ବିଶ୍ୱକପ୍ କ୍ରେଜ୍ : ଅହମ୍ମଦାବାଦରେ ଫାଇନାଲ ପୂର୍ବରୁ ସବୁକିଛି ମହଙ୍ଗା, ବିମାନ ଦର ବୃଦ୍ଧିକୁ ଗୋଟିଏ ରାତି ପାଇଁ ହୋଟେଲ ଭଡା ଲକ୍ଷରୁ ଅଧିକ

Published By : Prameya-News7 Bureau | November 17, 2023 IST

ନୂଆଦିଲ୍ଲୀ: ଗ୍ରାଉଣ୍ଡକୁ ଯାଇ କ୍ରିକେଟ୍ ମ୍ୟାଚ୍ ଦେଖିବାର ମଜା ନିଆରା । ତା ପୁଣି ଯେତେବେଳେ ମ୍ୟାଚ୍ ବିଶ୍ୱକପ୍ ଫାଇନାଲ୍ ର ହୋଇଥିବ। ସେ ସମୟରେ ଷ୍ଟାଡିୟମରେ ଗୋଟିଏ  ସିଟ୍ ପାଇଁ ବି ମାଡ଼ ମରାମରି ଥୟ।  ଅହମ୍ମଦାବାଦରେ ବିଶ୍ୱର ସର୍ବବୃହତ ନରେନ୍ଦ୍ର ମୋଦୀ ଷ୍ଟାଡିୟମ ୧୯ ନଭେମ୍ବରରେ ଅର୍ଥାତ୍ ଆସନ୍ତା ରବିବାର ଦିନ ବିଶ୍ୱକପ୍ ଫାଇନାଲ୍ ଆୟୋଜନ ହେବାକୁ ଯାଉଛି। ଭାରତ ସମେତ ଦୁନିଆର କୋଣ ଅନୁକୋଣରୁ ପ୍ରଶଂସକମାନେ ମ୍ୟାଚ୍ ଦେଖିବା ପାଇଁ ଅହମ୍ମଦାବାଦରେ ଯିବାକୁ ଚଳାଇଛନ୍ତି ପ୍ରସ୍ତୁତି। ଗୁଜୁରାଟର ଏହି ସହର ଏହି ମହାନ୍ ମ୍ୟାଚ୍ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ । କିନ୍ତୁ ଏହି ସମୟରେ ମ୍ୟାଚ୍ ଟିକେଟ୍ ଏବଂ ହୋଟେଲଗୁଡ଼ିକର ମୂଲ୍ୟ ଆକାଶଛୁଆଁ।

{"id":871033,"width":836,"height":451,"sizeSlug":"full","linkDestination":"none"}

ପୁରୁଷ ବିଶ୍ୱକପ୍ ୨୦୨୩ର କାର୍ଯ୍ୟସୂଚୀ ଘୋଷଣା ହେବାର କିଛି ସମୟ ପରେ କ୍ରିକେଟ୍ ପ୍ରଶଂସକମାନେ ଶୀଘ୍ର ଅହମ୍ମଦାବାଦ ଯାତ୍ରା ଯୋଜନା କରିଥିଲେ। ଭାରତ ଫାଇନାଲରେ ପହଞ୍ଚିବାର ବହୁ ପୂର୍ବରୁ ହୋଟେଲ ରୁମ୍ ମୂଲ୍ୟ ୨୪,୦୦ ଟଙ୍କାକୁ ବୃଦ୍ଧି ପାଇଥିଲା।  ଯାହା ବର୍ତ୍ତମାନ ଗୋଟିଏ ରାତି ପାଇଁ ୨,୧୫,୦୦୦ ଟଙ୍କାରେ ପହଞ୍ଚିଛି । ଫାଇନାଲର କିଛି ଦିନ ପୂର୍ବରୁ, ଏକ ଅତି ସାଧାରଣ ହୋଟେଲ ରୁମ୍ ପ୍ରତି ରାତି ପିଛା ୧୦,୦୦୦ ଟଙ୍କା ହୋଇପାରେ। ଏହାସହ ଚାରି ତାରକା, ପାଞ୍ଚ ତାରକା ହୋଟେଲ ରୁମର ମୂଲ୍ୟ ପ୍ରାୟ ୧ ଲକ୍ଷ ଟଙ୍କାରୁ ଅଧିକ ।

{"id":871034,"sizeSlug":"full","linkDestination":"none"}

ବୁକିଂ ଡଟ୍ କମ୍, ମେକ୍ ମାଇ ଟ୍ରିପ୍ ଏବଂ ଆଗୋଡା ପରି ଟ୍ରାଭେଲ୍ ପ୍ଲାଟଫର୍ମଗୁଡିକ  ଫାଇନାଲ୍ ପୂର୍ବରୁ ଅହମ୍ମଦାବାଦରେ ରହିବା ପାଇଁ ଅନେକ ପ୍ୟାକେଜ୍ ଡିଜାଇନ୍ କରିଛି । ବିମାନର ମୂଲ୍ୟ ବିଷୟରେ କହିବାକୁ ଗଲେ, ଫାଇନାଲର କିଛି ମାସ ପୂର୍ବରୁ, ଦେଶର ଯେକୌଣସି ସହରରୁ ଅହମ୍ମଦାବାଦ ପର୍ଯ୍ୟନ୍ତ ରାଉଣ୍ଡ ଟ୍ରିପ ଟିକେଟ୍ ମୂଲ୍ୟ ୨୦୦% ରୁ ୩୦୦% କୁ ବୃଦ୍ଧି ପାଇଛି ।  ସେହିଭଳି ନଭେମ୍ବର ୧୮ରେ ଦିଲ୍ଲୀରୁ ଅହମ୍ମଦାବାଦ ଅଭିମୁଖେ ବିମାନ ଟିକେଟର ମୂଲ୍ୟ ୧୫,୦୦୦ରୁ ଅଧିକ ହୋଇଛି।

Also Read-ଅମିତାଭ ବଚ୍ଚନଙ୍କ tweet ‘ବିଶ୍ୱକପ୍‌ ଦେଖି ଯିବେ କି ନା’, ହାତ ଯୋଡିଲେ ଜନତା, ଜାଣନ୍ତୁ କାହିଁକି ?

ସୂଚନାନୁସାରେ ବୁଧବାର ୱାଙ୍ଖଡେ ଷ୍ଟାଡିୟମରେ ଏକ ରୋମାଞ୍ଚକର ସେମିଫାଇନାଲରେ ନ୍ୟୁଜିଲ୍ୟାଣ୍ଡକୁ ୭୦ ରନରେ ପରାସ୍ତ କରିବା ପରେ ଭାରତ ବିଶ୍ୱକପ ଫାଇନାଲରେ ପ୍ରବେଶ କରିଛି। ରୋହିତ ଶର୍ମା ଏବଂ ଟିମ୍ ଟୁର୍ଣ୍ଣାମେଣ୍ଟରେ ଗୋଟିଏ ବି ମ୍ୟାଚ୍ ହାରି ନାହାଁନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.