face book ରେ ଉଦଘାଟିତ ହେଲା ICCଙ୍କ ‘ବ୍ରେକିଙ୍ଗ ବାଉଣ୍ଡ୍ରିଜ୍’ କ୍ୟାମ୍ପେନ୍

Published By : Prameya-News7 Bureau | February 26, 2020 IST

ଦୁବାଇ:  ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ପ୍ରମୁଖ ସୋସିଆଲ ମିଡିଆ ଫେସ୍‌ବୁକ୍ ସହ ମିସି ବୁଧବାର ଏକ କ୍ୟାମ୍ପେନ୍ ‘ବ୍ରେକିଙ୍ଗ ବଉଣ୍ଡରିଜ୍’ ଉଦଘାଟନ କରିଛନ୍ତି। ଏହା ଏକ ଭିଡିଓ ସିରିଜ୍ ଓ କ୍ରିକେଟ୍ ଜଗତର ବଡବଡ ଷ୍ଟାରଙ୍କୁ ନେଇ ଭିଡିଓ କ୍ୟାମ୍ପେନ କରାଯିବ। କିଛି ନାମୀଦାମୀ ଖେଳାଳି ଏହି ସିରିଜ ସହ ସମ୍ପୃକ୍ତ ହେବାକୁ ଥିବା ବେଳେ ସେମାନେ ସେମାନଙ୍କର ଦୀର୍ଘ କ୍ୟାରିୟର ଗୁରୁତ୍ୱପୂର୍ଣ୍ଣ ଘଟଣା ସେୟାର କରିବେ।

{"id":229527,"sizeSlug":"large"}
International Cricket Council (ICC). (Photo: Twitter/@ICCMediaComms)

ତେବେ ଅଷ୍ଟ୍ରେଲିଆରେ ଅନୁଷ୍ଠିତ ହେବାକୁ ଯାଉଥିବା ଆଗାଗମୀ ଆଇସିସି ଟି-୨୦ ୱାର୍ଲଡ କପ୍ ଲାଗି ଏହି କ୍ୟାମ୍ପେନ୍ ବେଶ୍ ସହାୟକ ହେବ ବୋଲି ଅନୁମାନ କରାଯାଉଛି। ୮ ମାର୍ଚ୍ଚ ୨୦୨୦ ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଏହି ୱାର୍ଲଡ କପ୍ ମ୍ୟାଚ୍ ଉଦଘାଟିତ ହେବ। କୁହାଯାଉଛି ଏହି ବିଶ୍ୱ କପ୍‌ର ଫାଇନାଲ ମ୍ୟାଚ୍‌ ଦେଖିବାକୁ ଷ୍ଟାଡିୟମରେ ରେକର୍ଡ ସଂଖ୍ୟକ ଦର୍ଶକ ଉପସ୍ଥିତ ରହିବେ। ଏବେ ଏହି ରେକର୍ଡ ୧୯୯୯ ଫିଫା ମହିଳା ବିଶ୍ୱକପ୍ ଫାଇନାଲ ମ୍ୟାଚ୍‌ ନାମରେ ରହିଛି। ତେବେ ମହିଳା କ୍ରିକେଟ୍ ୱାର୍ଲଡ କପ୍‌ରେ ଯଦି ଏତେ ସଂଖ୍ୟାରେ ଦର୍ଶକ ଷ୍ଟାଡିୟମକୁ ଆସିଲେ ତାହା ବହୁତବଡ ଉପଲବ୍ଧି ହେବ ବୋଲି ଆଇସିସି କହିଛନ୍ତି।

{"id":229528,"width":572,"height":429,"sizeSlug":"large"}

ଫେସ୍‌ବୁକ୍ ବ୍ରେକିଙ୍ଗ ବାଉଣ୍ଡରିଜ୍‌ ଅଭିଯାନରେ ବିଲି ଜିନ୍‌ କିଙ୍ଗ, ବ୍ରେଟ୍ ଲି, ଷ୍ଟିଭ ୱ ଏବଂ ଅଷ୍ଟ୍ରେଲିଆ  ମହିଳା କ୍ରିକେଟ୍ ଟିମ୍ କ୍ୟାପ୍ଟେନ ମେଗ୍ ଲେନିଂ ଆଦି ସାମିଲ ହେବେ। ଏହି ଖେଳାଳିମାନେ ସେମାନଙ୍କର କ୍ରିକେଟ୍ ଦିନକୁ ମନେ ପକାଇବେ ଯାହା କ୍ରିକେଟ୍‌କୁ ଆସିବା ଲାଗି ମହିଳାଙ୍କୁ ପ୍ରେରିତ କରିବା ସହ ସମଗ୍ର ବିଶ୍ୱର ମହିଳାଆଥଲେଟ୍ ଙ୍କୁ ଉତ୍ସାହିତ କରିବେ। କ୍ୟାମ୍ପେନରେ ସବୁ ଦିନ ନୂଆ ଭିଡିଓ ପୋଷ୍ଟ ହେବ ଯାହାକୁୟୁଜର ସେମାନଙ୍କ ଫେସବୁକ୍ ଓ ଇଂଷ୍ଟା ପେଜ୍‌ରେ ଦେଖିପାରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.