୩ଟି ରାଜ୍ୟରେ ନିର୍ମାଣ ହେବ କ୍ୟାନ୍‌ସର ହସ୍ପିଟାଲ, ICICI ବ୍ୟାଙ୍କ ଟାଟା ମେମୋରିଆଲ ସେଣ୍ଟରକୁ ଦେବ ୧,୨୦୦ କୋଟିର ଅନୁଦାନ

Published By : Prameya-News7 Bureau | June 03, 2023 IST

ମୁମ୍ଵାଇ ୦୩।୦୬: କର୍କଟ ରୋଗୀଙ୍କ ଉନ୍ନତ ଚିକିତ୍ସା ପାଇଁ ଟାଟା ମେମୋରିଆଲ ସେଣ୍ଟରକୁ ICICI ବ୍ୟାଙ୍କ ୧,୨୦୦ କୋଟି ଟଙ୍କା ଅବଦାନ କରିବ ବୋଲି ପ୍ରତୋଶୃତି ଦେଇଛି। କୌଣସି ସଂସ୍ଥା ଦ୍ୱାରା ଟାଟା ମେମୋରିଆଲ୍ ସେଣ୍ଟରରେ ଏହା ହେଉଛି ସର୍ବବୃହତ ଅନୁଦାନ । ସାରା ଦେଶରେ କର୍କଟ ଚିକିତ୍ସା ଏବଂ ଅନୁସନ୍ଧାନ କେନ୍ଦ୍ର ଚଳାଉଥିବା ଟାଟା ମେମୋରିଆଲ୍ ସେଣ୍ଟର ହେଉଛି ଏକ ପ୍ରମୁଖ ସଂଗଠନ ।

ଏନେଇ ମହାରାଷ୍ଟ୍ର, ପଞ୍ଜାବ ଏବଂ ଆନ୍ଧ୍ରପ୍ରଦେଶର ଟାଟା ମେମୋରିଆଲ୍ ସେଣ୍ଟର ହସ୍ପିଟାଲରେ ତିନୋଟି ନୂଆ ଅତ୍ୟାଧୁନିକ ବ୍ଲକ ପ୍ରତିଷ୍ଠା କରାଯିବ। ୭.୫ ଲକ୍ଷ ବର୍ଗଫୁଟର ମିଳିତ ଅଞ୍ଚଳରେ ବିସ୍ତାରିତ ତିନୋଟି ନୂଆ କୋଠା ସ୍ଥାପନ ପାଇଁ ICICI ବ୍ୟାଙ୍କ ଏହାର ସିଏସ୍ଆର୍ ପାଣ୍ଠିରୁ ଅର୍ଥ ଯୋଗାଇବ । ଏହା ସହିତ ତିନୋଟି ରାଜ୍ୟକୁ ଟିଏମସି ଅତ୍ୟାଧୁନିକ ମେସିନ୍‌ ଯୋଗାଇବ। ଦେଶର ଦ୍ୱିତୀୟ ବୃହତ୍ତମ ଘରୋଇ କ୍ଷେତ୍ର ବ୍ୟାଙ୍କର ଚେୟାରମ୍ୟାନ୍ ଗିରିଶ ଚନ୍ଦ୍ର ଚୁତର୍ବେଦି କହିଛନ୍ତି ଯେ ୨୦୨୭ ସୁଦ୍ଧା ଏହି ତିନୋଟି ଡାକ୍ତରଖାନା ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବ ଏବଂ ଏହି ଟିଏମସି ମାଧ୍ୟମରେ ପ୍ରତିବର୍ଷ ୨୫,୦୦୦ ରୁ ଅଧିକ କର୍କଟ ରୋଗୀଙ୍କ ଚିକିତ୍ସା ହୋଇପାରିବ।

wp:embed {"url":"https://www.prameyanews7.com/check-the-list-of-cancelled-trains-after-coromandel-express-durghatana/","type":"wp-embed","providerNameSlug":"prameya-news-7"}
https://www.prameyanews7.com/check-the-list-of-cancelled-trains-after-coromandel-express-durghatana/
/wp:embed

ଏଠାରେ ଏହି ଡାକ୍ତରଖାନା ସ୍ଥାପନ ପାଇଁ ସେ ତିନୋଟି ସହମତି ପତ୍ର (ଏମଓୟୁ) ସ୍ୱାକ୍ଷର କରିଥିଲେ। ଏହାକୁ ନେଇ ଗଣମାଧ୍ୟମକୁ କହିଛନ୍ତି ଯେ ସମସ୍ୟାର ସମାଧାନ ଦିଗରେ ଏହା ଏକ ପଦକ୍ଷେପ, ଯାହା ଆହୁରି ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ବର୍ତ୍ତମାନ ବ୍ୟାଙ୍କ ଏହାର ସିଏସଆର ବଜେଟର ପ୍ରାୟ ୨୫ ପ୍ରତିଶତ ସ୍ୱାସ୍ଥ୍ୟସେବା ପାଇଁ ଖର୍ଚ୍ଚ କରୁଛି। ଯାହା ଆବଶ୍ୟକତା ଅନୁଯାୟୀ ଅଧିକ କିମ୍ବା କମ ହୋଇପାରେ।

You Can Read:

wp:embed {"url":"https://www.prameyanews7.com/coromandel-express-passenger-eye-witness-reaction/","type":"wp-embed","providerNameSlug":"prameya-news-7"}
https://www.prameyanews7.com/coromandel-express-passenger-eye-witness-reaction/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.