ଗ୍ରାହକଙ୍କ ପାଇଁ ICICI ବ୍ୟାଙ୍କର ନୂତନ ସ୍କିମ୍ : ବିନା ATM କାର୍ଡରେ ଦିନକୁ ଟଙ୍କା ଉଠାଣ କରିପାରିବେ ୨୦ହଜାର

Published By : Prameya-News7 Bureau | January 21, 2020 IST

ନୂଆଦିଲ୍ଲୀ ୨୧।୦୧: ICICI ବ୍ୟାଙ୍କ ନିଜ ଗ୍ରାହକମାନଙ୍କ ପାଇଁ ନୂତନ ଉପହାର ଆଣିଦେଇଛି । ମଙ୍ଗଳବାର ଦିନ ବ୍ୟାଙ୍କ ଏହି ନୂତନ ସୁବିଧାର ଶୁଭାରମ୍ଭ କରିଛି । ICICI ବ୍ୟାଙ୍କରେ ଏବେ ଏଟିଏମ୍‌ରୁ କାର୍ଡଲେସ ମାଧ୍ୟମରେ ଟଙ୍କା ଉଠାଣ କରିପାରିବେ । ICICI ବ୍ୟାଙ୍କରେ ବିନା ଏଟିଏମ୍‌ କାର୍ଡ (ଡେବିଟ୍‌ କାର୍ଡ)ରେ ମଧ୍ୟ ଟଙ୍କା ଉଠାଣ ହୋଇପାରିବ ।  ମୋବାଇଲ ବ୍ୟାଙ୍କିଙ୍ଗ ଆପ୍ଲିକେସନ “IMOBILE”ଜରିଆରେ ଏଟିଏମ୍‌ରୁ ଟଙ୍କା ଉଠାଣ କରାଯାଇପାରିବ ।  

{"id":214328,"width":577,"height":323,"sizeSlug":"large"}

ଘରୋଇ ବ୍ୟାଙ୍କ ICICI ମୁତାବିକ, ବିନା ଏଟିଏମ୍‌ କାର୍ଡରେ ଏହି ସୁବିଧା ଉପଲବ୍ଧ ରହିଛି । ଏହାଦ୍ବାରା ଗ୍ରାହକମାନେ ପ୍ରତିଦିନ ୨୦,୦୦୦ ପର୍ଯ୍ୟନ୍ତ ଟଙ୍କା ଉଠାଣ କରିପାରିବେ । ଡିଜିଟାଲ ଇଣ୍ଡିଆକୁ ପ୍ରୋତ୍ସାହନ ଦିଆଯିବା ଉଦ୍ଦେଶ୍ୟରେ ବ୍ୟାଙ୍କ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି । ବ୍ୟାଙ୍କ ଅନୁସାରେ ଡେବିଟ କାର୍ଡର ବିନା ସାହାର୍ଯ୍ୟରେ ନଗଦ ଟଙ୍କା ଉଠାଣରେ ଏହା ଏକ ସରଳ ଓ ସୁବିଧାଜନକ ଉପାୟ।  

{"id":214329,"sizeSlug":"large"}

ICICI ବ୍ୟାଙ୍କର  ପ୍ରଥମରୁ ଟଙ୍କା  ଡିଟିଟାଲ ଉପାୟରେ ନେଣଦେଣ ପ୍ରଥାରେ ସବୁଠାରୁ ଆଗରେ ରହିଛି ।  ବ୍ୟାଙ୍କ ପର୍ଯ୍ୟାୟକ୍ରମେ Cardless Cash Withdrawal ସୁବିଧା ଆମ ଗ୍ରାହକମାନଙ୍କ ପାଇଁ ମୋବାଇଲ ମାଧ୍ୟମେର ଉପଲବ୍ଧ ରହିଛି । ପ୍ରତିଦିନ ଆପଣ ଏହା ମାଧ୍ୟମରେ ସୁରକ୍ଷିତ ଓ ସହଜରେ କାରବାର କରିପାରିବେ ବୋଲି ବ୍ୟାଙ୍କର ଏକ୍ସକ୍ୟୁଟିଭ ଡାଇରେକ୍ଟର ସୂଚନା ଦେଇଛନ୍ତି ।  ତେବେ ଏହି ସୁବିଧା ଦ୍ବାରା ଗ୍ରାହକମାନ ଆଉ ନିଜ ପାଖରେ ଏଟିଏମ୍‌ ରଖିବାକୁ ପଡିବାନାହିଁ। ICICI ବ୍ୟାଙ୍କ ୧୫,୦୦୦ରୁ ଅଧିକ ଏଟିଏମ୍‌ରେ ଏହି ସୁବିଧା ଉପଲବ୍ଧ ରହିଛି ।

{"id":214330,"sizeSlug":"large"}

“IMOBILE” ଆପ୍ ବ୍ୟବହାର କରି ଟଙ୍କା ଉଠାଣ କରିବା ସବୁଠାରୁ ସୁରକ୍ଷିତ ବୋଲି ବ୍ୟାଙ୍କ ପକ୍ଷରୁ କୁହାଯାଇଛି । ତେଣୁ ଏଥିପାଇଁ ଗ୍ରାହକମାନଙ୍କ ସର୍ବପ୍ରଥମେ “IMOBILE” ଆପ୍‌ ପ୍ଲେଷ୍ଟୋରରୁ ଡାଉନଲୋଡ କରିବାକୁ ପଡିବ । ଏହାପରେ Service ସେକ୍ସନକୁ ଯାଇ'Cash Withdrawal ICICI Bank ATM' ଉପରେ କ୍ଲିକ କରି ଟଙ୍କା ଉଠାଣ କରିପାରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.