ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବୌଦ୍ଧ: ନାଳରୁ ବ୍ୟାଙ୍କ୍ କର୍ମଚାରୀଙ୍କ ମୃତଦେହ ଉଦ୍ଧାର, ପାଖରେ ପଡିଛି ବାଇକ ଓ ମଦବୋତଲ
  • ||
  • ଭୁବନେଶ୍ୱର: ବରିଷ୍ଠ ଅଭିନେତ୍ରୀଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ
  • ||
  • ଭଦ୍ରକ: ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ୧୫ ବଖରା, ୨ ଗୋ-ମାତା ଜୀବନ୍ତ ଦଗ୍ଧ
  • ||
  • କଟକ: ବରିଷ୍ଠ ଅଭିନେତ୍ରୀ ଝରଣା ଦାସଙ୍କ ପରଲୋକ, ୮୨ ବର୍ଷ ବୟସରେ ଦେହାନ୍ତ
  • ||

ICC T20 Ranking: ହାର୍ଦ୍ଦିକ ପାଣ୍ଡ୍ୟାଙ୍କ କମାଲ, ହାସଲ କଲେ କ୍ୟାରିୟରର ବେଷ୍ଟ ରାଙ୍କିଙ୍ଗ୍

31/08/2022 at 5:14 PM

ନୂଆଦିଲ୍ଲୀ: ଏସିଆ କପ୍‌ରେ ଭାରତ ବୁଧବାର ହଂକଂ ବିପକ୍ଷରେ ନିଜର ଦ୍ଵିତୀୟ ମ୍ୟାଚ୍ ଖେଳିବ। ଭାରତୀୟ ଦଳ ପ୍ରଥମ ମୁକାବିଲାରେ ପାରମ୍ପରିକ ପ୍ରତିଦ୍ଵନ୍ଦ୍ଵୀ ପାକିସ୍ତାନକୁ ହରାଇଥିଲା। ଏହି ମ୍ୟାଚ୍‌ରେ ହାର୍ଦ୍ଦିକ ପାଣ୍ଡ୍ୟା ଉଭୟ ବୋଲିଂ ଏବଂ ବ୍ୟାଟିଂରେ ଚମତ୍କାର ପ୍ରଦର୍ଶନ କରି ଭାରତକୁ ସ୍ମରଣୀୟ ବିଜୟ ଦେଇଥିଲେ। ଏହି ଦମଦାର ପ୍ରଦର୍ଶନର ପୁରସ୍କାର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ମିଳିଛି। ଆଇସିସି ଦ୍ଵାରା ଜାରି ସଦ୍ୟତମ ଟି-୨୦ ଅଲରାଉଣ୍ଡର ମାନ୍ୟତାରେ ହାର୍ଦ୍ଦିକ ପାଣ୍ଡ୍ୟା ଶୀର୍ଷ ୫ରେ ସାମିଲ୍ ହୋଇଛନ୍ତି।

ପାକିସ୍ତାନ ବିପକ୍ଷ ମ୍ୟାଚରେ ଉନ୍ନତ ପ୍ରଦର୍ଶନ କାରଣରୁ ପାଣ୍ଡ୍ୟା ଆଠଟି ସ୍ଥାନ ଉନ୍ନତି ଘଟାଇ ପଞ୍ଚମରେ ପହଞ୍ଚିଛନ୍ତି। ଏହା ହାର୍ଦ୍ଦିକ ପାଣ୍ଡ୍ୟାଙ୍କ କ୍ୟାରିୟରର ସର୍ବଶ୍ରେଷ୍ଠ ଟି-୨୦ ମାନ୍ୟତା। ୧୬୭ ରେଟିଂ ପଏଣ୍ଟ ସହ ପାଣ୍ଡ୍ୟା ଟି-୨୦ ଅଲରାଉଣ୍ଡର  ଟପ୍ ୧୦ ତାଲିକାରେ ଏକ ମାତ୍ର ଭାରତୀୟ ଖେଳାଳି। ପାକିସ୍ତାନ ବିପକ୍ଷରେ ୩ ଓ୍ଵିକେଟ୍ ନେବା ସହ ୩୩ ରନର ମ୍ୟାଚ୍ ବିଜୟୀ ଇନିଂସ ଖେଳିଥିଲେ।

ଟି-୨୦ ମାନ୍ୟତା

ଟି-୨୦ ବ୍ୟାଟିଂ ମାନ୍ୟତାରେ ଭାରତର ସୂର୍ଯ୍ୟକୁମାର ଯାଦବ ତୃତୀୟ ସ୍ଥାନରେ ଅଛନ୍ତି। ପାକିସ୍ତାନର ଅଧିନାୟକ ବାବର ଆଜମ ଶୀର୍ଷରେ ରହିଛନ୍ତି। ବୋଲିଂ ମାନ୍ୟତାରେ ୬୬୧ ରେଟିଂ ସହିତ ଭୁବନେଶ୍ଵର କୁମାର ଅଷ୍ଟମ ସ୍ଥାନରେ ରହିଛନ୍ତି। ଦଳଗତ ମାନ୍ୟତାରେ ଅଷ୍ଟ୍ରେଲିଆ ଏକ ନମ୍ବରରେ ଥିବା ବେଳେ ଭାରତ ଦ୍ଵିତୀୟରେ ରହିଛି। ପାକିସ୍ତାନ ଦଳ ଛଅ ନମ୍ବର ସ୍ଥାନରେ ଯାଇ ରହିଛି।

   Related Posts