୨୦୨୭ ପର୍ଯ୍ୟନ୍ତ କ୍ରୀଡାସୂଚୀ ଜାରି କଲା ICC, ଭାରତୀୟ ଖେଳାଳିଙ୍କୁ ମିଳିବନି ବିଶ୍ରାମ

Published By : Prameya-News7 Bureau | August 17, 2022 IST

ନୂଆଦିଲ୍ଲୀ:  ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ(ଆଇସିସି) ନିଜର ଫ୍ୟୁଚର ପ୍ରୋଗ୍ରାମର ଘୋଷଣା କରିଛି। ଏଥିରେ ବହୁ ସଂଖ୍ୟାରେ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳାଯିବ। ଏହା ଅନୁଯାୟୀ ୨୦୨୩ରୁ ୨୦୨୭ ପର୍ଯ୍ୟନ୍ତ ଭାରତୀୟ ଦଳକୁ ୧୩୮ ଦ୍ଵିପାକ୍ଷିକ ମ୍ୟାଚ୍ ଖେଳିବାକୁ ପଡିବ। ଏହି ସମୟରେ ଆଇସିସି ଟୁର୍ଣ୍ଣାମେଣ୍ଟ ମଧ୍ୟ ଖେଳିବାକୁ ପଡିବ।

ଆଇସିସି ଦ୍ଵାରା ଜାରି ଫ୍ୟୁଚର ପ୍ରୋଗ୍ରାମରେ ୧୨ ସ୍ଥାୟୀ ଦେଶର ମ୍ୟାଚ୍‌ ଆୟୋଜନର ଘୋଷଣା କରାଯାଇଛି। ୨୦୨୩ରୁ ୨୦୨୭ ପର୍ଯ୍ୟନ୍ତ ମୋଟ୍ ୭୭୭ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳାଯିବ। ଏଥିରେ ୧୭୮ ଟେଷ୍ଟ ମ୍ୟାଚ୍, ୨୮୧ ଦିନିକିଆ ଏବଂ ୩୨୩ ଟି-୨୦ ମ୍ୟାଚ୍ ସାମିଲ୍। ୨୦୨୨ ପର୍ଯ୍ୟନ୍ତ ସରୁଥିବା ସିଜିନରେ ମୋଟ୍ ୬୯୪ ମ୍ୟାଚ୍ ଖେଳାଯାଇଥିଲା।

ଭାରତୀୟ ଦଳର କ୍ରୀଡାସୂଚୀ ଅନୁଯାୟୀ ଦଳକୁ ଆଗାମୀ ପାଞ୍ଚ ବର୍ଷରେ ୩୮ ଟେଷ୍ଟ, ୩୯ ଦିନିକିଆ ଏବଂ ୬୧ଟି ଟି-୨୦ ମୁକାବିଲା ଖେଳିବାକୁ ପଡିବ। ଅର୍ଥାତ ଭାରତୀୟ ଦଳର ପୂରା ଧ୍ୟାନ ଟି-୨୦ କ୍ରିକେଟ୍ ଉପରେ ରହିବ। ଆଉ ଦିନିକିଆରେ ସବୁଠୁ ଅଧିକ ମୁକାବିଲା ତ୍ରିରାଷ୍ଟ୍ରିୟ ସିରିଜ୍ ହେବ। ଖାସ୍ କଥା ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ହେଉଥିବା ବର୍ଡର-ଗାଭାସ୍କର ଟ୍ରଫିରେ୪ ପରିବର୍ତ୍ତେ ୫ ଟେଷ୍ଟ  ମ୍ୟାଚ୍ ଖେଳାଯିବ।  ଏହି କ୍ରୀଡାସୂଚୀରେ ଭାରତକୁ ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ବିପକ୍ଷରେ ୫ଟି ଲେଖାଏଁ ଟେଷ୍ଟ ସିରିଜ୍ ଖେଳିବାକୁ ପଡିବ। ଏଥିରେ ଟି-୨୦ ସିରିଜ୍ ମଧ୍ୟ ସାମିଲ୍ ରହିଛି।

୨୦୧୯-୨୩ କ୍ରୁୀଡାସୂଚୀ ତୂଳନାରେ ଏଥର ପ୍ରତ୍ୟେକ ଦଳକୁ ଅଧିକ ମ୍ୟାଚ୍ ଖେଳିବାକୁ ପଡିବ। ୨୦୧୯-୨୩ ମଧ୍ୟରେ ୧୫୧ ଟେଷ୍ଟ, ୨୪୧ ଦିନିକିଆ ଏବଂ ୩୦୧ ଟି-୨୦ ମ୍ୟାଚ୍ ଖେଳା ଯାଇଛି। ୨୦୨୩-୨୭ ମଧ୍ୟରେ ୧୭୩ ଟେଷ୍ଟ, ୨୮୧ ଦିନିକିଆ ଏବଂ ୩୨୬ ଟି-୨୦ ମୁକାବିଲା ଖେଳାଯିବ। ଏଥିରେ ବିଶ୍ଵ ଟେଷ୍ଟ ଚାମ୍ପିଅନଶିପ ୨୦୨୫ ଏବଂ ୨୦୨୭ ସାମିଲ୍ ରହିଛି।

ଯଦି ଦଳ ହିସାବରେ ଦେଖିବା ତେବେ ୨୦୨୩-୨୭ ମଧ୍ୟରେ ବାଂଲାଦେଶ ସବୁଠୁ ଅଧିକ ୧୫୦ ମ୍ୟାଚ୍ ଖେଳିବ। ଏହା ପରେ ଓ୍ଵେଷ୍ଟଇଣ୍ଡିଜ ୧୪୭, ଇଂଲଣ୍ଡ ୧୪୨, ଭାରତ ୧୪୧, ନ୍ୟୁଜିଲାଣ୍ଡ ୧୩୫, ଅଷ୍ଟ୍ରେଲିଆ ୧୩୨ ମ୍ୟାଚ୍ ଖେଳିବ। ଟେଷ୍ଟ କ୍ରିକେଟ୍‌ରେ ଇଂଲଣ୍ଡ ୪୩, ଅଷ୍ଟ୍ରେଲିଆ ୪୦ ଏବଂ ଭାରତ ୩୮ ମ୍ୟାଚ୍ ଖେଳିବ। ଦିନିକିଆରେ ବାଂଲାଦେଶ ୫୯, ଶ୍ରୀଲଙ୍କା ୫୨ ଏବଂ ଆୟରଲାଣ୍ଡ ୫୧ ମ୍ୟାଚ୍ ସହ ଶୀର୍ଷରେ ଅଛନ୍ତି। ଭାରତ ୪୨ ଦିନିକିଆ ଖେଳିବ। ଟି-୨୦ରେ ଓ୍ଵେଷ୍ଟଇଣ୍ଡିଜ ୭୩, ଭାରତ ୬୧ ଏବଂ ବାଂଲାଦେଶ ୫୭ ଟି-୨୦ ମ୍ୟାଚ୍ ଖେଳିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.