scan steel
web-baneer-728x90
krs-728-90-banner (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ବିଶ୍ୱକପ ଫାଇନାଲ୍: ଅର୍ଦ୍ଧଶତକ ହାସଲ କରି ରେକର୍ଡ କଲେ ବିରାଟ କୋହଲି

19/11/2023 at 5:27 PM

virat-kohli

ନୂଆଦିଲ୍ଲୀ: ଆଇସିସି ବିଶ୍ୱକପ ୨୦୨୩ ର ଫାଇନାଲ୍ ମ୍ୟାଚ୍ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଅହମ୍ମଦାବାଦରେ ଖେଳାଯାଉଛି। ଆଜିର ମ୍ୟାଚ୍‌ରେ ଯଦିଓ ଭାରତର ବ୍ୟାଟିଂ ସେତେଟା ଭଲ ହୋଇ ନାହିଁ ତେବେ ଏପର୍ଯ୍ୟନ୍ତ ଏକାଧିକ ରେକର୍ଡ ତିଆରି ହୋଇ ସାରିଲାଣି।

ଆଜିର ମ୍ୟାଚ୍‌ରେ ଟିମ୍ ଇଣ୍ଡିଆର ବ୍ୟାଟର ବିରାଟ କୋହଲିଙ୍କ ନାଁରେ ଆଉ ଏକ ରେକର୍ଡ ଯୋଡି ହୋଇ ଯାଇଛି। ବିଶ୍ୱକପ ମୁକାବିଲାରେ ସେମିଫାଇନାଲ୍ ଓ ଫାଇନାଲ୍‌ ମ୍ୟାଚ୍‌ରେ ଲଗାତର ଦୁଇଥର ୫୦ରୁ ଅଧିକ ରନ୍ କରିଥିବା ବ୍ୟାଟରଙ୍କ ତାଲିକାରେ ସାମିଲ୍ ହୋଇଛନ୍ତି।

ଏଥିସହିତ ବିଶ୍ୱକପ୍‌ର ଗୋଟିଏ ସଂସ୍କରଣରେ ସର୍ବାଧିକ ରନ୍ କରିବାରେ ମଧ୍ୟ ବିରାଟ ସଚିନଙ୍କ ରେକର୍ଡ ଭାଙ୍ଗି ଏକ ନମ୍ବରରେ ଥିବା ବେଳେ ରୋହିତ ଶର୍ମା ଦଶମ ସ୍ଥାନରେ ରହିଛନ୍ତି।

ବିରାଟ କୋହଲି ବିଶ୍ୱର ସପ୍ତମ ବ୍ୟାଟର ଭାବେ ଏହି ସଫଳତା ହାସଲ କରିଥିବା ବେଳେ ପ୍ରଥମ ଭାରତୀୟ ଭାବେ ଏହି ସଫଳତା ପାଇଛନ୍ତି। ଏହାପୂର୍ବରୁ, ୧୯୭୯ ମସିହାରେ ଇଂଲଣ୍ଡର ମାଇକେଲ ବ୍ରେଲି, ୧୯୮୭ ରେ ଅଷ୍ଟ୍ରେଲିଆର ଡେଭିଡ ବୁନ, ୧୯୯୨ରେ ପାକିସ୍ତାନର ଜାଭେଦ ମିଆଁଦାଦ, ୧୯୯୬ ମସିହାରେ ଶ୍ରୀଲଙ୍କାର ଅରବିନ୍ଦ ଡି ସିଲଭା, ୨୦୧୫ରେ ନ୍ୟୁଜିଲ୍ୟାଣ୍ଡର ଗ୍ରାଣ୍ଟ ଏଲିଅଟ, ଅଷ୍ଟ୍ରେଲିଆର ଷ୍ଟିଭ ସ୍ମିଥ ୨୦୧୫ରେ ଉଭୟ ସେମିଫାଇନାଲ ଏବଂ ଫାଇନାଲ ମ୍ୟାଚରେ ୫୦ ରୁ ଅଧିକ ସ୍କୋର କରିଥିଲେ। ଏଥର ୨୦୨୩ ବିଶ୍ୱକପରେ ବିରାଟ କୋହଲି ଏହି ରେକର୍ଡ କରିଛନ୍ତି।

ପଢ଼ନ୍ତୁ-ବିଶ୍ୱକପ୍‌ ଫାଇନାଲରେ ଗ୍ରାଉଣ୍ଡକୁ ଧସେଇ ପଶିଲେ ପାଲେଷ୍ଟାଇନ ସମର୍ଥକ, ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ

ବିଶ୍ୱକପ୍‌ ୨୦୨୩ରେ ବିରାଟ ପ୍ରଦର୍ଶନ

ଚଳିତ ବିଶ୍ୱକପରେ କିଙ୍ଗ କୋହଲିଙ୍କ ବ୍ୟାଟ୍ ବହୁତ ଭଲ ଚାଲିଲା। ସେମିଫାଇନାଲ ମ୍ୟାଚରେ ସେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ୪୯ ଶତକର ରେକର୍ଡ ଭାଙ୍ଗି ଦିନିକିଆରେ ୫୦ ଶତକ ହାସଲ କରି ପ୍ରଥମ ବ୍ୟାଟର ହେଲେ। ଏଥିସହିତ ବିରାଟ କୋହଲି ବିଶ୍ୱକପରେ ସର୍ବାଧିକ ରନ୍ ସଂଗ୍ରହ କରିଠଛନ୍ତି। ସେ ୭୬୫ ରନ୍ କରିଛନ୍ତି। ତେବେ ଆଜିର ମ୍ୟାଚ୍‌ରେ ବିରାଟ ୬୩ ବଲ୍‌ରେ  ୫୪ ରନ୍ କରି ଆଉଟ୍ ହୋଇଛନ୍ତି। ଯେଉଁଥିରେ ସେ ୪ଟି ଚୌକା ମାରିଛନ୍ତି। ବିଶ୍ୱକପ୍ ଇତିହାସରେ ଗୋଟିଏ ସଂସ୍କରଣରେ ସର୍ବାଧିକ ୭୫୦ ରନ୍ କରିଥିବା  ପ୍ରଥମ ବ୍ୟାଟର ହେବାର ରେକର୍ଡ କରିଛନ୍ତି।

ଟେବୁଲ୍-ଟପ୍ପର ବିରାଟ କୋହଲି

୨୦୨୩ ବିଶ୍ୱକପରେ ୧୧ ଟି ମ୍ୟାଚରେ ୭୬୫ ରନ୍- ୩ ଶତକ, ୬ ଅର୍ଦ୍ଧଶତକ ।
୨୦୧୬ ବିଶ୍ୱକପରେ ୧୬ ଟି ମ୍ୟାଚରେ ୯୭୩ ରନ୍ – ୪ ଶତକ ଏବଂ ୭ ଅର୍ଦ୍ଧଶତକ।
୨୦୧୪ ଟି -୨୦ ବିଶ୍ୱକପରେ ୬ ଟି ମ୍ୟାଚ୍‌ରେ ୩୧୯ ରନ୍ – ୪ ଅର୍ଦ୍ଧଶତକ।

   Related Posts