାରୁ ବଡ଼ ଚୋରି । ଅଭିଯୁକ୍ତମାନେ କହିଛନ୍ତି, କୋଭିଡ୍-୧୯ ଟେଷ୍ଟିଂ ବେଳେ ଇଣ୍ଡିଆନ୍ କାଉଁସିଲ୍ ଅଫ୍ ମେଡିକାଲ ରିସର୍ଚ୍ଚ ଦ୍ବାରା ୟୁଜର୍ସଙ୍କ ତଥ୍ୟ ସଂଗ୍ରହ କରାଯାଇଥିଲା । ପରେ ହ୍ୟାକର୍ସମାନେ ଲୋକଙ୍କ ପର୍ଶନାଲ ଡାଟା ତଥା ପରିଚୟ ପତ୍ର, ନାଁ, ଫୋନ୍ ନମ୍ବର, ଇ-ମେଲ ଆଇଡି ଓ ଆଧାର ନମ୍ବର ଚୋରି କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.