vridhi excotica
ori homes
vridhi excotica
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଉରକେଲା : ଷ୍ଟିଲ ସିଟିରେ ୩୧୧ କୋଟିର GST ଠକେଇ, ବନ୍ଧାହେଲେ ୫ ବ୍ୟବସାୟୀ
  • ||
  • ରାଜ୍ୟରେ ବଢୁଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୦୧ କୋଭିଡ୍ ପଜିଟିଭ୍
  • ||
  • ଘରୋଇ ଗ୍ୟାସ୍ ସିଲିଣ୍ଡର ହେଲା ମହଙ୍ଗା, ସିଲିଣ୍ଡର ପିଛା ବଢିଲା ୫୦ ଟଙ୍କା
  • ||
  • ଷ୍ଟିଲ ସିଟିରେ ୩୧୧ କୋଟିର GST ଠକେଇ, ବନ୍ଧାହେଲେ ୫ ବ୍ୟବସାୟୀ
  • ||
  • ଭୁବନେଶ୍ୱର : ରଶ୍ମିରେଖାଙ୍କ ପୁରୁଷବନ୍ଧୁଙ୍କ ଆତ୍ମହତ୍ୟା, ରାଉରକେଲାରୁ ମିଳିଲା ଝୁଲନ୍ତା ମୃତଦେହ
  • ||

ଉଜ୍ବଳ ତ୍ବଚା ପାଇଁ ଆଜି ହିଁ ଆପଣାନ୍ତୁ ବରଫ ଫେସିଆଲ୍‌, ଜାଣନ୍ତୁ ଏହାର ଫାଇଦା

25/05/2022 at 3:16 PM

ନୂଆଦିଲ୍ଲୀ ୦୯।୦୫ : ଗ୍ରୀଷ୍ମ ଋତୁ ପ୍ରାୟ ସମସ୍ତଙ୍କ ପାଇଁ କଷ୍ଟସାଧ୍ୟ । ପ୍ରବଳ ସୂର୍ଯ୍ୟକିରଣ, ଉଚ୍ଚ ତାପମାତ୍ରା ଏବଂ ଗରମ ପବନ ଯୋଗୁଁ ସ୍ୱାସ୍ଥ୍ୟ ଉପରେ ଅନେକ କ୍ଷତି ହୋଇଥାଏ। ଏହା ବ୍ୟତୀତ ଖରାରେ ଟିକେ ବୁଲି ଗଲେ ସ୍କିନ୍‌ କଲର ମଧ୍ୟ ବଦଳି ଯାଏ। ଯାହା ଫଳରେ ସନବର୍ନ ତଥା ସନଟ୍ୟାନ୍‌ ସମସ୍ୟା ଦେଖା ଦିଏ। ଉତ୍ତାପ ଯୋଗୁଁ ଝାଳ ବାହାରିବା ଏବଂ ପିମ୍ପଲ୍‌ ମଧ୍ୟ ବାହାରିଥାଏ। ଖରାକୁ ଏଡାଇବା ପାଇଁ ଆମେ ସମସ୍ତ ପ୍ରକାରର ପଦକ୍ଷେପ ନେଇଥାଉ। କିନ୍ତୁ ତଥାପି ଅନେକ ଥର ଏଗୁଡିକ କାମକୁ ଆସେ ନାହିଁ। ସୂର୍ଯ୍ୟଙ୍କ ଉତ୍ତାପ ହେତୁ ଅନେକ ପ୍ରକାରର ଚର୍ମ ତଥା ତ୍ବଚା ସମସ୍ୟା ମଧ୍ୟ ଦେଖା ଦେଇଥାଏ। ଏଥିପାଇଁ ଆପଣ ପାର୍ଲର ନଯାଇ କିଛି ଘରୋଇ ମଧ୍ୟ ମଧ୍ୟ କରିପାରିବେ।

ବରଫ ମୁହଁ ପାଇଁ ବହୁତ ଲାଭ ଦାୟକ। ବରଫ ମୁହଁରେ ଲଗାଇବା ଦ୍ବାରା ବହୁତ ଉପାୟରେ କାମ କରେ। କେବଳ ଚର୍ମ ଥଣ୍ଡା ହୋଇନଥାଏ ବରଂ ଚେହେରାରେ ଚମକ ମଧ୍ୟ ଆସିଥାଏ। ତେବେ ଆସନ୍ତୁ ଜାଣିବା ବରଫର ମୁହଁରେ କିପରି ଲଗାଯାଏ।

ବ୍ରଣରୁ ମୁକ୍ତି ପାଆନ୍ତୁ –ଯଦି ମୁହଁରେ ବ୍ରଣର ସମସ୍ୟା ଥାଏ, ତେବେ ଆପଣ ମୁହଁରେ ବରଫ ସାହାଯ୍ୟ ନେଇପାରିବେ। ଏହା ଦ୍ବାରା ବ୍ରଣ ହ୍ରାସ କରିବାରେ ସାହାଯ୍ୟ କରିଥାଏ ।

ଡାର୍କ ସର୍କଲ୍-ବରଫ ପାଣିରେ ମୁହଁ ଧୋଇଲେ ଡାର୍କ ସର୍କଲ ମଧ୍ୟ ଦୂର ହୋଇଥାଏ । ଏହ ସହିତ, ଡାର୍କ ସର୍କଲଗୁଡିକ ମୁହଁରୁ ଦୂର ହେବା ସହ ମୁହଁକୁ ଆରାମ ଦେଇଥାଏ । ଏହି ବରଫ ଜଳରେ ମୁହଁକୁ ପ୍ରାୟ ଏକ ସପ୍ତାହ ବ୍ୟବହାର କରିବା ଉଚିତ୍‌ ।

   Related Posts