ICMR ମୁଖ୍ୟ ବଲରାମ ଭାର୍ଗବ AIIMSରେ ଭର୍ତ୍ତି, ହୋଇଛନ୍ତି Covid ସଂକ୍ରମିତ

Published By : Prameya-News7 Bureau | December 18, 2020 IST

ନୂଆଦିଲ୍ଲୀ ୧୮।୧୨: ଭାରତୀୟ ଚିକିତ୍ସା ଅନୁସନ୍ଧାନ ପରିଷଦ (ଆଇସିଏମଆର) ମହାନିର୍ଦ୍ଦେଶକ ବଲରାମ ଭାର୍ଗବ କୋଭିଡ ପଜିଟିଭ ଚିହ୍ନଟ ହେବା ପରେ ଦିଲ୍ଲୀସ୍ଥିତ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ)ରେ ଭର୍ତ୍ତି ହୋଇଛନ୍ତି। ୫୯ ବର୍ଷ ବୟସ୍କ ଆଇସିଏମଆର ମୁଖ୍ୟଙ୍କ କୋଭିଡ ପରୀକ୍ଷଣ ରିପୋର୍ଟ ମିଳିବା ପରେ ସେ ଡିସେମ୍ବର ୧୬ ତାରିଖରେ ଏମ୍ସରେ ଭର୍ତ୍ତି ହୋଇଥିଲେ ବୋଲି ଜଣାପଡିଛି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ସ୍ଥିର ରହିଛି। 

ଦେଶର ଡାକ୍ତରୀ ଗବେଷଣାର ଶୀର୍ଷ ସଂସ୍ଥାନର ଦାୟିତ୍ୱ ଭାଗର୍ବଙ୍କ ଉପରେ ନ୍ୟସ୍ତ ରହିଛି ଯାହା ଭାରତରେ ଜୈବ ଚିକିତ୍ସା ଗବେଷଣାର ନିର୍ମାଣ, ସମନ୍ୱୟ ଓ ପ୍ରୋତ୍ସାହନର ଦାୟିତ୍ୱ ନିର୍ବାହ କରୁଛି। ଦେଶରେ କୋଭିଡ ମୁକାବିଲା ଲାଗି ଏହି ସଂସ୍ଥା ଆଗଧାଡିରେ ରହି କାମ କରୁଥିବା ବେଳେ ମହାନିର୍ଦ୍ଦେଶକ ସଂକ୍ରମଣର ଶିକାର ହୋଇଛନ୍ତି।

ଭାର୍ଗବ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟଙ୍କ ସ୍ୱାସ୍ଥ୍ୟ ଗବେଷଣା ବିଭାଗ ସଚିବ ଅବସ୍ଥାପିତ ଅଛନ୍ତି। ଏହା ସାଙ୍ଗକୁ ସେ ଆଇଏମଆର ମହାନିର୍ଦ୍ଦେଶକ ଭାବେ ଡେପୁଟେସନରେ ଅବସ୍ଥାପିତ ଅଛନ୍ତି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.