LIFESTYLE
suno sunao
Aao Nxt
LIFESTYLE_728X90_B
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ICC ୱାର୍ଲଡ୍ ଟେଷ୍ଟ ଚାମ୍ପିୟନଶିପ୍ ପାଇଁ ପ୍ରାଇଜ୍ ମନି ଘୋଷଣା, ବିଜୟୀ ଟିମକୁ ମିଳିବ ଏତିକି କୋଟି ଟଙ୍କା

26/05/2023 at 3:43 PM

ନୂଆଦିଲ୍ଲୀ: ଆଇସିସି ୱାର୍ଲଡ ଟେଷ୍ଟ ଚାମ୍ପିୟନଶିପ୍ ୨୦୨୧-୨୩ର ଫାଇନାଲ ମ୍ୟାଚ୍ ଆସନ୍ତା ଜୁନ ୭ରୁ ଦ ଓଭାଲ ମୈଦାନରେ ଖେଳାଯିବ । ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଟାଇଟଲ ଲଢେଇ ହେବ । ଏହାରି ଭିତରେ ଶୁକ୍ରବାର ଆଇସିସି ଏହି ଟୁର୍ଣ୍ଣାମେଣ୍ଟର ପ୍ରାଇଜ୍ ମନି ଘୋଷଣା କରିଛି । ଚାମ୍ପିୟନ ଟିମକୁ ୧.୬ ମିଲିୟନ ଡଲାର (ପ୍ରାୟ ୧୩ କୋଟି ଟଙ୍କା) ଏବଂ ଉପବିଜେତା ଟିମକୁ ୮ ଲକ୍ଷ ଡଲାର (ପ୍ରାୟ ୬.୫ କୋଟି ଟଙ୍କା) ମିଳିବ ।

ୱାର୍ଲଡ ଟେଷ୍ଟ ଚାମ୍ପିୟନଶିପ ୨୦୨୧-୨୩ରେ ମୋଟ୍ ପୁରସ୍କାର ରାଶି ୩.୮ ମିଲିୟନ ଡଲାର (ପ୍ରାୟ ୩୧.୪ କୋଟି ଟଙ୍କା) ରହିଛି । ଏହି ପୁରସ୍କାର ରାଶିକୁ ୯ଟି ଟିମ୍ ମଧ୍ୟରେ ବଣ୍ଟାଯିବ । ତୃତୀୟ ସ୍ଥାନରେ ଥିବା ଟିମ୍ ଦକ୍ଷିଣ ଆଫ୍ରିକା କ୍ରିକେଟ୍ ଟିମକୁ ୩.୫ କୋଟି ଟଙ୍କା, ଚତୁର୍ଥରେ ଥିବା ଇଂଲଣ୍ଡ କ୍ରିକେଟ୍ ଟିମକୁ ୨.୮ କୋଟି ଟଙ୍କା ମିଳିବ ।  

ପଞ୍ଚମ ସ୍ଥାନରେ ଥିବା ଶ୍ରୀଲଙ୍କା ଟିମକୁ ମୋଟ ୧.୬ କୋଟି ଟଙ୍କା ମିଳିବ । ଏହାପରେ ନ୍ୟୁଜିଲାଣ୍ଡ, ପାକିସ୍ତାନ, ୱେଷ୍ଟଇଣ୍ଡିଜ୍ ଏବଂ ବାଂଲାଦେଶକୁ ୮୨ ଲକ୍ଷ ଲେଖାଏଁ ମିଳିବ । ଆଇସିସି ଟେଷ୍ଟ ଚାମ୍ପିୟନଶିପ ୨୦୨୧-୨୩ର ଟାଇଟଲ ବିଜେତା ଟିମକୁ ଟେଷ୍ଟ ଗଦା ମିଳିବା ସହ ପ୍ରାୟ ୧୩ କୋଟି ଟଙ୍କା ମିଳିବ । ଆଇସିସି ୱାର୍ଲଡ ଟେଷ୍ଟ ଚାମ୍ପିୟନଶିପ ୨୦୧୯-୨୧ର ପୁରସ୍କାର ରାଶି ମଧ୍ୟ ସମାନ ରହିଥିଲା । ଦ୍ୱିତୀୟ ସଂସ୍କରଣରେ ଆଇସିସି ଏହି ଟୁର୍ଣ୍ଣାମେଣ୍ଟର ପ୍ରାଇଜ୍ ମନିରେ କୌଣସି ପରିବର୍ତ୍ତନ କରି ନାହିଁ ।

   Related Posts