ବିଶ୍ୱକପ୍ ୨୦୨୩ : ଟପ୍ ସ୍କୋରର ତାଲିକାରେ ତିନି ଜଣ ଭାରତୀୟ, ଜାଣନ୍ତୁ କିଏ ସବୁ ଏହି ଖେଳାଳି…
13/11/2023 at 9:30 AM

ମୁମ୍ବାଇ ୧୩।୧୧ : ବିଶ୍ୱକପ୍ ୨୦୨୩ ।ରବିବାର ଶେଷ ହୋଇଛି ଦିନିକିଆ ବିଶ୍ୱକପ୍ ଲିଗ୍ ପର୍ଯ୍ୟାୟ ମ୍ୟାଚ୍ । ଆଉ ଶେଷ ମ୍ୟାଚ୍ରେ ଭାରତୀୟ ଟିମ୍ ନେଦରଲାଣ୍ଡସକୁ ପରାସ୍ତ କରିଛି । ଆଉ ବିଶ୍ୱକପ୍ ସମସ୍ତ ୯ଟି ଯାକ ମୁକାବିଲାରେ ବିଜୟୀ ହୋଇଛି । ସେହିପରି ଏହି ଟୁର୍ଣ୍ଣାମେଣ୍ଟରେ ଖୁବ୍ ଗର୍ଜିଛି ଭାରତୀୟ ବ୍ୟାଟରଙ୍କ ବ୍ୟାଟ । ଟପ୍ ୧୦ ତାଲିକାରେ ସାମିଲ ଅଛନ୍ତି ତିନି ଜଣ ଭାରତୀୟ । ଆସନ୍ତୁ ଜାଣିବା କିଏ କରିଛି ସବୁଠୁ ଅଧିକ ରନ୍…
ବିରାଟ କୋହଲି–
ବର୍ତ୍ତମାନ ସୁଦ୍ଧା ଚଳିତ ବିଶ୍ୱକପ୍ରେ ବିରାଟ ୯ଟି ମୁକାବିଲା ଖେଳିଛନ୍ତି । ଯେଉଁଥିରେ ସେ ୫୯୪ ରନ୍ ,ସଂଗ୍ରହ କରିଛନ୍ତି । ଏଥିରେ ତାଙ୍କର ଷ୍ଟ୍ରାଇକ୍ ରେଟ୍ ୮୮.୫୨ ରହିଛି । ଆଉ ସର୍ବାଧିକ ସ୍କୋର ୧୦୩ ରହିଛି ।
କ୍ୱିଣ୍ଟନ ଡି କକ୍-
ତାଲିକାର ୨ୟ ସ୍ଥାନରେ ରହିଛନ୍ତି ସାଉଥ୍ ଆଫ୍ରିକୀୟ ବ୍ୟାଟର କ୍ୱିଣ୍ଟନ ଡିକକ୍ । ସେ ୯ଟି ମ୍ୟାଚ୍ ଖେଲି ୫୯୧ ରନ୍ ସଂଗ୍ରହ କରିଛନ୍ତି । ୧୦୯.୨୪ ତାଙ୍କର ଷ୍ଟ୍ରାଇକ୍ ରେଟ୍ ରହିଛି । ଆଉ ସର୍ବାଧିକ ସ୍କୋର ରହିଛି ୧୭୪ ରନ୍ ।
ରଚିନ ରବିନ୍ଦ୍ର-
ତାଲିକାରେ ୩ୟ ସ୍ଥାନରେ ରହିଛନ୍ତି ନ୍ୟୁଜିଲାଣ୍ଡର ଯୁବ ବ୍ୟାଟର ରଚିନ ରବିନ୍ଦ୍ର । ସେ ମଧ୍ୟ ୯ଟି ମୁକାବିଲା ଖେଳିସାରିଛନ୍ତି । ଯେଉଁଥିରେ ୧୦୮.୪୪ ଷ୍ଟ୍ରାଇକ୍ ରେଟ୍ରେ ୫୬୫ ରନ୍ ସଂଗ୍ରହ କରିଛନ୍ତି । ରଚିନ୍ଙ୍କ ସର୍ବାଧିକ ସ୍କୋର ୧୨୩ ରନ୍ ରହିଛି ।
ରୋହିତ ଶର୍ମା –
ତାଲିକାରେ ୪ର୍ଥ ସ୍ଥାନରେ ରହିଛନ୍ତି ଭାରତୀୟ ଅଧିନାୟକ ରୋହିତ ଶର୍ମା । ସେ ବି ୯ଟି ମୁକାବିଲା ଖେଳିସାରିଛନ୍ତି । ଯେଉଁତିରେ ସେ ୫୦୩ ରନ୍ ସଂଗ୍ରହ କରିଛନ୍ତି । ଆଉ ତାଙ୍କର ଷ୍ଟ୍ରାଇକ୍ ରେଟ୍ ରହିଛି ୧୨୧.୪୯ । ରୋହିତଙ୍କ ସର୍ବାଧିକ ସ୍କୋର ରହିଛି ୧୩୧ ରନ୍ ।
ଡେଭିଡ୍ ଓ୍ୱାର୍ଣ୍ଣର-
ତାଲିକାରେ ପଞ୍ଚମ ସ୍ଥାନରେ ରହିଛନ୍ତି ଅଷ୍ଟ୍ରେଲିଆ ବ୍ୟାଟର ଡେଭିଡ୍ ଓ୍ୱାର୍ଣ୍ଣର । ୯ଟି ମୁକାବିଲା ଖେଳି ୪୯୯ ରନ୍ ସଂଗ୍ରହ କରିଛନ୍ତି । ଯେଉଁଥିରେ ତାଙ୍କର ଷ୍ଟ୍ରାଇକ୍ ରେଟ୍ ରହିଛି ୧୦୫.୪୯ । ଡେଭିଡ୍ ଓ୍ୱାର୍ଣ୍ଣରଙ୍କ ସର୍ବାଧିକ ସ୍କୋର ୧୬୩ ରହିଛି।
ରାଶି ଭାନ୍ ଡେର୍ ଡୁସେନ୍–
ତାଲିକାରେ ୬ଷ୍ଠ ସ୍ଥାନରେ ରହିଛନ୍ତି ସାଉଥ ଆଫ୍ରିକୀୟ ବ୍ୟାଟର ରାଶି ଭାନ୍ ଡେର୍ ଡୁସେନ୍ । ସେ ୯ଟି ମୁକାବିଲା ଖେଳି ୪୪୨ ରନ୍ ସଂଗ୍ରହ କରିଛନ୍ତି । ଏହି ସମୟରେ ତାଙ୍କର ଷ୍ଟ୍ରାଇକ୍ ରେଟ୍ ରହିଛି ୮୮.୫୭ । ତାଙ୍କର ସର୍ବାଧିକ ସ୍କୋର ୧୩୩ ରହିଛି ।
ମିଚେଲ୍ ମାର୍ସ-
ତାଲିକାରେ ୭ମ ସ୍ଥାନରେ ରହିଛନ୍ତି ଅଷ୍ଟ୍ରେଲିଆ ବ୍ୟାଟର ମିଚେଲ୍ ମାର୍ସ । ସେ ମୋଟ ୮ଟି ମ୍ୟାଚ୍ରେ ୪୨୬ ରନ୍ ସଂଗ୍ରହ କରିଛନ୍ତି । ତାଙ୍କର ଷ୍ଟ୍ରାଇକ୍ ରେଟ୍ ରହିଛି ୧୦୯.୫୧ ରହିଛି । ଟୁର୍ଣ୍ଣାମେଣ୍ଟରେ ତାଙ୍କର ସର୍ବାଧିକ ସ୍କୋର ୧୭୭ ରହିଛି ।
ଶ୍ରେୟସ ଆୟର-
ତାଲିକାର ୮ମ ସ୍ଥାନରେ ରହିଛନ୍ତି ଭାରତୀୟ ବ୍ୟାଟର ଶ୍ରେୟସ ଆୟର । ସେ ମୋଟ ୯ଟି ମୁକାବିଲା ଖେଳି ସଂଗ୍ରହ କରିଛନ୍ତି ୪୨୧ ରନ୍ । ଶ୍ରେୟସ ଷ୍ଟ୍ରାଇକ୍ ରେଟ୍ ୧୦୬.୫୮ ରହିଛି । ତାଙ୍କର ସର୍ବାଧିକ ସ୍କୋର ୧୨୮ ରହିଛି ।
ଡାରିଏଲ୍ ମିଚେଲ୍-
ତାଲିକାରେ ନବମ ସ୍ଥାନରେ ରହିଛନ୍ତି ନ୍ୟୁଜିଲାଣ୍ଡ ଡାରିଏଲ୍ ମିଚେଲ୍ । ସେ ମୋଟ ୯ଟି ମ୍ୟାଚ୍ରେ ୪୧୮ ରନ୍ ସଂଗ୍ରହ କରିଛନ୍ତି । ତାଙ୍କର ଷ୍ଟ୍ରାଇକ୍ ରେଟ୍ରେ ୧୧୦.୫୮ ରହିଥିବା ବେଳେ ବ୍ୟକ୍ତିଗତ ଭାବେ ସର୍ବାଧିକ ସ୍କୋର ୧୩୦ ରହିଛି ।
ଡାଭିଡ୍ ମଲାନ-
ତାଲିକାର ଶେଷ ମାନେ ୧୦ମ ସ୍ଥାନରେ ରହିଛନ୍ତି ଇଂଲଣ୍ଡର ଡାଭିଡ୍ ମାଲାନ । ମୋଟ ୯ଟି ମୁକାବିଲାରେ ଡାଭିଡ୍ ୪୦୪ ରନ୍ ସଂଗ୍ରହ କରିଛନ୍ତି । ଏହି ଟୁର୍ଣ୍ଣାମେଣ୍ଟରେ ଷ୍ଟ୍ରାଇକ୍ ରେଟ୍ ୧୦୧.୦୦ ରହିଛି । ତାଙ୍କର ସର୍ବାଧିକ ସ୍କୋର ୧୪୦ ରହିଛି ।