ICCର 'ପ୍ଲେୟାର ଅଫ୍‌ ଦି ମନ୍ଥ୍' ଘୋଷଣା, ଏହି ଖେଳାଳିଙ୍କୁ ମିଳିବ ସମ୍ମାନ

Published By : Prameya-News7 Bureau | December 11, 2023 IST

ଦୁବାଇ ୧୧।୧୨ : ଟ୍ରାଭିସ ହେଡ୍‌ଙ୍କୁ ଆଇସିସିର ବଡ଼ ସମ୍ମାନ । ମିଳିଲା ଆଇସିସିର ପ୍ଲେୟାର ଅଫ୍ ଦି ମନ୍ଥ ପୁରସ୍କାର । ନଭେମ୍ବର ମାସ ପାଇଁ ଆଇସିସି ଏହି ପୁରସ୍କାର ଘୋଷଣା କରିଛି । ବିଶ୍ୱକପ୍‌ ୨୦୨୩ ଫାଇନାଲରେ ଜବରଦସ୍ତ ପାଳି ଖେଳିଥିଲେ ଅଷ୍ଟ୍ରେଲିଅ ସ୍ପିନ୍‌ ଅଲ୍‌ରାଉଣ୍ଡର ଟ୍ରାଭିସ୍‌ ହେଡ୍‌ । ସେହିପରି ମହିଳା କ୍ରିକେଟରେ ବାଂଲାଦେଶର ବାମହାତୀ ସ୍ପିନର ନାହିଦା ଅଖତେର ନଭେମ୍ୱର ମାସ ପାଇଁ ଆଇସିସି ପ୍ଲେୟର ଅଫ୍ ଦି ମନ୍ଥ ହୋଇଛନ୍ତି ।

wp:html /wp:html

ଉଲ୍ଲେଖଯୋଗ୍ୟ ଯେ ଦିନିକିଆ ବିଶ୍ୱକପ ବିଜୟରେ ଟ୍ରାଭିସ ହେଡ୍ ଅଷ୍ଟ୍ରେଲିଆ ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ସେମିଫାଇନାଲ ମୁକାବିଲାରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ 62 ରନ କରିଥିଲେ । ସେହିପରି ଫାଇନାଲରେ ଅହମଦାବାଦରେ ଭାରକ ବିପକ୍ଷରେ 137 ରନ ମ୍ୟାଚ୍ ବିଜୟୀ ପାଳି ଖେଳିଥିଲେ । ନିଜ ଟିମମେଟ୍ ଗ୍ଲେନ୍ ମାକ୍ସୱେଲ ଓ ଭାରତୀୟ ଫାଷ୍ଟ ବୋଲର ମହମ୍ମଦ ଶାମିଙ୍କୁ ମାତ୍ ଦେଇ ସେ ଏହି ସମ୍ମାନ ପାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.