ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ORHDC ଦୁର୍ନୀତି ମାମଲା, IAS ବିନୋଦ କୁମାରଙ୍କ ସହ ୬ ଜଣଙ୍କୁ ଜେଲ୍‌ଦଣ୍ଡ ଶୁଣାଇଲେ ସ୍ପେଶାଲ୍‌ ଜଜ୍‌
  • ||
  • ଫିରୋଜାବାଦରେ ଛାତିଥରା ଅଗ୍ନିକାଣ୍ଡ, ଜିଅନ୍ତା ଜଳିଗଲେ ପରିବାରର ୬ଜଣ
  • ||
  • କୁହୁଡ଼ି ନେଲା ଜୀବନ; ରାସ୍ତା ଦେଖାନଯିବାରୁ ବସ୍‌କୁ ପିଟିଲା ଟ୍ରକ୍, ଦୁର୍ଘଟଣାରେ ଚାଲିଗଲା ୬ ଜୀବନ
  • ||
  • ଇଡିରେ ହାଜର ହେଲେ ଅବିନାଶ ପ୍ରିୟଦର୍ଶୀ, ସୁପ୍ରିମ ଅଟୋ ମୋବାଇଲ ମୁଖ୍ୟ ପରିଚାଳକ ହେଲେ ଅବିନାଶ
  • ||

ICC T-20 ମାନ୍ୟତା, ତାଲିକାର ଟପ୍‌ରେ ସୂର୍ଯ୍ୟକୁମାର ଓ ହସରଙ୍ଗା

17/11/2022 at 8:24 AM

ଦୁବାଇ ୧୭।୧୧ : ସଦ୍ୟ ପ୍ରକାଶିତ ଆଇସିସି ଟି-ଟ୍ୱେଣ୍ଟି ମାନ୍ୟତା ତାଲିକାରେ ଉଭୟ ବ୍ୟାଟିଂ ଓ ବୋଲିଂର ଶୀର୍ଷ ସ୍ଥାନ ଅପରିବର୍ତ୍ତିତ ରହିଛି । କିନ୍ତୁ ଅନ୍ୟ ସ୍ଥାନ ଗୁଡ଼ିକରେ ଅନେକ ପରିବର୍ତ୍ତନ ଘଟିଛି । ଭାରତର ସୂର୍ଯ୍ୟକୁମାର ଯାଦବ ଓ ଶ୍ରୀଲଙ୍କାର ୱାନିଣ୍ଡୁ ହସରଙ୍ଗା ଯଥାକ୍ରମେ ବ୍ୟାଟିଂ ଓ ବୋଲିଂ ମାନ୍ୟତାର ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି ।

ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ପ୍ଲେୟାର ଅଫ ଦ ଟୁର୍ଣ୍ଣାମେଣ୍ଟ ବିବେଚିତ ହୋଇଥିବା ସାମ କୁରାନ ଦ୍ରୁତ ବେଗରେ ଉପରକୁ ଉଠିଛନ୍ତି । ସେ ବର୍ତ୍ତମାନ ପଞ୍ଚମ ସ୍ଥାନରେ ପହଞ୍ଚି ସାରିଛନ୍ତି । ଅନ୍ୟ ଇଂଲଣ୍ଡ ବୋଲର ଆଦିଲ ରସିଦ ୫ଟି ସ୍ଥାନ ଉନ୍ନତି ଘଟାଇ ତୃତୀୟରେ ପହଞ୍ଚିଛନ୍ତି । ହସରଙ୍ଗା ପ୍ରଥମ ଓ ଆଫଗାନିସ୍ତାନ ଦ୍ୱିତୀୟ ସ୍ଥାନ ବଜାୟ ରଖିଛନ୍ତି । ଜୋସ ହାଜେଲଉଡ୍‌ ଚତୁର୍ଥକୁ ଖସିଥିବା ବେଳେ ତାବ୍ରେଜ ସାମସି ଷଷ୍ଠ, ଆଡାମ ଜାମ୍ପା ସପ୍ତମ, ମୁଜିବ ଉର ରେହମାନ ଅଷ୍ଟମକୁ ଖସିଛନ୍ତି । ଆନରିଚ ନର୍ଜ ଓ ମହୀଶ ତୀକ୍ଷଣା ଯଥାକ୍ରମେ ନବମ ଓ ଦଶମ ସ୍ଥାନ ବଜାୟ ରଖିଛନ୍ତି ।

ସେହିପରି ବ୍ୟାଟିଂ ମାନ୍ୟତା ତାଲିକାର ପ୍ରଥମ ୨ଟି ସ୍ଥାନ ଅପରିବର୍ତ୍ତିତ ରହିଛି । ସୂର୍ଯ୍ୟଙ୍କ ସମେତ ମହମ୍ମଦ ରିଜୱାନ ଦ୍ୱିତୀୟ ସ୍ଥାନ ବଜାୟ ରଖିଛନ୍ତି। ଉଭୟଙ୍କ ମଧ୍ୟରେ ୨୩ ପଏଣ୍ଟର ବ୍ୟବଧାନ ରହିଛି। ବାବର ଆଜମ ତୃତୀୟକୁ ଉଠିଥିବାବେଳେ ଡେଭନ କନୱେ ଚତୁର୍ଥକୁ ଖସିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଆଡେନ ମାରକ୍ରମ ପଞ୍ଚମ, ଦାୱିଦ ମଲାନ ଷଷ୍ଠ, ରାଇଲି ରସୋ ସପ୍ତମ, ଗ୍ଲେନ ଫିଲିପ୍ସ ଅଷ୍ଟମ, ଆରୋନ ଫିଞ୍ଚ ନବମ ଓ ମଥୁମ ନିଶଙ୍କା ଦଶକ ସ୍ଥାନରେ ରହିଛନ୍ତି ।

ଅଲ୍‌ରାଉଣ୍ଡର ମାନ୍ୟତା ତାଲିକାରେ ଭାରତର ହାର୍ଦ୍ଦିକ ପାଣ୍ଡ୍ୟା ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ସାକିବ ଅଲ୍‌ ହାସନ ଶୀର୍ଷ ସ୍ଥାନ ବଜାୟ ରଖିଥିବା ବେଳେ ମହମ୍ମଦ ନବି ଦ୍ୱିତୀୟରେ ରହିଛନ୍ତି ।

   Related Posts