scan steel
web-baneer-728x90
WhatsApp Image 2023-12-06 at 12.52.17
krs-300-250-banner english-1
krs-728-90-banner english-2
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଶ୍ରୀଲଙ୍କା ହାତରୁ ଖସିଲା ଅଣ୍ଡର-19 ବିଶ୍ଵକପ୍ ଆୟୋଜନ ଅଧିକାର, ICC ୧୧ ଦିନରେ ଦେଲା ଦ୍ଵିତୀୟ ଝଟକା

21/11/2023 at 5:36 PM

ନୂଆଦିଲ୍ଲୀ: ସଂପ୍ରତି ଦୟନୀୟ ସ୍ଥିତି ଦେଇ ଗତି କରୁଛି ଶ୍ରୀଲଙ୍କା କ୍ରିକେଟ୍। ପ୍ରଥମେ ଦଳ ଶୋଚନୀୟ ପ୍ରଦର୍ଶନ କରି ବିଶ୍ଵକପ୍ ୨୦୨୩ରୁ ବାଦ୍ ପଡ଼ିଥିଲା। ଶ୍ରୀଲଙ୍କା ସରକାର ବୋର୍ଡ ବି ଭାଙ୍ଗି ଦିଆଗଲା। ପୁଣି ଆଇସିସି ଏହି ଦେଶର ବୋର୍ଡକୁ ନିଲମ୍ବନ କରିଥିଲା। ଏବେ ଶ୍ରୀଲଙ୍କା କ୍ରିକେଟ୍ ପାଇଁ ମୁସ୍କିଲ ଆହୁରି ବଢିପାରେ ଲାଗିଛି। ଆଇସିସି ଶ୍ରୀଲଙ୍କାଠୁ ୧୯ ବର୍ଷରୁ କମ ବିଶ୍ଵକପ୍ ୨୦୨୪ର ଆୟୋଜନ ଅଧିକାର ଛଡ଼ାଇ ନେଇଛି।

Also read- ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷିତ, ସୂର୍ଯ୍ୟକୁମାର ଅଧିନାୟକ, ପୁଣି ନିରାଶ ସଞ୍ଜୁ ସାମସନ

ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡରେ ଚାଲିଥିବା ଅସ୍ଥିରତାକୁ ଦୃଷ୍ଟିରେ ରଖି ବୋର୍ଡ ଏହି ନିଷ୍ପତ୍ତି ନେଇଛି। ଆଇସିସି ୧୯ ବର୍ଷରୁ କମ ବିଶ୍ଵକପ୍ କ୍ରିକେଟ୍‌ର ଆୟୋଜନ ଦାୟିତ୍ଵ ଦକ୍ଷିଣ ଆଫ୍ରିକାକୁ ପ୍ରଦାନ କରିଛି। ଏହାକୁ ନେଇ ଆଇସିସି ବହୁତ ବିଚାର ବିମର୍ଶ କରିଛି ଏବଂ ଶେଷରେ ଦକ୍ଷିଣ ଆଫ୍ରିକାକୁ ଆୟୋଜନ ଦାୟିତ୍ଵ ଦିଆଯାଇଛି।

Sri Lanka to host U19 Men's Cricket World Cup 2024

୧୯ ବର୍ଷରୁ କମ ବିଶ୍ଵକପ୍ ୨୦୨୪ ଜାନୁଆରୀ-ଫେବୃଆରୀରେ ଖେଳାଯିବ। ଏହା ପୂର୍ବରୁ ଶ୍ରୀଲଙ୍କାର କ୍ରୀଡ଼ା ମନ୍ତ୍ରୀ ବିଶ୍ଵକପ୍ ୨୦୨୩ରେ ଖରାପ ପ୍ରଦର୍ଶନ କାରଣରୁ ପୂରା ବୋର୍ଡ ଭଙ୍ଗ କରିଥିଲେ। ଆଇସିସି ବୋର୍ଡରେ ସରକାରଙ୍କ ହସ୍ତକ୍ଷେପ ହେଉଥିବା ଦେଖି ଶ୍ରୀଲଙ୍କା ବୋର୍ଡକୁ ନଭେମ୍ବର ୧୦ ତାରିଖରେ ସସପେଣ୍ଡ କରିଥିଲା। ରିପୋର୍ଟ ଅନୁଯାୟୀ, ନିଲମ୍ବନର ପ୍ରଭାବ ସେଠାକାର କ୍ରିକେଟ୍ ଖେଳ ଉପରେ ପଡ଼ିବ ନାହିଁ। ଶ୍ରୀଲଙ୍କାରେ କ୍ରିକେଟ୍ ଖେଳ ଜାରି ରହିବ।

ଅନ୍ୟପଟେ ଆଇସିସିର ଶ୍ରୀଲଙ୍କା ବୋର୍ଡକୁ ନିଲମ୍ବନ ଆଦେଶ କାଏମ ରହିବ।  ସୂଚନାଯୋଗ୍ୟ, ବିଶ୍ଵକପ୍ ୨୦୨୩ରେ ଶ୍ରୀଲଙ୍କା କ୍ରିକେଟ୍ ଦଳ ଶୋଚନୀୟ ପ୍ରଦର୍ଶନ କରିଛି। ଦଳ ପଏଣ୍ଟ ଟେବୁଲର ନବମ ସ୍ଥାନରେ ରହିଥିଲା। ଦଳ ୯ଟି ମ୍ୟାଚ୍‌ରୁ ମାତ୍ର ୨ଟି ଜିତିଥିଲା ଏବଂ ୭ଟି  ହାରିଥିଲା।

   Related Posts