ବିଶ୍ବକପ ସରିବାପରେ ଆଇସିସି ଜାରି କଲା ସାନି ରାଙ୍କ ତାଲିକା, ଏହି ସ୍ଥାନରେ ରହିଛି ଭାରତ

Published By : Prameya-News7 Bureau | July 16, 2019 IST

ନୂଆଦିଲ୍ଲୀ୧୬|୭: ବହୁ କସରତ ପରେ ଇଂଲଣ୍ଡ ବିଶ୍ବକପ ବିଜେତା ହୋଇଛି। ଏହି ମ୍ୟାଚଟି ବହୁତ ରୋମାଞ୍ଚକର ଥିଲା।  ବାଉଣ୍ଡ୍ରି ଆଧାରରେ ଆଇସିସି ଇଂଲଣ୍ଡ ଟିମକୁ ବିଜେତା ଘୋଷଣା କରିଥିଲେ। ବିଶ୍ବକପ ଖେଳର ସମାପ୍ତି ପରେ ଆଇସିସି ଦିନିକିଆ ମ୍ୟାଚର ରାଙ୍କ ଘୋଷଣା କରିଛି। ଚଳିତ ବିଶ୍ବକପର ବିଜେତା ଇଂଲଣ୍ଡ ରାଙ୍କର ପ୍ରଥମ ସ୍ଥାନ ଅଧିକାର କରଛି। ଇଂଲଣ୍ଡ ଫାଇନାଲ ମ୍ୟାଚରେ ବିଜୟ ହାସଲ କରିଥିବାରୁ ରେଟିଂ ପଏଣ୍ଟର ଶୀର୍ଷକ ସ୍ଥାନରେ ରହିଛି । ଇଂଲଣ୍ଡର ୧୨୫ ପଏଣ୍ଟ ରେଟିଂରେ ଅଛି।

{"id":134141}

 ସେହଭଳି ବିଶ୍ବକପ ଫାଇନାଲ ମ୍ୟାଚରେ ପରାଜିତ ଟିମ ନ୍ୟୁଜିଲାଣ୍ଡ ତୃତୀୟ ସ୍ଥାନରେ ରହିଛି । ନ୍ୟୁଜିଲାଣ୍ଡର ରେଟିଂ ପଏଣ୍ଟ ହେଉଛି ୧୧୨। ଟିମ ଇଣ୍ଡିଆ ବିଶ୍ବକପ୍ ସେମିଫାଇନାଲ ମ୍ୟାଚରେ ୧୮ ରନରେ ନ୍ୟୁଜିଲାଣ୍ଡଠାରୁ ହାରିବା ସତ୍ତ୍ବେ ରେଟିଂ ଆଧାରେ ଦ୍ବିତୀୟ ସ୍ଥାନ ଅଧିକାର କରିଛି । ଭାରତର ରେଟିଂ ହେଉଛି ୧୨୨ ପଏଣ୍ଟ। ବିଶ୍ବକପରେ ଭଲ ଖେଳ ପ୍ରଦର୍ଶନ କରିଥିବା ଅଷ୍ଟ୍ରେଲିଆ ଲିଗ୍ ମ୍ୟାଚରେ ଦକ୍ଷିଣ ଆଫ୍ରିକା ଓ ସେମିଫାଇନାଲ ମ୍ୟାଚରେ ଇଂଲଣ୍ଡ ଟିମ ଠାରୁ ପରାସ୍ତ ହେବା ପରେ ୨ ପଏଣ୍ଟ ହରାଇବା ସହ ଚତୁର୍ଥ ସ୍ଥାନରେ ରହିଛି।

 ବିଶ୍ବକପରେ ଦକ୍ଷିଣ ଆଫ୍ରିକା ରାଙ୍କର ଚତୁର୍ଥ ସ୍ଥାନରେ ରହିବା ସହ ୧୧୦ ପଏଣ୍ଟ ଅଧିକାର କରିଛି। ସେହିଭଳି ପାକିସ୍ତାନ ଷଷ୍ଠ ସ୍ଥାନରେ ରହିବା ସହ ୯୭ ପଏଣ୍ଟରେ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.