ଟେଷ୍ଟ ଚାମ୍ପିୟନ ନ୍ୟୁଜିଲାଣ୍ଡକୁ ମିଳିଲା ୧୧.୮୭ କୋଟି ଟଙ୍କା ପୁରସ୍କାର, ଭାରତକୁ ମିଳିଲା…

Published By : Prameya-News7 Bureau | June 25, 2021 IST

ନୂଆଦିଲ୍ଲୀ ୨୫/ ୦୬ : ବିଶ୍ବ ଟେଷ୍ଟ ଚାମ୍ପିୟନସିପର ବିଜୟ ମୂକୁଟ ପିନ୍ଧିଛି ନ୍ୟୁଜିଲାଣ୍ଡ । ଭାରତକୁ ୮ ଓ୍ବିକେଟରେ ପରାସ୍ତ କରି ଏହି ଐତିହାସିକ ସଫଳତା ହାସଲ କରିଛି କିଓ୍ବି ଦଳ । ଏହି ବହୁ ପ୍ରତିକ୍ଷିତ ବିଜୟ ପରେ ନ୍ୟୁଜିଲାଣ୍ଡକୁ ୧୬ ଲକ୍ଷ ଡଲାର (ଭାରତୀୟ ମୁଦ୍ରାରେ ୧୧.୮୭ କୋଟି ଟଙ୍କା) ମିଳିଛି । ଏହା ସହିତ ବିଶ୍ବ ଟେଷ୍ଟ ଚାମ୍ପିୟନସିପରେ ଭାଗ ନେଇଥିଲା ୯ଟି ଯାକ ଟିମକୁ ପୁରସ୍କାର ଦେଇଛି ICC ।

ବିଶ୍ବ ଟେଷ୍ଟ ଚାମ୍ପିୟନସିପ ଫାଇନାଲର ରନର୍ସଅପ୍ ଭାରତକୁ ୮ ଲକ୍ଷ ଡଲାର (ଭାରତୀୟ ମୁଦ୍ରାରେ ୫.୯୩ କୋଟି ଟଙ୍କା) ମିଳିଛି । ବିଶ୍ବ ଟେଷ୍ଟ ରାଙ୍କିଙ୍ଗରେ ବର୍ତ୍ତମାନ ଦ୍ବିତୀୟ ସ୍ଥାନରେ ରହିଛି ଭାରତ । ୧୨୬ ପଏଣ୍ଟ ସହିତ ପ୍ରଥମ ସ୍ଥାନରେ ରହିଛି ବିଶ୍ବ ବିଜେତା ନ୍ୟୁଜିଲାଣ୍ଡ । ତୃତୀୟ ସ୍ଥାନରେ ଥିବା ଅ​‌େ​‌ଷ୍ଟ୍ରଲିଆକୁ ୪.୫୦ ଲକ୍ଷ ଡଲାର (୩.୩ କୋଟି) ଟଙ୍କା ମିଳିଥିବା ବେଳେ ଚତୁର୍ଥ ସ୍ଥାନରେ ଥିବା ଇଂଲଣ୍ଡକୁ ମିଳିଛି ୩.୫୦ ଲକ୍ଷ ଡଲାର (୨.୬ କୋଟି) । ସେହିପରି ପଞ୍ଚମ ସ୍ଥାନରେ ଥିବା ଦକ୍ଷିଣ ଆଫ୍ରିକା ୨ଲକ୍ଷ ଡଲାର (୧.୪୫ କୋଟି) ମିଳିଥିବା ବେଳେ ଷଷ୍ଠ ସ୍ଥାନରେ ଥିବା ପାକିସ୍ତାନ, ସପ୍ତମରେ ଥିବା ଶ୍ରୀଲଙ୍କା, ଅଷ୍ଟମ ସ୍ଥାନରେ ଥିବା ଓ୍ବେଷ୍ଟଇଣ୍ଡିଜ୍ ଏବଂ ନବମ ସ୍ଥାନରେ ଥିବା ବାଂଲାଦେଶକୁ ୧ ଲକ୍ଷ ଡଲାର (୭୪ଲକ୍ଷ) ଲେଖାଏଁ ପ୍ରଦାନ କରିଛି ଆନ୍ତର୍ଜାତିୟ କ୍ରିକେଟ କାଉନସିଲ ।

 WTC फाइनल की उप विजेता भारतीय टीम को 8 लाख डॉलर ( करीब 5 करोड़ 93 लाख रुपये) मिले हैं. भारतीय टीम आईसीसी टेस्ट रैंकिंग में अभी दूसरे नंबर पर काबिज है जबकि न्यूजीलैंड 126 अंकों के साथ पहले स्थान पर है. (AFP)

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.