ରବୀନ୍ଦ୍ର ଜାଡେଜାଙ୍କ ଉପରେ ICCର ବଡ ଆକ୍ସନ, ଲଗାଇଲା ଜରିମାନା, ଜାଣନ୍ତୁ କାହିଁକି ?

Published By : Prameya-News7 Bureau | February 11, 2023 IST

ନାଗପୁର: ଭାରତର ତାରକା ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଏବଂ ରବିଚନ୍ଦ୍ରନ ଅଶ୍ଵିନଙ୍କ ଦମଦାର ପ୍ରଦର୍ଶନ ବଳରେ ଭାରତ ନାଗପୁର ଟେଷ୍ଟକୁ ମାତ୍ର ଅଢେଇ ଦିନରେ ଜିତି ନେଇଛି। ଭାରତ ଭ୍ରମଣକାରୀ ଅଷ୍ଟ୍ରେଲିଆକୁ ଇନିଂସ ଏବଂ ୧୩୨ ରନରେ ପରାସ୍ତ କରିଛି। ତେବେ ଦଳର ତାରକା ଅଲରାଉଣ୍ଡର ଜାଡେଜାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛି ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ(ଆଇସିସି)। ଜାଡେଜା ଆଚାର ସଂହିତା ଉଲ୍ଲଂଘନ କରିଥିବା ଦୋଷୀ ସାବ୍ୟସ୍ତ ହୋଇଛି। ଫଳରେ ଆଇସିସି ତାଙ୍କ ଉପରେ ଜରିମାନା ଲଗାଇଛି। ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳା ଯାଇଥିବା    ପ୍ରଥମ ଟେଷ୍ଟରେ ଆଚାର ସଂହିତା ଅନୁସାରେ ଜାଡେଜା ଲେବଲ ୧ ଅପରାଧରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ସେ ପ୍ରଥମ ଇନିଂସରେ ଅମ୍ପାୟରଙ୍କ ବିନା ଅନୁମତିରେ ନିଜ ବାମ ହାତର ବିଶି ଆଙ୍ଗୁଠିରେ ଏକ ମଇଲମ ଲଗାଇଥିଲେ। ଏଥିପାଇଁ ତାଙ୍କୁ ଗୋଟିଏ ଡିମେରିଟ୍ ପଏଣ୍ଟ ମିଳିଥିବା ବେଳେ ମ୍ୟାଚ୍ ଫିର ୨୫ ପ୍ରତିଶତ ଜରିମାନା ଭାବେ କଟା ଯାଇଛି।

ରବୀନ୍ଦ୍ର ଜାଡେଜାଙ୍କୁ ଆଇସିସିର ଆଚାର ସଂହିତାର ଅନୁଚ୍ଛେଦ ୨.୨୦ର ଉଲ୍ଲଂଘନ କରିଥିବା ଜଣା ପଡିଛି। ଯାହା ଖେଳୁଆଡ ମନୋଭାବର ବୀପରିତ ଥିଲା। ଏହା ସହିତ ଜାଡେଜାଙ୍କ ଅନୁଶାସନ ଖାତାରେ ଏକ ଡିମେରିଟ୍ ପଏଣ୍ଟ ଯୋଡା ଯାଇଛି। ୨୪ ମାସର ଅବଧିରେ ଏହା ତାଙ୍କର ପ୍ରଥମ ଅପରାଧ ଥିଲା।

wp:heading {"level":4}

ଏ ଖବର ପଢନ୍ତୁ- ନାଗପୁର ଟେଷ୍ଟରେ କ’ଣ ଟାମ୍ପରିଂ କରିଛନ୍ତି ଜାଡେଜା ? ଭିଡିଓ ଭାଇରାଲ୍ ପରେ କ୍ରିକେଟ୍‌ରେ ହଟଚମଟ

/wp:heading

ଉଲ୍ଲେଖଯୋଗ୍ୟ, ପ୍ରଥମ ଦିନର ଖେଳକୁ ନେଇ ସାମାଜିକ ଗଣମାଧ୍ୟମରେ ଏକ ଭିଡିଓ ଭାଇରାଲ୍ ହୋଇଥିଲା। ଭିଡିଓରେ ଦେଖିବାକୁ ମିଳିଥିଲା ଯେ, ଗୋଟିଏ ସମୟରେ ଜାଡେଜା ବୋଲିଂ କରିବା ପୂର୍ବରୁ ସାଥୀ ଖେଳାଳି ମହମ୍ମଦ ସିରାଜଙ୍କ ନିକଟକୁ ଯାଉଛନ୍ତି ଏବଂ ତାଙ୍କଠୁ କିଛି ପଦାର୍ଥ ନେଇ ନିଜ ଆଙ୍ଗୁଠିରେ ଲଗାଉଛନ୍ତି।ଫୁଟେଜ୍‌ରୁ ସ୍ପଷ୍ଟ ଭାବେ ଦେଖାଯାଉଥିଲା ଯେ, ଜାଡେଜା ନିଜ ଆଙ୍ଗୁଠିକୁ ଆଶ୍ଵସ୍ତି ଦେବା ପାଇଁ କୌଣସି ଏକ ମଇଲମ ଲଗାଉଛନ୍ତି। ଏହାକୁ ନେଇ କିଛି ଅଷ୍ଟ୍ରେଲିଆ ଖେଳାଳି ଜାଡେଜାଙ୍କ ଉପରେ ପ୍ରଶ୍ନ ଉଠାଇଥିଲେ। ସେମାନେ ଏହାକୁ ଟାମ୍ପରିଂର ରୂପ ଦେବାକୁ ଚେଷ୍ଟା କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.