ପୁଣି ବିଶ୍ୱ ତାପାୟନ ବିପଦ- ତରଳିଯାଇଛି ଉତ୍ତର ମେରୁର ବରଫ, ସର୍ବାଧିକ ୧.୬୪ ଲକ୍ଷ ବର୍ଗ କିଲୋମିଟରରୁ ସର୍ବନିମ୍ନ ୧୪.୫ କିଲୋମିଟରରେ ପହଞ୍ଚିଛି

Published By : Prameya-News7 Bureau | September 26, 2019 IST

ନ୍ୟୁର୍କ - ଜଳବାୟୁ ପରିବର୍ତ୍ତନ ଓ ବିଶ୍ୱ ତାପାୟନ ଏବେ ପୁଣି ନୂଆ ସଙ୍କଟ ସୃଷ୍ଟି କରିଛି । ଉତ୍ତର ମେରୁରେ ଥିବା ବରଫ ତରଳି ସର୍ବ ନିମ୍ନ ସ୍ତରରେ ପହଞ୍ଚିଛି । ୨୦୧୧ ମସିହାରୁ ଏହା ସର୍ବ ନିମ୍ନ ସ୍ତରରେ ପହଞ୍ଚିଥିଲା । ମାତ୍ର ଏବେ ଏହା ଅତ୍ୟଧିକ ହ୍ରାସ ପାଇ ମାତ୍ର ୧୪.୫ ବର୍ଗ କିଲୋମିଟରରେ ପହଞ୍ଚିଛି ।

{"id":162927,"width":539,"height":404}

୨୦୧୧ ମସିହା ଅପେକ୍ଷା ଏହା ୧.୩ ଲକ୍ଷ ବର୍ଗ କିଲୋମିଟର କମ୍‌ । ସର୍ବାଧିକ ୧୧ ଲକ୍ଷ ବର୍ଗ କିଲୋମିଟର ପର୍ଯ୍ୟନ୍ତ ବରଫାବୃତ୍ତ ହୋଇ ରହିଥାଏ। ଏତେ ମାତ୍ରାରେ ବରଫ ତରଳି ନଥାଏ ।

{"id":162928,"width":520,"height":291}

୧୯୮୧ରୁ ୨୦୧୦ମଧ୍ୟରେ ଏହା ହାରାହାରି ୧୫.୬୪ ଲକ୍ଷ ବର୍ଗ କିଲୋମିଟର ଅଞ୍ଚଳରେ ବ୍ୟାପିଥାଏ। ମାର୍ଚ୍ଚ ମାସରେ ହିଁ ଉତ୍ତର ମେରୁରେ ସର୍ବାଧିକ ଅଞ୍ଚଳ ବରଫାବୃତ୍ତ ହୋଇ ରହିଥାଏ । ଏହା ୧୫ ଦିନ ପର୍ଯ୍ୟନ୍ତ ରୁହେ । ସାଧାରଣତଃ ମାର୍ଚ୍ଚ ୧୨ ତାରିଖରେ ଉତ୍ତର ମେରୁ ନିକଟସ୍ଥ ସର୍ବାଧିକ ଅଞ୍ଚଳ ବରଫାଚ୍ଛନ୍ନ ଅବସ୍ଥାରେ ଥାଏ ।

୧୯୭୫ ମସିହା ଅପେକ୍ଷା ବରଫାବୃତ ଅଞ୍ଚଳ ୬୫ ପ୍ରତିଶତ ହ୍ରାସ ପାଇଲାଣି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.