ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଡବିଲ: ପୁରୁଣା ବସ୍‌ଷ୍ଟାଣ୍ଡରେ ଯୁବକକୁ ଛୁରାମାଡ଼, ଅତର୍କିତ ଆକ୍ରମଣରେ ଆକବର ଗୁରୁତର
  • ||
  • ଇଡିରେ ହାଜର ହେଲେ ଅର୍ଚ୍ଚନାଙ୍କ ଆରକିଟେକ୍ଟ, ଆର୍ଥିକ କାରବାର ନେଇ ହୋଇପାରେ ଜେରା
  • ||

ଭାରତର ‘ସୂର୍ଯ୍ୟ’କୁ ନମସ୍କାର କଲା ICC, କହିଲା- ଟି-୨୦ ବିଶ୍ଵ କପ୍‌ ୨୦୨୨ରେ ଚମକିବ ଏହି ତାରକା

2/10/2022 at 5:16 PM

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି-୨୦ ବିଶ୍ଵ କପ୍‌ ୨୦୨୨ ଆରମ୍ଭ ହେବାକୁ ଆଉ ଦୁଇ ସପ୍ତାହ ବାକି ରହିଛି। ଅଷ୍ଟ୍ରେଲିଆରେ ପ୍ରଥମ ଥର ଟି-୨୦ ବିଶ୍ଵ କପ୍ ଆରମ୍ଭ ହେବାକୁ ଯାଉଛି। ଏହି ଟୁର୍ଣ୍ଣାମେଣ୍ଟ ୨୦୨୦ରେ ହେବାର ଥିଲା, ମାତ୍ର କରୋନା ଯୋଗୁଁ ଉକ୍ତ ସଂସ୍କରଣକୁ ସ୍ଥଗିତ ରଖାଯାଇଥିଲା। ଟି-୨୦ ବିଶ୍ଵ କପ୍ ୨୦୨୨ରେ ଅଂଶଗ୍ରହଣ କରୁଥିବା ସମସ୍ତ ୧୬ଟି ଦଳ ନିଜ ନିଜର ଦଳ ଘୋଷଣା କରି ସାରିଛନ୍ତି। ଏହା ମଧ୍ୟରେ ଆଇସିସି ୧୬ଟି ଦଳରୁ ସେହି ପାଞ୍ଚ ଖେଳାଳିଙ୍କ ଚୟନ କରିଛି, ଯେଉଁମାନେ ଟୁର୍ଣ୍ଣାମେଣ୍ଟରେ ନିଜର ଚମକ ଦେଖାଇ ପାରିବେ। ଏହି ପାଞ୍ଚ ଖେଳାଳିଙ୍କ ମଧ୍ୟରେ ସାମିଲ୍ ଭାରତର ଷ୍ଟାର ବ୍ୟାଟସମ୍ୟାନ ସୂର୍ଯ୍ୟକୁମାର ଯାଦବ। କ୍ରିକେଟ୍‌ର ବିଶେଷଜ୍ଞଙ୍କୁ ଲାଗୁଛି ଏହି ପାଞ୍ଚ ଖେଳାଳି ବିଶ୍ଵ କପ୍‌ରେ ଧମାଲ୍ କରି ପାରନ୍ତି।

ଆଇସିସି ଯେଉଁ ଚାରି ବ୍ୟାଟସମ୍ୟାନଙ୍କୁ ଚୟନ କରିଛି, ଯେଉଁଥିରେ ସୂର୍ଯ୍ୟକୁମାର ଯାଦବଙ୍କ ନାମ ସାମିଲ୍। ଆଇସିସି ମତରେ ଏହି ଖେଳାଳି ଆଇସିସି ବିଶ୍ଵ କପ୍‌ରେ ନିଜର ଚମକ ଦେଖାଇବାକୁ ପ୍ରସ୍ତୁତ। ୩୨ ବର୍ଷୀୟ ମଧ୍ୟକ୍ରମ ବ୍ୟାଟସମ୍ୟାନ ସୂର୍ଯ୍ୟ ଚଳିତ ବର୍ଷ ଟି-୨୦ ଅନ୍ତର୍ଜାତୀୟରେ ସବୁଠୁ ଅଧିକ ରନ କରିଥିବା ଖେଳାଳି। ସେ ୨୧ଟି ଟି-୨୦ ମ୍ୟାଚ୍‌ରେ ୪୦.୬୬ ହାରରେ ଏବଂ ୧୮୦.୨୯ ଷ୍ଟ୍ରାଇକ୍ ରେଟ୍‌ରେ ୭୩୨ ରନ କରିଛନ୍ତି। ସୂର୍ଯ୍ୟ ଗତ ମାସରେ ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଟି-୨୦ରେ କେବଳ ୩୬ଟି ବଲ୍‌ରେ ୬୯ ରନର ଦମଦାର ଇନିଂସ ଖେଳିଥିଲେ। ଏହି ଇନିଂସରେ ପାଞ୍ଚ ଚୌକା ଏବଂ ପାଞ୍ଚ ଛକା ସାମିଲ୍।

ଆଇସିସି ନିଜର ଏହି ତାଲିକାରେ ଚାରି ବ୍ୟାଟସମ୍ୟାନ ଏବଂ ଓ୍ଵାନିନ୍ଦୁ ହସରଙ୍ଗାଙ୍କ ହିସାବରେ ଜଣେ ଅଲରାଉଣ୍ଡରକୁ ସାମିଲ୍ କରିଛି। ହସରଙ୍ଗା ଏସିଆ କପ୍‌ରେ ସର୍ବାଧିକ ଓ୍ଵିକେଟ୍ ହାସଲକାରୀ ବୋଲର ରହିଥିଲେ। ସେ ଏସିଆ କପ୍‌ରେ ପ୍ଲେୟାର ଅଫ ଦ ଟୁର୍ଣ୍ଣାମେଣ୍ଟର ପୁରସ୍କାର ଜିତିଥିଲେ ଏବଂ ଶ୍ରୀଲଙ୍କାକୁ ଚାମ୍ପିଅନ କରାଇବାରେ ଗୁରୁତ୍ଵପୂର୍ଣ୍ଣ ଯୋଗଦାନ ଦେଇଥିଲେ।

ଆଇସିସି ସୂର୍ଯ୍ୟକୁମାରଙ୍କ ବ୍ୟତୀତ ନିଜର ଏହି ତାଲିକାରେ ସାମିଲ୍ କରିଥିବା ଅନ୍ୟ ଖେଳାଳି ହେଉଛନ୍ତି ଅଷ୍ଟ୍ରେଲିଆର ଓପନିଂ ବ୍ୟାଟସମ୍ୟାନ ଡେଭିଡ୍ ଓ୍ଵାର୍ଣ୍ଣର, ଇଂଲଣ୍ଡର ଅଧିନାୟକ ଜୋସ୍ ବଟଲର ଏବଂ ପାକିସ୍ତାନର ଓ୍ଵିକେଟ୍ କିପର ବ୍ୟାଟସମ୍ୟାନ ମହମ୍ମଦ ରିଜଓ୍ଵାନ।

   Related Posts