ଆଇସିସି ଖେଳାଳି ରାଙ୍କିଂ ପ୍ରକାଶିତ; ଟପ୍ ଟେନ୍‌ରେ ୩ ଭାରତୀୟ

Published By : Prameya-News7 Bureau | September 14, 2023 IST

ଦୁବାଇ,୧୩/୯: ପ୍ରକାଶ ପାଇଲା ଆଇସିସି ବ୍ୟାଟିଂ ରାଙ୍କିଂ । ଏହି ତାଲିକାରେ ଭାରତୀୟ  ଖେଳାଳିଙ୍କ ଉନ୍ନତି ହୋଇଛି । ଗତ  ସପ୍ତାହରେ ତୃତୀୟ ସ୍ଥାନରେ ରହିଥିବା  ଯୁବ ଓପନର ଶୁଭମନ ଗିଲ୍‌ ଦ୍ୱିତୀୟକୁ ଉଠିଛନ୍ତି । ସେହିପରି ଶ୍ରେଷ୍ଠ ୧୦  ଜଣଙ୍କ ମଧ୍ୟରେ ୩ଜଣ ଭାରତୀୟ ଖେଲାଳି  ସ୍ଥାନ ପାଇଛନ୍ତି । ପାକିସ୍ତାନ  ବିପକ୍ଷରେ ଶତକ ଅର୍ଜନ କରିଥିବା ବିରାଟ କୋହଲି ଅଷ୍ଟମ ସ୍ଥାନରେ ରହିଛନ୍ତି । ସେହିପରି କ୍ରମାନ୍ୱୟରେ  ୩ଟି ଅର୍ଦ୍ଧଶତକ ଅର୍ଜନ କରିଥିବା ରୋହିତ ଶର୍ମା ନବମକୁ ଉନ୍ନୀତ କରିଛନ୍ତି ।

ସେପଟେ ପାକିସ୍ତାନର ବାବର ଆଜମ  ଶ୍ରୀର୍ଷ ସ୍ଥାନ ବଜାୟ ରଖିଥିବାବେଳେ  ଦକ୍ଷିଣ ଆଫ୍ରିକାର ରାଶି ଭାନ ଡର୍  ଡୁସେନ ତୃତୀୟ, ଡେଭିଡ୍‌ ୱାର୍ଣ୍ଣର  ଚତୁର୍ଥ, ଇମାମ ଉଲ୍‌-ହକ୍‌ ପଞ୍ଚମ,  ଆୟର୍ଲାଣ୍ଡର ହ୍ୟାରୀ ଟେକ୍ଟର ଷଷ୍ଠ,  କ୍ୱିଣ୍ଟନ ଡି କକ୍‌ ସପ୍ତମ, ଫଖାର  ଜମାନ ଦଶମ ସ୍ଥାନରେ ରହିଛନ୍ତି ।  ଇଶାନ କିଷନଙ୍କ ମାନ୍ୟତାରେ ୩ଟି  ସ୍ଥାନ ଉନ୍ନତି ହୋଇଛି । ସେ ୨୨ତମ  ସ୍ଥାନରେ ପହଞ୍ଚିଛନ୍ତି । ପାକିସ୍ତାନ  ବିପକ୍ଷରେ ଶତକ ଅର୍ଜନ କରିଥିବା କେ ଏଲ୍‌ ରାହୁଲଙ୍କ ମଧ୍ୟ ୩ଟି ସ୍ଥାନ ଉନ୍ନତି  ଘଟାଇ ୩୭ତମ ସ୍ଥାନ ଦଖଲ କରିଛନ୍ତି । ବୋଲିଂ ମାନ୍ୟତରେ ମଧ୍ୟ  ଭାରତୀୟଙ୍କ ଉନ୍ନତି ହୋଇଛି ।  ପାକିସ୍ତାନ ବିପକ୍ଷରେ ୫ଟି ଓ ଶ୍ରୀଲଙ୍କା  ବିପକ୍ଷରେ ୪ଟି ୱିକେଟ୍‌ ନେଇଥିବା  କୁଲଦୀପ ଯାଦବ ମାନ୍ୟତା ତାଲିକାର  ସପ୍ତମ ସ୍ଥାନ ଅକ୍ତିଆର କରିଛନ୍ତି । 

wp:embed {"url":"https://www.prameyanews7.com/asia-cup-2023-pakistan-vs-sri-lanka-match-held-on-today/","type":"wp-embed","providerNameSlug":"prameya-news-7"}
https://www.prameyanews7.com/asia-cup-2023-pakistan-vs-sri-lanka-match-held-on-today/
/wp:embed

ସେହିପରି ଯଶପ୍ରୀତ ବୁମରା ୨୭ତମ  ସ୍ଥାନକୁ ଉଠିଥିବାବେଳେ ହାର୍ଦ୍ଦିକ ପାଣ୍ଡ୍ୟା  ୫୬ତମ ସ୍ଥାନରେ ପହଞ୍ଚିଛନ୍ତି । ମହମ୍ମଦ  ସିରାଜ ନବମ ସ୍ଥାନ ବଜାୟ ରଖିଛନ୍ତି । ବର୍ତ୍ତମାନ ମାନ୍ୟତା ତାଲିକାର  ତୃତୀୟ ସ୍ଥାନରେ ରହିଥିବା ଭାରତ  ଶୀର୍ଷ ସ୍ଥାନ ଦଖଲ କରିବାର ସୁଯୋଗ  ରହିଛି । ଏଥିପାଇଁ ଭାରତୀୟ ଦଳକୁ  ଆଗାମୀ ବାଂଲାଦେଶ ବିପକ୍ଷ ଏସିଆ  କପ୍‌ ସୁପର-୪ ରାଉଣ୍ଡ ମୁକାବିଲା  ସହ ଫାଇନାଲ୍‌ ମ୍ୟାଚ୍‌ ଜିତିବାକୁ  ହେବ । ଏଥିସହ ପାକିସ୍ତାନ ବିପକ୍ଷରେ  ଶ୍ରୀଲଙ୍କା(ସୁପର-୪) ବିଜୟ ହାସଲ  କରିବା ଜରୁରି ଓ ଦକ୍ଷିଣ ଆଫ୍ରିକା  ବିପକ୍ଷରେ ଅଷ୍ଟ୍ରେଲିଆ ଶେଷ  ୨ଟି ଯାକ ଦିନିକିଆରେ ପରାଜିତ  ହେବା ଆବଶ୍ୟକ । ଏହା ସମ୍ଭବ  ହେଲେ ଭାରତ ଶୀର୍ଷ ସ୍ଥାନ ହାସଲ  କରିପାରିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.