WhatsApp Image 2023-12-03 at 20.27.35 (1)
WhatsApp Image 2023-12-03 at 20.27.35
WhatsApp Image 2023-12-03 at 20.27.36 (1)
WhatsApp Image 2023-12-03 at 20.27.36
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

୨୦୨୪ ଟି-୨୦ ବିଶ୍ୱକପ୍‌ : ଆୟୋଜନ କରିବେ ଆମେରିକା-ଓ୍ୱେଷ୍ଟଇଣ୍ଡିଜ୍‌

21/09/2023 at 2:43 PM

ଦୁବାଇ ୨୧।୦୯ : ୱେଷ୍ଟଇଣ୍ଡିଜ୍‌ ଓ ଆମେରିକା ମିଳିତ ଭାବେ ଆୟୋଜନ କରିବେ ଟି-ଟ୍ୱେଣ୍ଟି ବିଶ୍ୱକପ୍‌-୨୦୨୪। ଇତିମଧ୍ୟରେ ଆଇସିସି ପକ୍ଷରୁ ବିଶ୍ୱକପ୍‌ ମ୍ୟାଚ୍‌ ଆୟୋଜନ ପାଇଁ ଆମେରିକାର ୩ଟି ଭେନ୍ୟୁ ଚୂଡ଼ାନ୍ତ କରାଯାଇଛି । ଟେକ୍ସାସର ଡଲାସ୍‌ ଠାରେ ଥିବା ଗ୍ରାଣ୍ଡ୍‌ ପ୍ରାଇରି ଷ୍ଟାଡିୟମ, ଫ୍ଲୋରିଡାର ଲାଉଡରହିଲ୍‌ ସ୍ଥିତ ବ୍ରୋୱାର୍ଡ଼ କାଉଣ୍ଟି ଷ୍ଟାଡିୟମ ଏବଂ ନ୍ୟୁୟର୍କରେ ବିଶ୍ୱକପ୍‌ ମ୍ୟାଚ୍‌ ଖେଳାଯିବ । ଗ୍ରାଣ୍ଡ୍‌ ପ୍ରାଇରି ଓ ବ୍ରୋୱାର୍ଡ଼ କାଉଣ୍ଟି  ଷ୍ଟାଡିୟମର ଦର୍ଶକ ଧାରଣ କ୍ଷମତା ବୃଦ୍ଧି କରାଯିବ ।  

ସେହିପରି ନ୍ୟୁୟର୍କର ଆଇଜନହାୱର ପାର୍କ ଠାରେ  ନୂଆ କରି ଏକ ଅସ୍ଥାୟୀ ମଡ୍ୟୁଲାର ଷ୍ଟାଡିୟମ ନିର୍ମାଣ କରାଯିବ । ଯାହାର ଦର୍ଶକ ଧାରଣ କ୍ଷମତା ୩୪,୦୦୦  ରହିବ ବୋଲି ଆଇସିସି ପକ୍ଷରୁ ସୂଚନା ଦିଆଯାଇଛି । ଟି-ଟ୍ୱେଣ୍ଟି ବିଶ୍ୱକପ୍‌-୨୦୨୪ ପାଇଁ ପ୍ରଥମେ ଆମେରିକାର ୪ଟି ଭେନ୍ୟୁ ତାଲିକାଭୁକ୍ତ କରାଯାଇଥିଲା । ସେଥିମଧ୍ୟରୁ ମୋରିସ୍‌ଭିଲକୁ ବାଦ୍‌ ଦିଆଯାଇଛି ।

ତେବେ ଆଇସିସି ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ନ୍ୟୁୟର୍କରେ ପ୍ରତିଷ୍ଠା ହେବାକୁ ଥିବା ନୂଆ ଷ୍ଟାଡିୟମରେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ମଧ୍ୟରେ ମ୍ୟାଚ୍‌ ଖେଳାଯିବ । ସେହିପରି ୱେଷ୍ଟଇଣ୍ଡିଜ୍‌ର ୭ଟି ଭେନ୍ୟୁରେ ବିଶ୍ୱକପ୍‌ ମ୍ୟାଚ୍‌ ଆୟୋଜିତ ହେବ । 

ବିଶ୍ୱକପ୍‌ର ନବମ ସଂସ୍କରଣରେ ମୋଟ ୨୦ଟି  ଦଳ ଭାଗ ନେବେ । ଦଳ ଗୁଡ଼ିକୁ ୪ଟି ଗ୍ରୁପ୍‌ (୫ଟି  ଲେଖାଏଁ)ରେ ଭାଗ କରାଯିବ। ପ୍ରତି ଗ୍ରୁପ୍‌ର ଶ୍ରେଷ୍ଠ  ପ୍ରଦର୍ଶନକାରୀ ୨ଟି ଲେଖାଏଁ ଦଳ ସୁପର-୮କୁ ଉନ୍ନୀତ  ହେବେ । ସୁପର-୮ରେ ୨ଟି ଗ୍ରୁପ୍‌ରେ ୪ଟି ଲେଖାଏଁ ଦଳ ଭାଗ ନେବେ । ସେଥିମଧ୍ୟରୁ ଶ୍ରେଷ୍ଠ ପ୍ରଦର୍ଶନକାରୀ ୨ଟି  ଲେଖାଏଁ ଦଳ ସେମି ଫାଇନାଲ୍‌ରେ ପ୍ରବେଶ କରିବେ ।

ଆହୁରି ପଢନ୍ତୁ :

   Related Posts