୩ ଦଶନ୍ଧି ପରେ ପାକିସ୍ତାନରେ ଖେଳାଯିବ ଆଇସିସି ଟୁର୍ଣ୍ଣାମେଣ୍ଟ, ଜାଣନ୍ତୁ ଭାରତରେ କେଉଁ କେଉଁ ଇଭେଣ୍ଟ ଆୟୋଜନ ହେବ ?

Published By : Prameya-News7 Bureau | November 16, 2021 IST

ନୂଆଦିଲ୍ଲୀ ୧୬।୧୧: ଆଗାମୀ ୧୦ ବର୍ଷରେ ହେବାକୁ ଥିବା ବଡ ବଡ ଟୁର୍ଣ୍ଣାମେଣ୍ଟର ଆୟୋଜନ ଅଧିକାର କେଉଁ ଦେଶକୁ ମିଳିଛି ତାର ଘୋଷଣା କରିଛି ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ(ଆଇସିସି)। ସବୁଠୁ ବଡ କଥା ପାକିସ୍ତାନକୁ ପ୍ରାୟ ୩ ଦଶନ୍ଧି ପରେ ଆଇସିସି ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବାର ଅଧିକାର ମିଳିଛି। ୨୦୨୫ରେ ପାକିସ୍ତାନରେ ଚାମ୍ପିଅନ୍ସ ଟ୍ରଫି ଖେଳାଯିବ।

୧୯୯୬ ପରେ ଅର୍ଥାତ ୨୯ ବର୍ଷ ପରେ ପ୍ରଥମ ଥର ପାକିସ୍ତାନରେ କୌଣସି ଆଇସିସି ଇଭେଣ୍ଟ ଆୟୋଜନ ହେବାକୁ ଯାଉଛି। ୧୯୯୬ରେ ପାକିସ୍ତାନ ଭାରତ ଓ ଶ୍ରୀଲଙ୍କା ସହିତ ମିଶି ଦିନିକିଆ ବିଶ୍ଵ କପ୍ ଆୟୋଜନ କରିଥିଲା। ଉକ୍ତ ବିଶ୍ଵ କପରେ ଶ୍ରୀଲଙ୍କା ଚାମ୍ପିଅନ ହୋଇଥିଲା।

ଆଇସିସି ଦ୍ଵାରା ଜାରି କାର୍ଯ୍ୟସୂଚୀ ଅନୁଯାୟୀ, ୨୦୨୪ ଟି-୨୦ ବିଶ୍ଵ କପ୍‌ ଆମେରିକା ଓ ଓ୍ଵେଷ୍ଟଇଣ୍ଡିଜରେ ଆୟୋଜନ କରାଯିବ। ଆମେରିକାରେ ପ୍ରଥମ ଥର କୌଣସି ବଡ ଟୁର୍ଣ୍ଣାମେଣ୍ଟ ଆଇସିସି ପକ୍ଷରୁ ଆୟୋଜନ କରାଯିବ। ଅନ୍ୟପଟେ ଭାରତରେ ୨୦୨୬ରେ ଟି-୨୦  ବିଶ୍ଵ କପ୍ ଖେଳାଯିବ।

କେବେ ଏବଂ କେଉଁଠି ଆୟୋଜନ ହେବ ଆଇସିସି ଟୁର୍ଣ୍ଣାମେଣ୍ଟ

୨୦୨୪ ଜୁନ, ଟି-୨୦ ବିଶ୍ଵ କପ୍- ଆମେରିକା, ଓ୍ଵେଷ୍ଟଇଣ୍ଡିଜ

୨୦୨୫ ଫେବୃଆରୀ, ଚାମ୍ପିଅନ୍ସ ଟ୍ରଫି- ପାକିସ୍ତାନ

୨୦୨୬ ଫେବୃଆରୀ, ଟି-୨୦  ବିଶ୍ଵ କପ୍- ଭାରତ, ଶ୍ରୀଲଙ୍କା

୨୦୨୭ ଅକ୍ଟୋବର, ଦିନିକିଆ ବିଶ୍ଵ କପ୍- ଦକ୍ଷିଣ ଆଫ୍ରିକା, ନାମିବିୟା

୨୦୨୮ ଅକ୍ଟୋବର, ଟି-୨୦ ବିଶ୍ଵ କପ୍- ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ

୨୦୨୯ ଅକ୍ଟୋବର, ଚାମ୍ପିଅନ୍ସ ଟ୍ରଫି- ଭାରତ

୨୦୩୦ ଜୁନ, ଟି-୨୦  ବିଶ୍ଵ କପ୍- ଇଂଲଣ୍ଡ, ଆୟରଲାଣ୍ଡ, ସ୍କଟଲାଣ୍ଡ

୨୦୩୧ ଅକ୍ଟୋବର, ଦିନିକିଆ ବିଶ୍ଵ କପ୍- ଭାରତ, ବାଂଲାଦେଶ

ଆଇସିସିର କାର୍ଯ୍ୟସୂଚୀ ଅନୁଯାୟୀ, ୨୦୨୨ରୁ ୨୦୩୧ ମଧ୍ୟରେ ମୋଟ୍ ୫ ଟି-୨୦ ବିଶ୍ଵ କପ୍ ଖେଳାଯିବ। ଏହି ସମୟରେ ୨୦୨୫ରେ ପାକିସ୍ତାନ ଏବଂ ୨୦୨୯ରେ ଭାରତରେ ଚାମ୍ପିଅନ୍ସ ଟ୍ରଫି ଖେଳାଯିବ। ଭାରତରେ ୨୦୨୩ ଏବଂ ୨୦୨୭ରେ ଦକ୍ଷିଣ ଆଫ୍ରିକା, ନାମିବିୟାରେ ଦିନିକିଆ ବିଶ୍ଵ କପ୍ ଖେଳାଯିବ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.