ଆଇସିସି ମାସିକ ପୁରସ୍କାର, ଅକ୍ଟୋବରରେ ବିରାଟ କୋହଲି ଶ୍ରେଷ୍ଠ ଖେଳାଳି

Published By : Prameya-News7 Bureau | November 08, 2022 IST

ଦୁବାଇ ୦୮।୧୧ : ଷ୍ଟାର ବ୍ୟାଟସ୍ୟାନ୍‌ ବିରାଟ କୋହଲି ପ୍ରଥମ ଥର ଆଇସିସି ମାସିକ ପୁରସ୍କାର ଜିତିବାରେ ସଫଳ ହୋଇଛନ୍ତି । ଗତ ଅକ୍ଟୋବର ମାସର ଶ୍ରେଷ୍ଠ ଖେଳାଳି ଭାବେ ତାଙ୍କୁ ଏହି ପୁରସ୍କାର ମିଳିଛି । ଦକ୍ଷିଣ ଆଫ୍ରିକାର ଡେଭିଡ ମିଲର ଓ ଜିମ୍ବାଓ୍ୱେର ସିକନ୍ଦର ରାଜାଙ୍କୁ ପଛରେ ପକାଇ କୋହଲି ଏହି ପୁରସ୍କାର ହାତେଇଛନ୍ତି ।

ଅକ୍ଟୋବର ମାସରେ କୋହଲି ଟି-୨୦ ବିଶ୍ୱକପ୍‌ରେ ମୋଟ ୨୦୫ ରନ୍‌ ସଂଗ୍ରହ କରିଥିଲେ । ପାକିସ୍ତାନ ବିପକ୍ଷ ସୁପର-୧୨ ରାଉଣ୍ଡରେ ପ୍ରଥମ ମ୍ୟାଚ୍‌ରେ ସେ ୫୩ ବଲ୍‌ରୁ ଅପରାଜିତ  ୮୨ ରନ୍‌ କରି ଦଳକୁ ଅବିଶ୍ୱସନୀୟ ବିଜୟ ଭେଟି ଦେଇଥିଲେ । ଏହି ଇନିଂସ୍‌  ପାଇଁ ତାଙ୍କୁ ଅଧିକ ଭୋଟ୍‌ ମିଳିଥିଲା । ନେଦରଲାଣ୍ଡ୍‌ସ ବିପକ୍ଷ  ପରବର୍ତ୍ତୀ ମ୍ୟାଚ୍‌ରେ ଅର୍ଦ୍ଧଶତକ ହାସଲ କରିଥିଲେ ।

ସେହିପରି ମହିଳା କ୍ରିକେଟରେ ପାକିସ୍ତାନର ଭେଟେରାନ  ଅଲରାଉଣ୍ଡର ନିଦା ଡର ଶ୍ରେଷ୍ଠ ଖେଳାଳି ମନୋନୀତ  ହୋଇଛନ୍ତି । ସେ ଭାରତୀୟ ବ୍ୟାଟର ଜେମିମା ରୋଡ୍ରିଗ୍ସ ଓ  ଅଲରାଉଣ୍ଡର ଦୀପ୍ତି ଶର୍ମାଙ୍କୁ ପଛରେ ପକାଇ ଏହି ପୁରସ୍କାର  ହାତେଇଛନ୍ତି । ଅକ୍ଟୋବର ମାସରେ ନିଦା ୧୪୫ରନ୍‌ ସମେତ  ୮ଟି ୱିକେଟ୍‌ ଅକ୍ତିଆର କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.