scan steel
web-baneer-728x90
krs-728-90-banner english (2)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଓ୍ବାର୍ଲ୍ଡକପ୍ ପୂର୍ବରୁ ଓ୍ବାର୍ମଅପ୍ ମ୍ୟାଚ୍, ଶୁକ୍ରବାର ୩ଟି ଗେମ୍, ୬ଦଳ ମଧ୍ୟରେ ଲଢ଼େଇ

29/09/2023 at 9:55 AM

ମୁମ୍ବାଇ,୨୯/୦୯: ଆଉ ମାତ୍ର ଗୋଟିଏ ସପ୍ତାହ ଅପେକ୍ଷା । ଆରମ୍ଭ ହେବ କ୍ରିକେଟ୍ ମହାକୁମ୍ଭ । ଅକ୍ଟୋବର ୫ ତାରିଖରୁ ଦିନିକିଆ ବିଶ୍ବକପ ଖେଳାଯିବ । ହେଲେ ଏହା ପୂର୍ବରୁ ଶୁକ୍ରବାର ଠାରୁ ଓ୍ବାର୍ଲ୍ଡକପ୍ ଓ୍ବାର୍ମଅପ୍ ମ୍ୟାଚ୍ । ଆଜି ୩ଟି ଅଭ୍ୟାସ ମ୍ୟାଚ୍ ଖେଳାଯିବ । ଦିନ ୨ଟାରୁ ୬ଟି ଟିମ୍ ମଧ୍ୟରେ ଲଢେଇ ଚାଲିବ । ହାଇଦ୍ରାବାଦରେ ପାକିସ୍ତାନ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଅଭ୍ୟାସ ମ୍ୟାଚ୍ ଖେଳାଯିବ । ସେହିପରି ଦ୍ବିତୀୟ ମ୍ୟାଚ୍ ବାଂଲାଦେଶ ଓ ଶ୍ରୀଲଙ୍କା ମଧ୍ୟରେ ଗୌହ୍ବାଟୀରେ ଲଢେଇ ହେବ । ଅନ୍ୟପଟେ ତୃତୀୟ ମ୍ୟାଚ୍ ଦକ୍ଷିଣ ଆଫ୍ରିକା ଓ ଆଫଗାନିସ୍ତାନ ମଧ୍ୟରେ ଥିରୁଅନନ୍ତପୁରମରେ ଟକ୍କର ହେବ ।   

ପାକିସ୍ତାନ ଓ ନ୍ୟୁଜିଲାଣ୍ଡ  ମଧ୍ୟରେ ହେବାକୁ ଥିବା ଅଭ୍ୟାସ ମ୍ୟାଚ୍‌ ମୁଖ୍ୟ  ଆକର୍ଷଣ ସାଜିବ । ମାତ୍ର ଏହି ମ୍ୟାଚ୍‌ ଦେଖିବା  ପାଇଁ ଦର୍ଶକଙ୍କୁ ଷ୍ଟାଡିୟମକୁ ଅନୁମତି ମିଳିନାହିଁ ।  ଏହି ମ୍ୟାଚ୍‌ ପାଇଁ ସୁରକ୍ଷା ଯୋଗାଇବାକୁ ସ୍ଥାନୀୟ  ପୋଲିସ ଅସମର୍ଥ ରହିବାରୁ ବିନା ଦର୍ଶକରେ  ମ୍ୟାଚ୍‌ ଆୟୋଜନ କରିବାକୁ ନିଷ୍ପତ୍ତି ନିଆଯାଇଛି ।  

ଚଳିକ ଥର ବିଶ୍ବକମ୍ପ ଆୟୋଜକ ଦେଶ ଭାରତ ହୋଇଛି । ତେଣୁ ଏବେଠୁ ଦେଶରେ କ୍ରିକେଟ୍ ଫିଭର ଆରମ୍ଭ ହୋଇଗଲାଣି । ଆଗାମୀ  ୫୦ ଦିନ ପର୍ଯ୍ୟନ୍ତ ଭାରତରେ କ୍ରିକେଟ୍‌ ପର୍ବ ଜାରି ରହିବ । ମ୍ୟାଚ ଦେଖିବାକୁ ଉତ୍ସାହିତ ଅଛନ୍ତି କ୍ରିକେଟ୍ । ଅନ୍ୟପଟେ ୧୦ଟି  ଯାକ ଦେଶ ଚୂଡ଼ାନ୍ତ ଦଳ  ଘୋଷଣା କରିସାରିଛନ୍ତି ।  ଆୟୋଜକ ଭାରତ  ବ୍ୟତୀତ ବାକି ୯ଟି ଯାକ  ଦଳ ଭାରତରେ ପହଞ୍ଚି ସାରିଲେଣି। ଗୁରୁବାର ଡିଫେଣ୍ଡିଂ ବିଶ୍ୱ ଚାମ୍ପିଅନ ଇଂଲଣ୍ଡ  ଓ ରନର୍ସ ଅପ୍‌ ନ୍ୟୁଜିଲାଣ୍ଡ ଭାରତରେ ପହଞ୍ଚିଛନ୍ତି ।

   Related Posts