କରୋନାରୁ ଗ୍ରାହକଙ୍କ ସୁରକ୍ଷା ପାଇଁ ICICI ଆରମ୍ଭ କଲା ନୂତନ ସେବା ICICIStack, ଘରେ ବସି କରନ୍ତୁ ସବୁ ବ୍ୟାଙ୍କିଙ୍ଗ କାମ

Published By : Prameya-News7 Bureau | March 17, 2020 IST

ନୂଆଦିଲ୍ଲୀ ୧୭।୦୩: କରୋନା ପ୍ରକୋପରୁ ନିଜର ଗ୍ରାହକଙ୍କୁ ରକ୍ଷା କରିବା ପାଇଁ ଦେଶର ବଡ ଘରୋଇ ବ୍ୟାଙ୍କ ICICI ବ୍ୟାଙ୍କ ନିଜର ଅନେକ ସର୍ଭିସ୍ ଆରମ୍ଭ କରି ଦେଇଛି। ଏବେ ଶାଖାକୁ ନଯାଇ ଘରେ କିମ୍ଵା ଅଫିସରୁ ଡିଜିଟାଲ ବ୍ୟାଙ୍କିଙ୍ଗ ଜରିଆରେ ନିଜର ବ୍ୟାଙ୍କ ସମ୍ବନ୍ଧିତ କାମ କରି ପାରିବେ। ବ୍ୟାଙ୍କ ପ୍ଲାଟଫର୍ମ ଜରିଆରେ ୫୦୦ ଜରୁରୀ ବ୍ୟାଙ୍କିଙ୍ଗ ସୁବିଧା ପ୍ରଦାନ କରୁଛି।

ନୂତନ ସର୍ଭିସ୍ ICICIStack                                         

ICICI ବ୍ୟାଙ୍କ ଏନପିଆଇ ପ୍ଲାଟଫର୍ମ ICICIStack ସେବା ଲଞ୍ଚ କରିଛି। ଏହାର ମୁଖ୍ୟ ଉଦ୍ଦେଶ୍ୟ କରୋନା ଭୂତାଣୁକୁ ଦୃଷ୍ଟିରେ ରଖି ରିଟେଲର୍ସ ଓ ଅନ୍ୟ ସମସ୍ତ ଗ୍ରାହକଙ୍କୁ ବିନା କୌଣସି ଚିନ୍ତାରେ ଘରେ ବସି ସମସ୍ତ ସେବା ଉପଲବ୍ଧ କରାଇବା। ଏହି ସର୍ଭିସ୍ ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ ଓ ମୋବାଇଲ ବ୍ୟାଙ୍କିଙ୍ଗ ପ୍ଲାଟପର୍ମରେ ଉପଲବ୍ଧ ରହିଛି।

{"id":239972,"width":751,"height":563,"sizeSlug":"large"}

ଗ୍ରାହକ ଘରେ ବସି ଉଠାଇ ପାରିବେ ୫୦୦ ସର୍ଭିସର ଫାଇଦା

ICICI ବ୍ୟାଙ୍କ ପକ୍ଷରୁ ଜାରି ସୂଚନା ଅନୁଯାୟୀ ଗ୍ରାହକ ଏବେ ଘରେ  ବସି ପ୍ରାୟ ୫୦୦ ସର୍ଭିସର ଫାଇଦା ଉଠାଇ ପାରିବେ।

ଏଥିରେ ଗ୍ରାହକ ସଞ୍ଚୟ ଓ ଚାଲୁ ଖାତା ତୁରନ୍ତ ଖୋଲି ପାରିବେ। ସେହି ପରି ଋଣ ନେବା ସଂପର୍କିତ ସେବା ଯେପରିକି ଅର୍ଥ ନେଣଦେଣ, ୟୁପିଆଇ, ଭାରତ  ବିଲ୍ ପେମେଣ୍ଟ ସିଷ୍ଟମ ଆଦି। ଏହା ସହିତ ନିବେଶ ସମ୍ବନ୍ଧିତ ସେବା ଇନଷ୍ଟାଣ୍ଟ ଏଫଡି, ପିପିଏଫ, ଏନପିଏସର ଫାଇଦା ନେଇ ପାରିବେ। ବୀମା ସେବାରେ ଜୀବନ ବୀମା, ସ୍ଵାସ୍ଥ୍ୟ ବୀମା, କାର ବୀମା ଆଦି ଇଣ୍ଟରନେଟ୍ ମାଧ୍ୟମରେ କରି ପାରିବେ।

ICICIS ବ୍ୟାଙ୍କର କାର୍ଯ୍ୟକାରୀ ନିର୍ଦ୍ଦେଶକ ଅନୁପ ବାଗଚୀଙ୍କ କହିବା କଥା ଗ୍ରାହକଙ୍କୁ ଗୋଟିଏ ମଞ୍ଚରେ ସମସ୍ତ ସର୍ଭିସ୍ ଦେବା ପାଇଁ ନୂତନ ସର୍ଭିସ୍ ICICIStackର ଆରମ୍ଭ କରାଯାଇଛି। ଗତ କିଛି ସପ୍ତାହରେ କରୋନା ଭୂତାଣୁର ପ୍ରକୋପ ବୃଦ୍ଧି ପାଇବାରେ ଲାଗିଛି। ଏମିତିରେ ବ୍ୟାଙ୍କର ଏହି ନୂତନ ସର୍ଭିସ୍ ଗ୍ରାହକଙ୍କୁ ଫାଇଦା ଦେବାରେ ସହାୟକ ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.