ଗର୍ଭବତୀ ଥାଇ ମଧ୍ୟ ବିଶ୍ୱକପ ଫାଇନାଲରେ ଦର୍ଶକଙ୍କୁ ମତୁଆଲା କଲେ କେଟୀ ପେରି, ଷ୍ଟେଜରେ ନାଚିଲେ ଅଷ୍ଟ୍ରେଲିଆ ଖେଳାଳି

Published By : Prameya-News7 Bureau | March 09, 2020 IST

ମେଲବର୍ଣ୍ଣ, ୦୯୦୩: ଆଇସିସି ମହିଳା ଟି୨୦ ବିଶ୍ୱକପ ଫାଇନାଲର ଉଦଘାଟନୀ ଉତ୍ସବରେ ଅନ୍ତର୍ଜାତୀୟ ପପ୍ ଷ୍ଟାର୍ କେଟୀ ପେରି ନିଜ ପରଫରମାନ୍ସରେ ସମସ୍ତଙ୍କୁ ମତୁଆଲା କରିଛନ୍ତି। କେଟୀ ଗର୍ଭବତୀ ଥିବା ଘୋଷଣା କରିବା ପରେ ପ୍ରଥମ ଥର ପାଇଁ ଷ୍ଟେଜରେ ନଜର ଆସିଥିଲେ। ୩୫ ବର୍ଷୀୟ କେଟୀ ଗର୍ଭବତୀ ଥାଇ ମଧ୍ୟ ମେଲବର୍ଣ୍ଣରେ ପରଫର୍ମ କରିଥିଲେ। ସେ ନିଜର କିଛି ଗୀତରେ ଦର୍ଶକଙ୍କ ମନୋରଞ୍ଜନ କରିଥିଲେ। ଷ୍ଟାଡିୟମରେ ଉପସ୍ଥିତ ଥିବା ୭୫ହଜାରରୁ ଅଧିକ ଦର୍ଶକ କେଟୀଙ୍କ ଗୀତରେ ଝୁମିଥିଲେ।

wp:core-embed/twitter {"url":"https://twitter.com/T20WorldCup/status/1236623734993309696?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1236623734993309696\u0026ref_url=https%3A%2F%2Faajtak.intoday.in%2Fstory%2Fkaty-perry-performed-in-women-cricket-world-cup-final-with-baby-bump-tmov-1-1170220.html","type":"rich","providerNameSlug":"twitter","className":""}
https://twitter.com/T20WorldCup/status/1236623734993309696?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1236623734993309696&ref_url=https%3A%2F%2Faajtak.intoday.in%2Fstory%2Fkaty-perry-performed-in-women-cricket-world-cup-final-with-baby-bump-tmov-1-1170220.html
/wp:core-embed/twitter

କେଟୀ ଏହି ପରଫର୍ମାନ୍ସ ସମୟରେ ତିନୋଟି ଆଉଟଫିଟରେ ନଜର ଆସିଥିଲେ। ତାଙ୍କ ପରଫର୍ମାନସର ଠିକ ପୂର୍ବରୁ ଅଷ୍ଟ୍ରେଲିଆ ମହିଳା ଦଳ ଷ୍ଟେଜ ଉପରେ ଉପସ୍ଥିତ ଥିଲେ। ସେମାନେ ବିଜୟ ହେବାର ଖୁସିରେ ନାଚିଥିଲେ।  ଡେଲି ମେଲର ରିପୋର୍ଟ ଅନୁସାରେ, କେଟୀ ପେରି ଏକ କନ୍ୟ ସନ୍ତାନ ଜନ୍ମ ଦେବାକୁ ଚାହୁଁଛନ୍ତି। ସେ ଅଭିନେତା ଆରଲାଣ୍ଡୋ ବ୍ଲୁମଙ୍କୁ ବିବାହ କରିଛନ୍ତି।

wp:core-embed/twitter {"url":"https://twitter.com/T20WorldCup/status/1236543583282495493?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1236543583282495493\u0026ref_url=https%3A%2F%2Faajtak.intoday.in%2Fstory%2Fkaty-perry-performed-in-women-cricket-world-cup-final-with-baby-bump-tmov-1-1170220.html","type":"rich","providerNameSlug":"twitter","className":""}
https://twitter.com/T20WorldCup/status/1236543583282495493?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1236543583282495493&ref_url=https%3A%2F%2Faajtak.intoday.in%2Fstory%2Fkaty-perry-performed-in-women-cricket-world-cup-final-with-baby-bump-tmov-1-1170220.html
/wp:core-embed/twitter

କେଟୀଙ୍କ ସହ ଭାରତୀୟ ମହିଳା ଦଳ ମଧ୍ୟ ଫଟୋ କ୍ଲିକ୍ କରିଛନ୍ତି। ସୂଚନାଯୋଗ୍ୟ, ଆଇସିସି ଟି୨୦  ମହିଳା ବିଶ୍ୱକପ ଫାଇନାଲରେ ଅଷ୍ଟ୍ରେଲିଆ ଭାରତକୁ ୮୫ ରନରେ ହରାଇ ପଞ୍ଚମ ଥର ପାଇଁ ଚାମ୍ପିଆନ ହୋଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.