୨୦୨୩ ବିଶ୍ୱକପ୍‌ : ଭେନ୍ୟୁ ଚୟନକୁ ନେଇ ବିବାଦ, ମୋହାଲି ସମେତ ବାଦ୍‌ ପଡିଲେ ଏହିସବୁ ଷ୍ଟାଡିୟମ୍‌

Published By : Prameya-News7 Bureau | June 28, 2023 IST

ମୁମ୍ବାଇ ୨୮।୦୬ : ୨୦୨୩ ବିଶ୍ୱକପ୍‌ ପାଇଁ ଘୋଷଣା ହୋଇଛି କ୍ରୀଡାସୂଚୀ । ବିସିସିଆଇ ଏବଂ ଆଇସିସି ପକ୍ଷରୁ ମୁମ୍ବାଇରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ କ୍ରୀଡାସୂଚୀ ଘୋଷଣା ହୋଇଛି । ୪୬ ଦିନ ଧରି ଚାଲିବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୪୮ଟି ମ୍ୟାଚ୍‌ ଖେଳାଯିବ । ଅକ୍ଟୋବର ୫ରୁ ଆରମ୍ଭ ହୋଇ ନଭେମ୍ବର ୧୯ ପର୍ଯ୍ୟନ୍ତ ଚାଲିବ ଏହି କ୍ରିକେଟ୍‌ ମହାକୁମ୍ଭ । ଅଭ୍ୟାସ ମ୍ୟାଚକୁ ମିଶାଇ ମୋଟ ୧୨ ଭେନ୍ୟୁରେ ଖେଳାଯିବ ବିଶ୍ୱକପ୍‌ । ଚଳିତ ବିଶ୍ୱକପ୍‌ରେ କିଛି ନୂଆ ଭେନ୍ୟୁ ସାମିଲ କରାଯାଇଥିବା ବେଳେ ଅନେକ ଷ୍ଟାଡିୟମ୍‌କୁ ବାଦ୍‌ ଦିଆଯାଇଛି । ଯାହାକୁ ନେଇ ବିବାଦ ଦେଖାଯାଇଛି ।

୨୦୨୩ ଦିନିକିଆ ବିଶ୍ୱକପରେ ମୋଟ ୧୨ଟି ଭେନ୍ୟୁ ରହିଛି ।ଏଥିରେ ହାଇଦ୍ରାବାଦ୍‌, ଅହମ୍ମଦାବାଦ, ଧର୍ମଶାଳା, ଦିଲ୍ଲୀ, ଚେନ୍ନାଇ, ଲକ୍ଷ୍ନୌ, ପୁଣେ, ବେଙ୍ଗାଲୁରୁ, ମୁମ୍ବାଇ, କୋଲକାତା ରହିଛି । ଗୌହାଟୀ ଏବଂ ଥିରୁଅନନ୍ତପୁରମ୍‌ରେ ୨୯ ସେପ୍ଟେମ୍ବରରୁ ୩ ଅକ୍ଟୋବର ପର୍ଯ୍ୟନ୍ତ ଅଭ୍ୟାସ୍‌ ମ୍ୟାଚ୍‌ ଖେଳାଯିବ ।ତେବେ ମୋହାଲି, ନାଗପୁର, ରାଞ୍ଚି, ରାଜ୍‌କୋଟ, ଇନ୍ଦୋର ପରି ହାଇପ୍ରୋଫାଇଲ୍‌ କ୍ରିକେଟ୍‌ ଷ୍ଟାଡିୟମ୍‌କୁ ବିଶ୍ୱକପ୍‌ର ଗୋଟିଏ ହେଲେ ମ୍ୟାଚ୍‌ର ଆୟୋଜନ ମିଳିନାହିଁ । ୨୦୧୧ ବିଶ୍ୱକପ୍‌ରେ ମୋହାଲି ଏବଂ ନାଗପୁରକୁ ମ୍ୟାଚ୍‌ର ଆୟୋଜନର ସୁଯୋଗ ମିଳିଥିଲା ।

{"id":809658,"sizeSlug":"large","linkDestination":"none","className":"is-style-rounded"}

ମୋହାଲିକୁ ବିଶ୍ୱକପ୍‌ର କୌଣସି ମ୍ୟାଚ୍‌ର ଆୟୋଜନ ମିଳିବାର ସୁଯୋଗ ମିଳିନଥିବାରୁ ଅସନ୍ତୋଷ ପ୍ରକାଶ କରିଛି ପଞ୍ଜାବ କ୍ରିକେଟ୍‌ ଆସୋସିଏସନ । ପଞ୍ଜାବ କ୍ରୀଡାମନ୍ତ୍ରୀ ମଧ୍ୟ ଅସନ୍ତୋଷ ଜାହିର କରିଛନ୍ତି । ଏହାବାଦ୍‌ କଂଗ୍ରେସ ନେତା ଶଶୀ ଥରୁର ବି ବିଶ୍ୱକପ୍‌ ଲାଗି ଷ୍ଟାଡିୟମ ଚୟନକୁ ବିରୋଧ କରିଛନ୍ତି । ସେ କହିଛନ୍ତି ଯେ, ଥିରୁଅନନ୍ତପୁରମ୍‌ ଏକ ବିଶ୍ୱସ୍ତରୀୟ ଷ୍ଟାଡିୟମ୍‌ । କେମିତି ଏହି ଷ୍ଟାଡିୟମ୍‌କୁ ମ୍ୟାଚ୍‌ର ଆୟୋଜନ କରିବାକୁ ସୁଯୋଗ ଦିଆଗଲାନି ।  

ସେପଟେ ବିସିସିଆଇ ପକ୍ଷରୁ ମିଳିଥିବା ଖବର ଅନୁସାରେ, ୨୦୨୩ ବିଶ୍ୱକପ୍‌ ପାଇଁ ପ୍ରଥମେ ୧୫ଟି ଷ୍ଟାଡିୟମ୍‌ ଚୟନ ହୋଇଥିଲା । ପରେ ସ୍ଥାନୀୟ ପରିସ୍ଥିତି ଏବଂ ଷ୍ଟାଡିୟମ୍‌ରେ ଅବସ୍ଥାରେ ଦେଖି ୧୨ଟି ଷ୍ଟାଡିୟମ୍‌କୁ ଚୟନ କରାଯାଇଛି । ଯେଉଁଠି ବିଶ୍ୱକପ୍‌ର ଲିଗ୍‌ ଆଉ ଅଭ୍ୟାସ ମ୍ୟାଚ୍‌ ଖେଳାଯିବ ।

wp:embed {"url":"https://www.prameyanews7.com/odi-world-cup-2023-schedule/","type":"wp-embed","providerNameSlug":"prameya-news-7"}
https://www.prameyanews7.com/odi-world-cup-2023-schedule/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.