LIFESTYLE
suno sunao
Aao Nxt
LIFESTYLE_728X90
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଇଛା ମୃତ୍ୟୁ ପାଇଁ ଜିଲ୍ଲାପାଳଙ୍କୁ ଆବେଦନ କଲେ ପରିବାର

6/05/2018 at 12:26 PM

ବିଧବା ମା ଅବିବାହିତା ବଡ ଭଉଣିର ଇଚ୍ଛାକୁ ପୂରଣ କରିବା ସହ ନିଜର ସ୍ବପ୍ନକୁ ସାକାର କରିବା ପାଇଁ ଦିନ ରାତି ଏକ କରି କାମ କରୁଥତ୍ବା ଯୁଆନ ପୁଅ ଆଜି ସଜ୍ୟା ଶାୟୀ ହୋଇ ପଡି ରହିଛି ଦଉଡି ଖଟରେ । ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ ଅନ୍ୟ ପଟେ ସରକାରୀ ସାହାର୍ଯୟ ପାଇଁ ଧାଇଁ ଧାଇଁ ନୟାନ୍ତ । ପରବି।ର ସମସ୍ତ ସଦସ୍ୟ ଙ୍କ ଆଖତ୍ର ଲୁହ ସୁଖୁନି । ଶେଷକୁ ଅସହାୟ ହୋଇ ମାଗିଛନ୍ତି ଇଚ୍ଚାମୃତ୍ୟୁ । ଏପରି ଘଟଣା ଦେଖିବାକୁ ମିଳିଛି ବରଗଡ ଜିଲ୍ଲା ବରଡୋଲ ପଂଚାୟତରେ ବରଡୋଲ ଗଁ।ରେ ।

ବିଦ୍ୟୁତ କାମ କରୁଥିବା ସମୟରେ ଗଛରୁପଡି ଭିନ୍ନକ୍ଷମ ପାଲଟି ଶଯ୍ୟାଶାୟୀ ଥିବା ଏକମାତ୍ର ପୁଅର ଚିକିତ୍ସା ପାଇଁ ସହାୟତା ମିଳୁନି ।ଏଥତ୍ପାଇଁ ବାରଦ୍ବାର ଶୁଣ୍ଢିପିଣ୍ଡା ହେବା ସତ୍ବେ ବିଫଳ ହେବାରୁ ଜଣେ ବିଧବା ମହିଳା ଶେଷକୁ ନିଜର ପରିବାରର ସମସ୍ତ ସଦସ୍ୟଙ୍କ ଇଚ୍ଛାମୃତ୍ୟୁ ପାଇଁ ନିଷ୍ପତ୍ତି ନେଇଛନ୍ତି ।ଜିଲ୍ଲାର ବରଡେଲ ଗଁ।ରେ ସ୍ବର୍ଗତ ସୈ।ରୀ ବାରିକଙ୍କ ସ୍ତ୍ରୀ ପ୍ରଭାତି ବାରିକ ବରଗଡ ଜିଲ୍ଲାପାଳ ଇନ୍ଦ୍ରମଣି ତ୍ରୀପାଠୀଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରି ତାଙ୍କ ପରିବାର ସଦସ୍ୟଙ୍କୁ ଇଚ୍ଛାମୃତ୍ୟ ପାଇଁ ଆଦେଶ ଦେବାକୁ ନିବେଦନ କରିଛନ୍ତି । ପ୍ରଭାତିଙ୍କ ଦୁଇ ପୁଅଝିଅ | ଝିଅ ତାରା କୁ ୪୦ ବର୍ଷ ହୋଇଥିବା ବେଳେ ସାନପୁଅ ମୁନାକୁ ୩୫ ବର୍ଷ ହୋଇଛି । ଜମିବଡି କିଛି ନାହିଁ । ମୁଲଲାଗି ଗୁଜୁରାଣ ମଂଟୋଇଥାନ୍ତି । ବିବହାର କିଛି ବର୍ଷ ପରେ ସ୍ବାମିଙ୍କ ମୃତ୍ୟୁ ଘଟିବା ପରେ ଶାଶୁ ଘର ଛାଡି ଝିଅ ତାରା ନିଜ ମଁ ଙ୍କ ପାଖରେ ରହୁଛନ୍ତି । ଅନ୍ୟପଟେ ରୋଜଗାର କ୍ଷମ ପୁଅ ମୁନା ପ୍ରାୟ ଦୁଇ ବର୍ଷ ହେବ ଏକ ଗଛରୁ ତଳେ ପଡିଯାଇଥିଲେ । ତାଙ୍କର ଚିକିତ୍ସାପାଇଁ ୩୦ ଡେସମିଲ ଜମି ବିକିଦଲେ ପ୍ରଭାତୀ । ଏବେ ଯେଉ ଟିକକ ଘରେ ରହୁଛନ୍ତି ତାକୁ ମଧ୍ୟ ବନ୍ଧା ପକାଇ ଦେଇଛନ୍ତି । ଏହା ସତ୍ବେ ମୁନାଙ୍କ ସ୍ବାସ୍ୟ ଅବସ୍ଥାରେ କୈ।ଣସି ପରିବର୍ତ୍ତନ ଆସି ନାହିଁ | ତବେ ନିଜର ସର୍ବସ୍ବ ହାରାଇବାପରେ ସରକାରୀ ସହୟତା ପାଇଁ ବାରମ୍ବାର ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇସାରିଲେଣି । ନିଜ ଯୁଆନ ପୁଅର ଅବସ୍ଥା ଦେଖି ୭ ମାସ ପୂର୍ବରୁ ପ୍ରଭାତିଙ୍କ ସ୍ବାମୀ ସୈ।ରୀ ମଧ୍ୟ ସବୁଦିନ ପାଇଁ ଆଖି ବୁଜିଦେଲେ । ଏବେ ପରିଣତ ବୟସରେ ଉଭୟ ଝିଅ ପୁଅଙ୍କ ବୋଝ ପ୍ରଭାତୀଙ୍କ ଉପରେ ପଡିଛି । ଗୋଟିଏ ପଟେ ଝିଅପୁଅ ବୋଝ ଅନ୍ୟ ପଟେ ଆର୍ଥିକ ସଂକଟ ପ୍ରଭାତୀଙ୍କ ମାନସିକ ସ୍ଥିତିକୁ ଦୋହଲାଇ ଦେଇଛି ଯାହାକୁ ନେଇ ପରିବାରର ସମସ୍ତ ସଦସ୍ୟଙ୍କ ପାଇଁ ମାଗିଛନ୍ତି ଇଚ୍ଛାମୃତ୍ୟୁ । ଅନ୍ୟ ପଟେ ଜିଲ୍ଲାପାଳ ତୁରନ୍ତ ପଦକ୍ଷେପ ନେବାକୁ ପ୍ରତିଶୃତି ଦେଇଛନ୍ତି |

Leave a Reply

   Related Posts