scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ICC Odi Ranking : ଖସିଲେ ବିରାଟ ଓ ରୋହିତ, ପ୍ରଥମ ସ୍ଥାନରେ ବାବର

18/05/2023 at 10:51 AM

ଦୁବାଇ ୧୮।୦୫ : ଆଇସିସି ପକ୍ଷରୁ ପ୍ରକାଶ ପାଇଲା ଦିନିକିଆ ବ୍ୟାଟିଂ ମାନ୍ୟତା ତାଲିକା । ଏଥିରେ ଦୁଇ ଷ୍ଟାର ଭାରତୀୟ ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ଅବନତି ହୋଇଛି । ଯୁବ ବ୍ୟାଟିଂ ବିସ୍ମୟ ଶୁଭମନ ଗିଲ୍‌ଙ୍କ ସ୍ଥାନ ସୁରକ୍ଷିତ ରହିଛି । ପାକିସ୍ତାନର ବାବର ଆଜମ ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି । ଗିଲ୍‌ ପଞ୍ଚମ ସ୍ଥାନ ସୁରକ୍ଷିତ ରଖିଛନ୍ତି ।

ସେହିପରି ମାନ୍ୟତା ତାଲିକାର ପ୍ରଥମ ୪ଟି ସ୍ଥାନ ମଧ୍ୟରେ ପାକିସ୍ତାନର ୩ ଜଣ ବ୍ୟାଟର ରହିଛନ୍ତି । ବାବରଙ୍କ ଶୀର୍ଷ ସ୍ଥାନ ବ୍ୟତୀତ ଫକର ଜମାନ ତୃତୀୟ ଓ ଇମାମ ଉଲ-ହକ୍‌ ଚତୁର୍ଥ ସ୍ଥାନରେ ରହିଛନ୍ତି । ଦକ୍ଷିଣ ଆଫ୍ରିକାର ରାଶି ଭାନ ଡର ଡୁସେନ ଦ୍ୱିତୀୟ ସ୍ଥାନ ହାସଲ କରିଛନ୍ତି । ଗତ ସପ୍ତାହରେ ମାନ୍ୟତା ତାଲିକାର ସପ୍ତମ ସ୍ଥାନରେ ଥିବା କୋହଲି ଓ ନବମ ସ୍ଥାନରେ ରହିଥିବା ରୋହିତ ଏଥର ଯଥାକ୍ରମେ ଅଷ୍ଟମ ଓ ଦଶମ ସ୍ଥାନକୁ ଖସିଛନ୍ତି ।

ସେହିପରି ବୋଲିଂ ମାନ୍ୟତା ତାଲିକାରେ ଅଷ୍ଟ୍ରେଲିଆର ଜୋସ ହାଜେଲଉଡ୍‌ ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି । ଭାରତର ମହମ୍ମଦ ସିରାଜ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ଶ୍ରେଷ୍ଠ ୧୦ରେ କୌଣସି ପରିବର୍ତ୍ତନ ଘଟିନଥିଲେ ହେଁ ଇଂଲଣ୍ଡର କ୍ରିସ ୱକ୍ସ(୧୨) ଓ ସ୍କଟଲାଣ୍ଡର ମାର୍କ ୱାଟ୍‌(୧୩)ଙ୍କ ମାନ୍ୟତାରେ ଗୋଟିଏ ଲେଖାଏଁ ସ୍ଥାନ ଉନ୍ନତି ହୋଇଛି ।

   Related Posts