ICC ODI RANKING: ତାଲିକାର ଶୀର୍ଷରେ କୋହଲି, ୨ୟରେ ରୋହିତ

Published By : Prameya-News7 Bureau | January 20, 2020 IST

ଦୁବାଇ ୨୦।୦୧: ଆଇସିସି ପକ୍ଷରୁ ଜାରି ହେଲା ଶ୍ରେଷ୍ଠ ୧୦ ଜଣ ବ୍ୟାଟସମ୍ୟାନ ଓ ବୋଲରଙ୍କ ତାଲିକା । ଭାରତୀୟ କ୍ରିକେଟ୍ ଟିମ୍‌ର ଅଧିନାୟକ ବିରାଟ କୋହଲି ଓ ସାଥୀ ଖେଳାଳି ରୋହିତ ଶର୍ମା ତାଲିକାରେ ଉପରକୁ ଉଠିବା ସହ ବୋଲର ଜସପ୍ରିତ୍ ବୁମରାହ ମଧ୍ୟ ତାଲିକାରେ ଶୀର୍ଷରେ ରହିଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷ ସିରିଜ ଶେଷ ପରେ ଆଇସିସି ପକ୍ଷରୁ ଜାରି କରାଯାଇଛି ତାଲିକା । ଆଇସିସି ଦିନିକିଆ କ୍ରିକେଟ୍ ରାକିଙ୍ଗରେ ନିଜ ନିଜର ଦବଦବା ଜାହିର ରଖିଛନ୍ତି ଭାରତୀୟ ଖେଳାଳି ।

wp:core-embed/twitter {"url":"https://twitter.com/ICC/status/1219168444333133824","type":"rich","providerNameSlug":"twitter","className":""}
https://twitter.com/ICC/status/1219168444333133824
/wp:core-embed/twitter

ଆଇସିସି ପକ୍ଷରୁ ଜାରି ହୋଇଥିବା ତାଜା ଦିନିକିଆ ରାକିଙ୍ଗରେ ବିରାଟ କୋହଲି ପ୍ରଥମ ସ୍ଥାନରେ ଥିବା ବେଳେ ରୋହିତ ଶର୍ମା ଦ୍ବିତୀୟ ସ୍ଥାନରେ ରହିଛନ୍ତି । ତାଲିକାରେ ବିରାଟ କୋହଲି ୮୮୬ ପଏଣ୍ଟ ଓ ରୋହିତ ଶର୍ମା ୮୬୮ ପଏଣ୍ଟ ରହିଛି   । ପାକିସ୍ତାନର ବାବାର ଆଜମ୍‌ ୮୨୯ ପଏଣ୍ଟ ତୃତୀୟ ସ୍ଥାରେ ଥିବାବେଳେ ଦକ୍ଷିଣ ଆଫ୍ରିକୀୟ ଖେଳାଳି ଡୁପ୍ଲେସି ୮୧୫ ପଏଣ୍ଟ ସହ ଚତୁର୍ଥ ସ୍ଥାନରେ ରହିଛନ୍ତି । ସେହିପରି ଅଷ୍ଟ୍ରେଲିଆ ବ୍ୟାଟସମ୍ୟାନ ଡେଭିଡ୍ ଓ୍ବାର୍ନର ୭ମ ସ୍ଥାନରୁ ୬ଷ୍ଠକୁ ଓ ଏରୋନ ଫିଞ୍ଚ୍ ୧୧ରୁ ୧୦ ସ୍ଥାନକୁ ଉପରକୁ ଚଢିଛନ୍ତି । ଆଇସିସି ରାଙ୍କିଙ୍ଗରେ ଉଭୟ ଡେଭିଡ ଓ୍ବାର୍ନର ଓ ଅଧିନାୟକ ଏରୋନ ଫିଞ୍ଚ୍‌ ଗୋଟିଏ-ଗୋଟିଏ ସ୍ଥାନର ଫାଇଦା ହୋଇଛି ।

{"id":213860,"sizeSlug":"large"}

ଭାରତର ଶୀର୍ଷରେ ଥିବା ଦୁଇ ଜଣ ବ୍ୟାଟସମ୍ୟାନ ରବିବାର ଦିନ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳଯାଇଥିବା ଅନ୍ତିମ ବା ସିରିଜର ନିର୍ଣ୍ଣାୟକ ମ୍ୟାଚରେ ଭଲ ପ୍ରଦର୍ଶନ କରିଥିଲେ । ଯାହାକି ଦୁହିଁଙ୍କୁ ତାଲିକାର ଉପର ପାହାଚ ଚଢିବାରେ ସକ୍ଷମ ହୋଇଛି । ଅଷ୍ଟ୍ରେଲିଆ ବିପକ୍ଷ ସିରିଜକୁ ଭାରତ ୨-୧ରେ ବିଜୟୀ ହୋଇଛି । ସିରିଜରେ ବିରାଟ କୋହଲି ସର୍ବମୋଟ ୧୮୩ରନ କରିଥିବା ବେଳେ ରୋହିତ ଶର୍ମା ୧୭୧ରନ କରିଛନ୍ତି । ରୋହିତ ଶର୍ମା ବେଙ୍ଗାଲୁରୁରେ ଖେଳାଯାଇଥିବା ତୃତୀୟ ମ୍ୟାଚ୍‌ରେ ୧୧୯ରନର ପାରି ଖେଳିଥିଲେ ।

{"id":213866,"sizeSlug":"large"}

ସେହିପରି ଆଇସିସି ପକ୍ଷରୁ ଶ୍ରେଷ୍ଠ ୧୦ଜଣିଆ ଦିନିକିଆ ବୋଲିଂ ତାଲିକା ଘୋଷଣା ହୋଇଛି । ତାଲିକାରେ ଭାରତୀୟ ବୋଲର ୧ମ ସ୍ଥାନରେ ଜସପ୍ରୀତ ବୁମରାହ(୭୬୪), ୨ୟ ସ୍ଥାନରେ ନ୍ୟୁଜିଲାଣ୍ଡର ଟ୍ରେଣ୍ଟ ବୋଲ୍ଟ (୭୨୭), ୩ୟ ସ୍ଥାନରେ ଆଫଗାନିସ୍ତାନର ଅଫ୍ ସ୍ପିନର ମୁଜିବ-ଉର-ରେହମାନ (୭୦୧) , ୪ର୍ଥ ସ୍ଥାନରେ ଦକ୍ଷିଣ ଆଫ୍ରିକାର କାଗିସୋ ରାବାଡା (୬୮୪), ୫ମ ସ୍ଥାନରେ ଅଷ୍ଟ୍ରେଲିଆର ପେଟ୍ କମିନସ୍‌ (୬୭୩) ରହିଛନ୍ତି ।

{"id":213863,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.