ଆଇସିସି ଟେଷ୍ଟ ମାନ୍ୟତାରେ ରବୀନ୍ଦ୍ର ଜାଡେଜାଙ୍କ କମାଲ, ହେଲେ ଦୁନିଆର ନମ୍ବର ଓ୍ଵାନ ଅଲରାଉଣ୍ଡର

Published By : Prameya-News7 Bureau | June 23, 2021 IST

ଦୁବାଇ ୨୩।୦୬: ବିଶ୍ଵ ଟେଷ୍ଟ ଚମ୍ପିଆନସିପ୍ ଫାଇନାଲ୍ ମଧ୍ୟରେ ଭାରତ ପାଇଁ ଭଲ ଖବର। ରବୀନ୍ଦ୍ର ଜାଡେଜା ଆଇସିସି ଦ୍ଵାରା ବୁଧବାର ଜାରି ସଦ୍ୟତମ ଟେଷ୍ଟ ମାନ୍ୟତାରେ ଏକ ନମ୍ବର ଅଲରାଉଣ୍ଡର ହୋଇଛନ୍ତି। ଜାଡେଜା  ୩୮୬ ଏପଣ୍ଟ ସହ ଓ୍ଵେଷ୍ଟଇଣ୍ଡିଜର ପୂର୍ବତନ ଅଧିନାୟକ ଜାସନ ହୋଲଡରଙ୍କୁ ପଛରେ ପକାଇ ଦେଇଛନ୍ତି। ହୋଲଡର ଣ୍ଟ ୩୮୪ ରେଟିଂ ପଏଣ୍ଟ ସହ ଦ୍ଵିତୀୟକୁ ଖସିଛନ୍ତି। ଇଂଲଣ୍ଡର ତାରକା ଅଲରାଉଣ୍ଡର ବେନ ଷ୍ଟୋକ୍ସ(୩୭୭) ଟେଷ୍ଟ ଅଲରାଉଣ୍ଡର ମାନ୍ୟତାରେ ତୃତୀୟ ସ୍ଥାନରେ ଅଛନ୍ତି। ଏହି ତାଲିକାରେ ଭାରତୀୟ ଅଫ ସ୍ପିନର ଆର ଅଶ୍ଵିନ ୩୫୩ ପଏଣ୍ଟ ସହ ଚତୁର୍ଥ ସ୍ଥାନରେ ରହିଛନ୍ତି। ବାଂଲାଦେଶ ଅଲରାଉଣ୍ଡର ସାକିବ ଅଲ  ହସନ ପଞ୍ଚମରେ ରହିଛନ୍ତି।

ଜାଡେଜା ଏହା ପୂର୍ବରୁ ୨୦୧୭ ଅଗଷ୍ଟ ୧୭ରେ ଟେଷ୍ଟ ମାନ୍ୟତାର ଅଲରାଉଣ୍ଡରରେ ପ୍ରଥମ ସ୍ଥାନକୁ ଉଠିଥିଲେ। ସେହି ସମୟରେ ଜାଡେଜାଙ୍କ ପଏଣ୍ଟ ୮୮୪ ଥିଲା। ସେହି ସମୟରେ ରବିଚନ୍ଦ୍ରନ ଅଶ୍ଵିନ ମଧ୍ୟ ତୃତୀୟରେ ଥିଲେ। ଏହି ଦୁଇ ବୋଲର ସଂପ୍ରତି ନ୍ୟୁଜିଲାଣ୍ଡ ବିପକ୍ଷ ବିଶ୍ଵ ଟେଷ୍ଟ ଚମ୍ପିଆନସିପର ଫାଇନାଲ୍ ମୁକାବିଲାରେ ଦଳ ପକ୍ଷରୁ ପ୍ରତିନିଧିତ୍ଵ କରୁଛନ୍ତି। ହେଲେ ଦୁଇ ଖେଳାଳି ବୋଲିଂ ଏବଂ ବ୍ୟାଟିଂରେ ନିଜର ଛାପ ଛାଡିବାରେ  ବିଫଳ ହୋଇଛନ୍ତି। ଜାଡେଜା ପ୍ରଥମ ଇନିଂସରେ ୧୫ ଏବଂ ଅଶ୍ଵିନ ୨୨ ରନ କରିଥିଲେ।  ବୋଲିଂରେ ଅଶ୍ଵିନ ୨ଟି ସଫଳତା ପାଇଥିବା ବେଳେ ଜାଡେଜା ଗୋଟିଏ ଓ୍ଵିକେଟ୍ ନେଇଥିଲେ।

ବୋଲିଂରେ ଅଶ୍ଵିନ ଦ୍ଵିତୀୟ

ଆଇସିସିର ବୋଲିଂ ଟେଷ୍ଟ ମାନ୍ୟତାରେ ପ୍ରଥମରେ ଅଛନ୍ତି ଅଷ୍ଟ୍ରେଲିଆର ଦ୍ରୁତ ବୋଲର ପାଟ୍ କମିନ୍ସ। ତାଙ୍କର ରେଟିଂ ପଏଣ୍ଟ ହେଉଛି ୯୦୮। ଏହି ସୂଚୀରେ ଭାରତର ଅଫ ସ୍ପିନର ରବିଚନ୍ଦ୍ରନ ଅଶ୍ଵିନ ୮୫୦ ପଏଣ୍ଟ ସହ ଦ୍ଵିତୀୟରେ ରହିଛନ୍ତି। ସେ ଏକମାତ୍ର ଭାରତୀୟ ଖେଳାଳି ଯିଏ ବୋଲିଂ ଏବଂ ଅଲରାଉଣ୍ଡର ତାଲିକାର ଶୀର୍ଷ-୫ରେ ଅଛନ୍ତି। ଟେଷ୍ଟର ଶୀର୍ଷ ୧୦ ବୋଲରଙ୍କ ମଧ୍ୟରେ ଅଶ୍ଵିନ ଏକ ମାତ୍ର ଭାରତୀୟ ବୋଲର ଅଛନ୍ତି।

ନ୍ୟୁଜିଲାଣ୍ଡର ଦ୍ରୁତ ବୋଲର ଟିମ୍ ସାଉଦି ଟେଷ୍ଟ ବୋଲିଂ ମାନ୍ୟତାରେ ତୃତୀୟ ସ୍ଥାନରେ ରହିଛନ୍ତି। ପଞ୍ଚମରେ ଅଛନ୍ତି ତାଙ୍କ ସାଥୀ ଖେଳାଳି ନିଲ ଓ୍ଵାଗନର। ଉଭୟ ବୋଲର ବିଶ୍ଵ ଟେଷ୍ଟ ଚମ୍ପିଆନସିପର ଫାଇନାଲ୍ ମୁକାବିଲାରେ ଭାରତ ବିରୋଧରେ ଖେଳୁଛନ୍ତି। ଓ୍ଵାଗନର ପ୍ରଥମ ଇନିଂସରେ ଗୋଟିଏ ଏବଂ ସାଉଦି ଏକ ଓ୍ଵିକେଟ୍ ନେଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.