LIFESTYLE
suno sunao
Aao Nxt
LIFESTYLE_728X90_B
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ICC Ranking : ଭାରତୀୟ ଖେଳାଳିଙ୍କ ଅବନତି, ତୃତୀୟ ସ୍ଥାନକୁ ଖସିଲେ ସିରାଜ୍‌

23/03/2023 at 8:39 AM

ଦୁବାଇ, ୨୨।୦୩ : ସଦ୍ୟ ପ୍ରକାଶିତ ଆଇସିସି ମାନ୍ୟତା ତାଲିକାରେ ଭାରତୀୟ ଖେଳାଳିଙ୍କ ଅବନତି ଘଟିଛି । ଦିନିକିଆ ବୋଲିଂ ମାନ୍ୟତାରେ ୪ ସପ୍ତାହ ଧରି ଶୀର୍ଷ ସ୍ଥାନ ଦଖଲ କରିଥିବା ମହମ୍ମଦ ସିରାଜ ତୃତୀୟ ସ୍ଥାନକୁ ଖସିଛନ୍ତି । ଟେଷ୍ଟ ବ୍ୟାଟିଂ ମାନ୍ୟତାରେ କେନ ୱିଲିୟମସନ ୨ୟକୁ ଉନ୍ନୀତ ହୋଇଥିବା ବେଳେ ରିଷଭ ପନ୍ତ, ରୋହିତ ଶର୍ମା, ବିରାଟ କୋହଲିଙ୍କ ଅବନତି ହୋଇଛି ।

ତେବେ ଟେଷ୍ଟ ବ୍ୟାଟିଂରେ ମାର୍ନସ ଲାବୁସାନ ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି । ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଦ୍ୱିଶତକ ଅର୍ଜନ କରିବା ପରେ ୱିଲିୟମସନଙ୍କ ମାନ୍ୟତାରେ ୪ଟି ସ୍ଥାନ ଉନ୍ନତି ହୋଇଥିଲା । ସେ ୮୮୩ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ଲାବୁସାନ ୯୧୫ ପଏଣ୍ଟ ହାସଲ କରିଛନ୍ତି । ଷ୍ଟିଭେନ ସ୍ମିଥ୍‌ ତୃତୀୟକୁ ଖସିଥିବା ବେଳେ, ଜୋ ରୁଟ୍‌ ଚତୁର୍ଥ,  ବାବର ଆଜମ ପଞ୍ଚମ ଓ ଟ୍ରେଭିସ୍‌ ହେଡ ଷଷ୍ଠକୁ ଖସିଛନ୍ତି । ଗତ ସପ୍ତାହରେ ଦଶମ ସ୍ଥାନରେ ରହିଥିବା ରୋହିତ ଶର୍ମାଙ୍କ ମାନ୍ୟତାରେ ୨ଟି ସ୍ଥାନ ଅବନତି ହୋଇଛି । ସେ ବର୍ତ୍ତମାନ ୧୨ତମ ସ୍ଥାନରେ ରହିଛନ୍ତି । କୋହଲି ୧୩ତମ ସ୍ଥାନ ଦଖଲ କରିଛନ୍ତି ।

ସେହିପରି ଚଳିତ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜରେ ନୈରାଶ୍ୟଜନକ ପ୍ରଦର୍ଶନ କରିବା ଫଳରେ ସିରାଜଙ୍କ ମାନ୍ୟତାରେ ଅବନତି ଘଟିଛି । ସେ ତୃତୀୟକୁ ଖସିଛନ୍ତି । ଫଳରେ ଆହତ ସମସ୍ୟା ଦେଇ ଗତି କରୁଥିବା ଜୋସ ହାଜେଲଉଡ୍‌ ଶୀର୍ଷକୁ ଫେରିଛନ୍ତି । ଟ୍ରେଣ୍ଟ ବୋଲ୍ଟ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ଦିନିକିଆ ବ୍ୟାଟିଂ ମାନ୍ୟତାରେ ବାବର ଆଜମ ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି । ଭାରତୀୟଙ୍କ ମଧ୍ୟରେ ରୋହିତ ଶର୍ମାଙ୍କ ଉନ୍ନତି ହୋଇଛି । ସେ ନବମ ସ୍ଥାନକୁ ଉଠିଛନ୍ତି । ବିରାଟ କୋହଲି ପୂର୍ବବତ ଅଷ୍ଟମ ସ୍ଥାନ ବଜାୟ ରଖିଛନ୍ତି ।

   Related Posts