୨୪ଫେବୃଆରୀ ୨୦୧୦: ଗ୍ୱାଲିୟର ଷ୍ଟାଡିୟମରେ ଇତିହାସ ରଚିଥିଲେ ସଚ୍ଚିନ, ମନେ ପକାଇଲେ ICC

Published By : Prameya-News7 Bureau | February 24, 2020 IST

ନୂଆଦିଲ୍ଲୀ, ୨୪।୨:  ଟିମ୍ ଇଣ୍ଡିଆର ମହାନ ଖେଳାଳି ସଚ୍ଚିନ୍ ତେନ୍ଦୁଲକର ଠିକ୍ ୧୦ ବର୍ଷ ପୂର୍ବେ ଆଜିର ଦିନରେ ଅର୍ଥାତ ୨୪ ଫେବୃଆରୀ ୨୦୧୦ରେ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟରେ ଇତିହାସ ରଚିଥିଲେ। ସାଉଥ୍ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ମ୍ୟାଚ୍‌ରେ ଦ୍ୱିଶତକ କରିବାରେ ବିଶ୍ୱର ପ୍ରଥମ କ୍ରିକେଟର ପାଲଟିଯାଇଥିଲେ ସଚ୍ଚିନ୍।  

wp:html /wp:html

୨୪ ଫେବ୍ରୁଆରୀ ୨୦୧୦ରେ ଭ୍ରମକାରୀ ସାଉଥ୍ଆଫ୍ରିକା ବିପକ୍ଷରେ ଗ୍ୱାଲିୟରର କ୍ୟାପ୍ଟେନ୍ ରୂପ ସିଂହ ଷ୍ଟାଡିୟମରେ ମ୍ୟାଚ୍‌ ଖେଳାଯାଇଥିଲା। ସଚ୍ଚିନଙ୍କ ଏହି ଐତିହାସିକ ମୁହୂର୍ତ୍ତକୁ ମନେ ପକାଇ ସୋମବାର ଆଇସିସି ତାଙ୍କ ଟ୍ୱିଟର ହ୍ୟାଣ୍ଡଲରେ ଏକ ଟ୍ୱିଟ୍ ଜାରି କରିଛନ୍ତି। ଯେଉଁଥିରେ ସେବେ ଠାରୁ ଏପର୍ଯ୍ୟନ୍ତ ୭ ଜଣ କ୍ରିକେଟର ୱାନଡେରେ ଡବଲ ଟନ କରିଛନ୍ତି। ହେଲେ ସଚ୍ଚିନ ହିଁ ପ୍ରଥମ ମଣିଷ ଯିଏ ଏହି କିର୍ତ୍ତିମାନ ସ୍ଥାପନା କରିଥିଲେ।  

{"align":"center","id":228639,"width":457,"height":505,"sizeSlug":"large"}

ଏହି ମ୍ୟାଚରେ ସଚିନଙ୍କ ଅପରାଜିତ ଦ୍ୱିଶତକ ବଳରେ ଭାରତ ଦକ୍ଷିଣ ଆଫ୍ରିକାକୁ ୧୫୩ ରନରେ ପରାସ୍ତ କରିଥିଲା। ସଚିନ ନିଜ ଇନିଂସରେ ୧୪୭ଟି ବଲରୁ ୨୫ଟି ଚୌକା ଓ ୩ଟି ଛକା ମାରି ୨୦୦ ରନର ଇନିଂସ ଖେଳିଥିଲେ। ପ୍ରଥମେ ବ୍ୟାଟିଂ କରି ଭାରତ ୩ ଓ୍ୱିକେଟରେ ୪୦୧ ରନର ବିଶାଳ ସ୍କୋର କରିଥିଲା। ଜବାବରେ ଦକ୍ଷିଣ ଆଫ୍ରିକା ୨୪୮ ରନରେ ଆଣ୍ଠେଇ ପଡିଥିଲା।  ସଚ୍ଚିନଙ୍କ ବ୍ୟତୀତ ଦିନେଶ କାର୍ତ୍ତିକ ୭୯ ଓ ଏମ୍.ଏସ୍. ଧୋନୀ ଅପରାଜିତ ୬୮ ରନ ସ୍କୋର କରିଥିଲେ।

{"id":228640,"sizeSlug":"large"}

୧୯୮୯ରେ ମାତ୍ର ୧୬ ବର୍ଷ ବୟସରେ ଅନ୍ତର୍ଜାତୀୟ କ୍ରିକେଟରେ ପାଦ ଦେଇଥିଲେ ଲିଟିଲ୍ ମାଷ୍ଟର୍।  ତାଙ୍କ କ୍ୟାରିୟରରେ ଅନେକ ରେକର୍ଡ କରିଛନ୍ତି। କ୍ରିକେଟର ସମସ୍ତ ତିନୋଟି ଜାକ ଫର୍ମାଟରେ ସେ ମୋଟ ୩୪,୩୫୭ ରନ କରିବାର ରେକର୍ଡ ତାଙ୍କ ନାମରେ କରିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.