ଆଇସିସି ୱାର୍ଲଡ କପ୍- ୨୦୧୯: ବର୍ଷା ଯୋଗୁ ବାତିଲ ହେଲା ଭାରତ ନ୍ୟୁଜିଲ୍ୟାଣ୍ଡ ମ୍ୟାଚ୍

Published By : Prameya-News7 Bureau | June 13, 2019 IST

ଟ୍ରେଣ୍ଟ ବ୍ରିଜ୍ ୧୩।୬:  ଆଇସିସି ୱାର୍ଲଡକପ ଲିଗ୍ ମ୍ୟାଚ୍ ର ଗୁରୁବାର ଅଷ୍ଟାଦଶତମ ମ୍ୟାଚ୍ ଟି ବର୍ଷା ଯୋଗୁ ବାତିଲ ହୋଇଛି। ଟିମ୍ ଇଣ୍ଡିଆ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଏହି ମ୍ୟାଚ୍ ନଟିଙ୍ଗମର ଟ୍ରେଣ୍ଟ ବ୍ରିଜ୍ ଷ୍ଟାଡିୟମରେ ଖେଳାଯିବାକୁ ଥିଲା। ତେବେ ବର୍ଷା ମ୍ୟାଚ୍ ରେ ବାଧକ ପାଲଟିଛି। ତୁହାକୁ ତୁହା ବର୍ଷା ଯୋଗୁ ମ୍ୟାଚ୍ ବିଳମ୍ବିତ ହୋଇଥିଲା। ତେବେ ପରେ ବର୍ଷା ଯୋଗୁ ଆୟୋଜକ ମ୍ୟାଚ୍ କୁ ବାତିଲ କରିଦେଇଛନ୍ତି। ତେବେ ଉଭୟ  ଟିମକୁ ୧-୧ ପଏଣ୍ଟ ମିଳିଛି।

{"id":122706,"width":581,"height":561}

ବର୍ଷା ପାଇଁ ଷ୍ଟାଡିୟମର ଖେଳପଡିଆକୁ ପାଲରେ ଘୋଡାଇ ଦିଆଯାଇଥିଲା। ଅସରାଏ ବର୍ଷା ପରେ ପାଲ ହଟାଇ ଅମ୍ପାୟର ପଡିଆର ପରୀକ୍ଷା କରୁଥିଲେ। ଅପେକ୍ଷା ଥିଲା ବର୍ଷା ଛାଡିଥିଲେ ଟସ୍ ପଡିଥାନ୍ତା। ମ୍ୟାଚ୍ ଦେଖିବାକୁ ଷ୍ଟାଡିୟମ ଦର୍ଶକରେ  ଭରିରହିଥିଲା। ବର୍ଷା ଛାଡିବା ପରେ ମ୍ୟାଚ୍ ହେବ ବୋଲି ଦର୍ଶକେ ଆଶାବାନ୍ଧି ବସିଥିଲେ ।ଥରକୁ ଥର ବର୍ଷା ଛାଡିବା ପରେ ମ୍ୟାଚ୍ ହେବ ବୋଲି ଆଶା କରାଯାଉଥିଲେ ହେଁ ସମ୍ଭବ ହୋଇନଥିଲା। ଏଣୁ ଶେଷରେ ଆୟୋଜକ ଗୁରୁବାରର ମ୍ୟାଚ୍ ବାତିଲ କରିଛନ୍ତି।

{"id":122707}

ନ୍ୟୁଜିଲ୍ୟାଣ୍ଡର ଏହା ଚତୁର୍ଥ ମ୍ୟାଚ୍ ଥିଲା। ଲଗାତାର ୩ଟି ମ୍ୟାଚ୍ ଜିତି ଭାରତ ସହ ମୁକାବିଲା ପାଇଁ ପୂର୍ଣ୍ଣ ପ୍ରସ୍ତୁତିରେ ଥିଲେ କ୍ବିଇ ଟିମ୍ । ତେବେ ଅଙ୍କ ତାଲିକାରେ ନ୍ୟୁଜିଲ୍ୟାଣ୍ଡ ପ୍ରଥମରୁ ଆଗରେ ଥିଲା। ଏଥିରେ ଆଉ ଗୋଟିଏ ପଏଣ୍ଟ ଯୋଡି ହେବା ପରେ ୭ ପଏଣ୍ଟ ସହ କ୍ବିଇ ଟିମ୍ ଶିର୍ଷରେ ପହଞ୍ଚିଛି। ସେହିପରି ଟିମ୍ ଇଣ୍ଡିଆ ମଧ୍ୟ ବିଶ୍ବ କପ୍ ଲିଗ୍ ମ୍ୟାଚ୍ ରେ ଏପର୍ଯ୍ୟନ୍ତ ଅପରାଜେୟ ରହିଛି।ମ୍ୟାଚ୍ ରଦ୍ଦ ହେବା ଯୋଗୁ ଗୋଟିଏ ପଏଣ୍ଟ ମିଳିଥିବାରୁ ଭାରତର ବିଶ୍ବକପ୍ ସ୍ଥିତି ଆହୁରି ମଜଭୁତ ହୋଇଛି।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.