ଦିଲ୍ଲୀ ୨୨/୧ : ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ବା ଆଇସିସି ୨୦୧୮-୧୯ ପାଇଁ ପୁରସ୍କାର ଘୋଷଣା କରିଛନ୍ତି | ବିରାଟ କୋହଲିଙ୍କୁ ମେନ୍ସ କ୍ରିକେଟିୟର ଅଫ ଦି ଇୟର ପାଇଁ ସାର ଗାରଫିଲ୍ଡ ରୋବର୍ସ ଆୱାର୍ଡ ମିଳିଛି | ବିରାଟଙ୍କୁ ପ୍ରଥମଥର ପାଇଁ ଟେଷ୍ଟ କ୍ରୀକେଟିୟର ଅଫ ଦି ଇୟର ମନୋନୀତ କରାଯାଇଛି | ଲଗାତାର ଦ୍ୱିତୀୟ ବର୍ଷରେ ବିରାଟ ଦିନିକିଆ କ୍ରିକେଟ ପାଇଁ କ୍ରିକେଟିୟର ଅଫ ଦି ଇୟର ଘୋଷିତ ହୋଇଛନ୍ତି | ଆଇସିସିର ୩ଟି ବ୍ୟକ୍ତିଗତ ଆୱାର୍ଡ ଜିତିବାରେ ବିରାଟ ପ୍ରଥମ | ତାଙ୍କୁ ଆଇସିସିର ଦିନିକିଆ ଏବଂ ଟେଷ୍ଟର ଅଧିନାୟକ ଭାବେ ଚୟନ କରାଯାଇଛି |
{"id":76903}ଆୱାର୍ଡ ପାଇଁ କୋହଲିଙ୍କ ନାଁ ଘୋଷଣା ପରେ ସେ କହିଥିଲେ ଯେ, ଏହା କ୍ୟାଲେଣ୍ଡର ଇୟରରେ କରାଯାଇଥିବା ପରିଶ୍ରମର ଫଳ | ଆଇସିସି ତରଫରୁ ବିଶ୍ୱ ସ୍ଥରରେ ଏକ ପରିଚୟ ମିଳିବ ବହୁତ ବଡ କଥା | ଏହି ପରିଚୟ ଏକ ଗର୍ବର ବିଷୟ ବୋଲି କୋହଲି କହିଥିଲେ | ଏହାସହ ଏହି ପୁରସ୍କାର ପାଇଁ ସେ ଗର୍ବିତ ବୋଲି ମଧ୍ୟ କହିଥିଲେ | କାରଣ ଏହି ଖେଳରେ ଅନେକ ଖେଳାଳି ଭାଗ ନେଉଛନ୍ତି | ଆଉ ଏଥିରୁ ପୁରୁଣା ପ୍ରଦର୍ଶନକୁ ଦୋହରାଇବା ପାଇଁ ପ୍ରେରଣା ମିଳିଥାଏ ବୋଲି କୋହଲି କହିଥିଲେ |
{"id":76904}କୋହଲି ଏବଂ ଯଶପ୍ରୀତ ବୁମରାହଙ୍କୁ ଉଭୟ ଦିନିକିଆ ଏବଂ ଟେଷ୍ଟ ମ୍ୟାଚ ପାଇଁ ଚୟନ କରାଯାଇଛି | ଋଷଭ ପଂଥଙ୍କୁ ଉଇକେଟ କିପର ଭାବେ ଟେଷ୍ଟ ଦଳରେ ସାମିଲ କରାଯାଇଛି | ଏହାସହ ଋଷଭଙ୍କୁ ଆଇସିସି ମେନ୍ସ ଏମରଜିଙ୍ଗ କ୍ରୀକେଟିୟର ଅଫ ଦି ଇୟରର ଆୱାର୍ଡ ମଧ୍ୟ ମିଳିଛି | ଓପନର ରୋହିତ ଶର୍ମା ଏବଂ କୁଲଦୀପ ଯାଦବଙ୍କୁ ଦିନିକିଆ ଦଳରେ ଚୟନ କରାଯାଇଛି |
{"id":76905}ଆଇସିସି ମେନ୍ସ କ୍ରିକେଟିୟର ଅଫ ଦି ଇୟର - ବିରାଟ କୋହଲି - ଭାରତ
ଆଇସିସି ମେନ୍ସ ଟେଷ୍ଟ କ୍ରିକେଟିୟର ଅଫ ଦି ଇୟର - ବିରାଟ କୋହଲି - ଭାରତ
ଆଇସିସି ମେନ୍ସ ଦିନିକିଆ କ୍ରିକେଟିୟର ଅଫ ଦି ଇୟର - ବିରାଟ କୋହଲି - ଭାରତ
{"id":76906,"width":566,"height":785}ଆଇସିସି ମେନ୍ସ ଟି-୨୦ ପରଫରମାନ୍ସ ଅଫ ଦି ଇୟର - ଏରାନ ଫିଂଚ - ଅଷ୍ଟ୍ରେଲିଆ
ଆଇସିସି ଫେନ୍ସ ମୁମେଣ୍ଟ - ଇଣ୍ଡିଆ ୧୯ର ୱାର୍ଲଡ କପ ବିଜୟ
ଆଇସିସି ସ୍ପିରିଟ ଅଫ କ୍ରିକେଟ - କେନ ବିଲିୟମ୍ସ - ନ୍ୟୁଜିଲାଣ୍ଡ
ଆଇସିସି ମେନ୍ସ ଏମରଜିଙ୍ଗ କ୍ରିକେଟିୟର - ଋଷଭ ପଂଥ - ଭାରତ
ଆଇସିସି ଆସୋସିଏଟ କ୍ରିକେଟିୟର - କେଲମ ମ୍ୟାକଲଏଡ଼ - ସ୍କଟଲ୍ୟାଣ୍ଡ
ଆଇସିସି ଅମ୍ପାୟାର ଅଫ ଦି ଇୟର - କୁମାର ଧର୍ମସେନା - ଶ୍ରୀଲଙ୍କା