ICC Test Rankings : ଟେଷ୍ଟରେ ବିରାଟ କୋହଲିଙ୍କଠୁ ବେଷ୍ଟ ହେବାକୁ ଯାଉଛନ୍ତି ରୋହିତ ଶର୍ମା, ବିପଦରେ କେନ୍ ଓ୍ଵିଲିୟମସନଙ୍କ ଆସନ

Published By : Prameya-News7 Bureau | August 18, 2021 IST

ନୂଆଦିଲ୍ଲୀ ୧୮।୦୮: ଲର୍ଡ୍ସ ଟେଷ୍ଟର ପ୍ରଥମ ଇନିଂସରେ ଇଂଲଣ୍ଡର ଅଧିନାୟକ ଜୋ ରୁଟ୍ ୧୮୦ ରନର ଦମଦାର ଇନିଂସ ଖେଳିଥିଲେ। ତାଙ୍କର ଏହି ବ୍ୟାଟିଂର ପ୍ରଭାବ ଆଇସିସିର ସଦ୍ୟତମ ମାନ୍ୟତାରେ ଦେଖିବାକୁ ମିଳିଛି। ଭାରତ ବିପକ୍ଷ ସିରିଜ୍‌ରେ ଏ ପର୍ଯ୍ୟନ୍ତ ୨ଟି ଶତକ ହାସଲ କରିଥିବା ରୁଟ୍ ଟେଷ୍ଟ ବ୍ୟାଟସମ୍ୟାନ ମାନ୍ୟତାର ଶୀର୍ଷରେ ଥିବା କେନ ଓ୍ଵିଲିୟମସନଙ୍କ ନିକଟତର ହୋଇଛନ୍ତି। ଅନ୍ୟପଟେ ଖରାପ ଫର୍ମରେ ସଂଘର୍ଷ କରୁଥିବା ଅଧିନାୟକ ବିରାଟ କୋହଲି ନିଜର ପଞ୍ଚମ ସ୍ଥାନ ବଜାୟ ରଖିଛନ୍ତି। ହେଲେ ତାଙ୍କର ରେଟିଂ ପଏଣ୍ଟ ୭୭୬କୁ ଖସି ଆସିଛି। ଓ୍ଵିଲିୟମସନ ୯୦୧ ପଏଣ୍ଟ ସହ ଶୀର୍ଷରେ ରହିଥିବା ବେଳେ ରୁଟ୍‌ଙ୍କ ପଏଣ୍ଟ ୮୯୩କୁ ବୃଦ୍ଧି ଘଟିଛି। ସେପଟେ ରୋହିତ ଶର୍ମା କ୍ୟାରିୟରର ସର୍ବଶ୍ରେଷ୍ଠ ଟେଷ୍ଟ ରେଟିଂ ୭୭୩ ହାସଲ କରିଛନ୍ତି। ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ଟେଷ୍ଟ ରେଟିଂ ମଧ୍ୟରେ କେବଳ ୩ ଅଙ୍କର ବ୍ୟବଧାନ ରହିଛି। ରୋହିତ ଟେଷ୍ଟ ମାନ୍ୟତାରେ ଦ୍ଵିତୀୟ ସର୍ବଶ୍ରେଷ୍ଠ ଭାରତୀୟ ବ୍ୟାଟସମ୍ୟାନ।

wp:html /wp:html

ଭାରତ ବିପକ୍ଷ ପ୍ରଥମ ମ୍ୟାଚ୍‌ ପରେ ପଞ୍ଚମ ସ୍ଥାନରୁ ସିରିଜ୍ ଆରମ୍ଭ କରିଥିବା ଜୋ ରୁଟ୍ ଏବେ ବିରାଟ କୋହଲିଙ୍କୁ ପଛରେ ପକାଇବା ପରେ ମାନ୍ୟତାର ଦ୍ଵିତୀୟ ସ୍ଥାନରେ ପହଞ୍ଚିଛନ୍ତି। ରୁଟ୍ ଏବଂ ଓ୍ଵିଲିୟମସନଙ୍କ ମଧ୍ୟରେ ମାତ୍ର ୮ ପଏଣ୍ଟର ବ୍ୟବଧାନ ରହିଛି। ଅନ୍ୟପଟେ ଲର୍ଡ୍ସ ଟେଷ୍ଟରେ ସର୍ବଶ୍ରେଷ୍ଠ ଖେଳାଳି ଥିବା ଲୋକେଶ ରାହୁଲଙ୍କୁ ଖୁବ୍ ଫାଇଦା ହୋଇଛି। ୨୯ ବର୍ଷୀୟ ଏହି ଓପନର ବ୍ୟାଟସମ୍ୟାନ ମାନ୍ୟତାରେ ଲମ୍ବା ଡିଆଁ ମାରି ୩୭ତମ ସ୍ଥାନରେ ପହଞ୍ଚିଛନ୍ତି। ଏହା ପୂର୍ବରୁ କ୍ୟାରିୟରରେ ତାଙ୍କର ସର୍ବଶ୍ରେଷ୍ଠ ରାଙ୍କିଙ୍ଗ ଅଷ୍ଟମରେ ଥିଲା, ଯାହା ୨୦୧୭ରେ ସେ ହାସଲ କରିଥିଲେ।

wp:html /wp:html

ପାଟ୍ କମିନ୍ସ ଏକ ନମ୍ବର ଓ ଅଶ୍ଵିନ ନମ୍ବର ୨ରେ

ଲର୍ଡ୍ସ ଟେଷ୍ଟରେ ଦମଦାର  ପ୍ରଦର୍ଶନ କରିଥିବା ବୋଲର ଜେମ୍ସ ଆଣ୍ଡରସନଙ୍କୁ  ବୋଲିଂ ମାନ୍ୟତାରେ ଫାଇଦା ମିଳିଛି। ପ୍ରଥମ ଇନିଂସରେ ୫ ଓ୍ଵିକେଟ୍ ନେଇଥିବା ଆଣ୍ଡରସନ ଷଷ୍ଠ ସ୍ଥାନକୁ ଉଠିଛନ୍ତି। ଇଂଲଣ୍ଡର ମାର୍କ ଉଡ ଓ ଭାରତର ମହମ୍ମଦ ସିରାଜ ଯଥାକ୍ରମେ ମହମ୍ମଦ ସିରାଜ ୩୭ମ ଓ ୩୮ମ ସ୍ଥାନରେ ପହଞ୍ଚିଛନ୍ତି। ମହମ୍ମଦ ସିରାଜ ନିଜ କ୍ୟାରିୟରର ସର୍ବଶ୍ରେଷ୍ଠ ରେଟିଂ ୪୬୫ ହାସଲ କରିଛନ୍ତି। ଉଡ ମ୍ୟାଚ୍‌ରେ ୫ ଓ୍ଵିକେଟ୍ ନେବା ସହ ପଞ୍ଚମ ସ୍ଥାନ ଉନ୍ନତି ଘଟାଇଛନ୍ତି। ସିରାଜ ପ୍ରତ୍ୟେକ ଇନିଂସରେ ଚାରୋଟି ଲେଖାଏଁ ମୋଟ୍ ୮ଟି ଓ୍ଵିକେଟ୍ ନେଇ ୧୮ଟି ସ୍ଥାନ ଉପରକୁ ଉଠିଛନ୍ତି। ପାଟ୍ କମିନ୍ସ ଓ ଅଶ୍ଵିନ ପୂର୍ବବତ୍ତ ପ୍ରଥମ ଓ ଦ୍ଵିତୀୟ ସ୍ଥାନରେ ରହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.