scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଦିନିକିଆ ବିଶ୍ୱକପ୍‌ ପୂର୍ବରୁ ଆଇସିସିର ନୂଆ ନିୟମ, ଏବେ ବ୍ୟାଟରଙ୍କ ପାଇଁ ବଢିବ ଟେନ୍‌ସନ୍‌

21/09/2023 at 9:04 AM

ମୁମ୍ବାଇ ୨୦।୦୯ : ଆଗାମୀ ଦିନିକିଆ ବିଶ୍ୱକପ୍‌କୁ ଅଧିକା ରୋମାଞ୍ଚକର ତଥା ପ୍ରତି ମ୍ୟାଚ୍‌କୁ ସଂଘର୍ଷପୂର୍ଣ୍ଣ କରିବା ପାଇଁ ଆଇସିସି କିଛି ନୂଆ ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରିଛି । ସମସ୍ତ ଗ୍ରାଉଣ୍ଡର ବାଉଣ୍ଡାରୀ ବଢାଇବା ସହ ପିଚ୍‌ରେ ଘାସ ରଖିବା ପାଇଁ ଆଇସିସି ଆୟୋଜକ ବିସିସିଆଇକୁ ନିର୍ଦ୍ଦେଶ ଦେଇଛି । ପ୍ରତ୍ୟେକ ଗ୍ରାଉଣ୍ଡର ବାଉଣ୍ଡାରୀକୁ ୭୦ମିଟରରୁ ଅଧିକ ରଖିବା ପାଇଁ କ୍ୟୁରେଟରମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ତେବେ ଆଇସିସି ନିୟମ ଅନୁଯାୟୀ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ବାଉଣ୍ଡାରୀ ଆୟତନ ୬୫ମିଟରରୁ ୮୫ ମିଟର ମଧ୍ୟରେ ହେବା ଆବଶ୍ୟକ । ଅକ୍ଟୋବର/ନଭେମ୍ବରରେ ଭାରତୀୟ ଜଳବାୟୁରେ ବଡ଼ ପରିବର୍ତ୍ତନ ଘଟିବ । ଶୀତ ଋତୁର ଆଗମନ ହେତୁ କାକର ପଡ଼ିବ । ଫଳରେ ମ୍ୟାଚ୍‌ ପ୍ରଭାବିତ ହେବା ନିଶ୍ଚିତ । ରାତ୍ରି ମ୍ୟାଚ୍‌ ଗୁଡ଼ିକରେ କାକର ପ୍ରଭାବ ପକାଇବ । କାକର ପଡ଼ିଲେ ରାତ୍ରିରେ ବ୍ୟାଟିଂ ସହଜ ହୋଇଯିବ । ତେଣୁ ପିଚ୍‌ରେ ଘାସ ରଖାଗଲେ ପେସ୍‌ ବୋଲର ଫାଇଦା ଉଠାଇ ପାରିବେ । ଭାରତୀୟ ପିଚ୍‌ ସ୍ପିନରଙ୍କୁ ସହାୟତା କରିବା ନିଶ୍ଚିତ । ମାତ୍ର କାକର ପଡ଼ିବା ଫଳରେ ସ୍ପିନରମାନେ ପ୍ରଭାବିତ ହେବେ । ଓଦା ବଲ୍‌ ଟର୍ଣ୍ଣ କରିବ ନାହିଁ । ବ୍ୟାଟରମାନେ ଏହାର ଫାଇଦା ଉଠାଇବେ । ପିଚ୍‌ରେ ଘାସ ରହିଲେ ପ୍ରତ୍ୟେକ ଦଳ ଅତିରିକ୍ତ ପେସ୍‌ ବୋଲର ନେଇ ଖେଳିପାରିବେ ।

ସୂଚନାଯୋଗ୍ୟ, ମୋଟ୍‌ ୧୦ଟି ଭେନ୍ୟୁ ଅହମ୍ମଦାବାଦ, ବେଙ୍ଗାଲୁରୁ, ଚେନ୍ନାଇ, ଦିଲ୍ଲୀ, ଧର୍ମଶାଳା, ହାଇଦ୍ରାବାଦ, କୋଲକାତା, ଲକ୍ଷେ୍ନø, ମୁମ୍ବାଇ ଓ ପୁନେରେ ବିଶ୍ୱକପ୍‌ର ସମସ୍ତ ମ୍ୟାଚ୍‌ ଆୟୋଜନ କରାଯିବ । ସମସ୍ତ ଗ୍ରାଉଣ୍ଡ୍‌ର ବାଉଣ୍ଡାରୀ ୭୦ ମିଟରରୁ ଅଧିକ କରିବା ପାଇଁ ପର୍ଯ୍ୟାପ୍ତ ସ୍ଥାନ ରହିଛି । ଏଥର ବିଶ୍ୱକପ୍‌ରେ ଲିଗ୍‌ ପର୍ଯ୍ୟାୟ ଓ ନକ୍‌ ଆଉଟ୍‌କୁ ମିଶାଇ ରହିଛି ମୋଟ୍‌ ୪୮ଟି ମ୍ୟାଚ୍‌ । ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟ ପାଇଁ ୪୬ଦିନ ନିର୍ଦ୍ଧାରଣ କରାଯାଇଛି । ନକ୍‌ ଆଉ୍‌ଟ୍‌ ପର୍ଯ୍ୟାୟର ୩ଟି ଯାକ(ସେମି ଫାଇନାଲ୍‌ ଓ ଫାଇନାଲ) ମ୍ୟାଚ୍‌ ପାଇଁ ଅତିରକ୍ତ ଦିବସ ରହିଛି । ବିଶ୍ୱକପ୍‌ର କେବଳ ୧୦ଟି ମ୍ୟାଚ୍‌ ଦିନରେ ଆୟୋଜନ କରାଯିବ । ଏହି ମ୍ୟାଚ୍‌ ଗୁଡ଼ିକ ଭାରତୀୟ ସମୟ ସକାଳ ୧୦.୩୦ରେ ଆରମ୍ଭ ହେବ । ବାକି ସମସ୍ତ ମ୍ୟାଚ୍‌ ଦିବା-ରାତ୍ର ରହିଛି । ଏହି ମ୍ୟାଚ୍‌ ଗୁଡ଼ିକ ଅପରାହ୍ଣ ୨.୩୦ ମିନିଟ୍‌ରେ ଆରମ୍ଭ ହେବ ।

   Related Posts