ରୋହିତ ଶ୍ରେଷ୍ଠ ଦିନିକିଆ ଖେଳାଳି, ବିରାଟଙ୍କ କ୍ରିକେଟ ସ୍ପିରିଟକୁ ଆଇସିସି ଦେଲା ତାଜ୍

Published By : Prameya-News7 Bureau | January 15, 2020 IST

ଦୁବାଇ୧୫।୦୧: ମଙ୍ଗଳବାର ରାତିରେ ଟିମ୍‌ ଇଣ୍ଡିଆ ଅଷ୍ଟ୍ରେଲିଆ ଠାରୁ ୧୦ଓ୍ବିକେଟରେ ଶୋଚନୀୟ ଭାବେ ପରାଜିତ ହୋଇଛି । କିନ୍ତୁ ବୁଧବାର ଦିନ ସକାଳେ ଭାରତୀୟ କ୍ରିକେଟପ୍ରେମୀଙ୍କ ପାଇଁ ଖୁସିର ଖବର ଆସିଛି । ଅନ୍ତରାଷ୍ଟ୍ରୀୟ କ୍ରିକେଟ ପରିଷଦ (ICC) ୨୦୧୯ ପାଇଁ ଘୋଷିତ ପୁରସ୍କାରରେ ଭାରତୀୟ କ୍ରିକେଟରଙ୍କୁ ମିଳିଛି  ଅଧିକ ସୀକୃତି ।  ଭାରତୀୟ ଓପନର ରୋହିତ ଶର୍ମାଙ୍କୁ ଦିନିକିଆ କ୍ରିକେଟ୍‌ରେ ସର୍ବଶ୍ରେଷ୍ଠ ଖେଳାଳି ଘୋଷଣା କରିଛି ଆଇସିସି। ସେହିପରି ପଡିଆରେ ଖେଳ ଭାବନା ପାଇଁ ଭାରତୀୟ ଅଧିନାୟକ ବିରାଟ କୋହଲୀଙ୍କୁ Spirit of Cricket Award ପାଇଁ ଚୟନ କରିଛି ।

{"id":211574,"width":572,"height":429,"sizeSlug":"large"}

ଦିନିକିଆ କ୍ରିକେଟରେ ରୋହିତ ଶର୍ମାଙ୍କ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିଲେ । ୨୦୧୯ବିଶ୍ବକପ୍‌ରେ ୫ଟି ଶତକ କରି ରେକର୍ଡ ସୃଷ୍ଟି କରିଥିଲେ । ୨୦୧୯ରେ ରୋହିତ ସମୁଦାୟ ୭ଟି ଶତକ ହାସଲ କରିଛନ୍ତି । ସେହିପରି ୨୦୧୯ କ୍ୟାଲେଣ୍ଡର ବର୍ଷରେ ୨୮ଦିନିକିଆ ମ୍ୟାଚ୍‌ ଖେଳି ୫୭.୩୦ ପ୍ରତିଶତ ହାରରେ ୧୪୯୦ ରନ ସ୍କୋର କରିଛନ୍ତି ।

wp:core-embed/twitter {"url":"https://twitter.com/ICC/status/1217323220501696512","type":"rich","providerNameSlug":"twitter","className":""}
https://twitter.com/ICC/status/1217323220501696512
/wp:core-embed/twitter

ଦିନିକିଆରେ ନମ୍ବର-୧ ବ୍ୟାଟସମ୍ୟାନ ବିରାଟ କୋହଲିଙ୍କୁ ଖେଳ ଭାବନା ପାଇଁ 2019 Spirit of Cricket Award  ପାଇଁ ଘୋଷଣା କରାଯାଇଛି । ବିରାଟ କୋହଲି ବିଶ୍ବ କପ୍‌ ସମୟରେ ଅଷ୍ଟ୍ରେଲିଆ ବ୍ୟାଟସମ୍ୟାନ ଷ୍ଟିଭେନ ସ୍ମିଥ୍‌ଙ୍କ ହୋଟିଙ୍ଗ ନକରିବା ପାଇଁ ଦର୍ଶକଙ୍କ ଅପିଲ କରିଥିଲେ । ସ୍ମିଥ ବଲ୍‌ ଟ୍ୟାମ୍ପରି ମାମଲାରେ ଦଳରୁ ବାସନ୍ଦ ହୋଇଥିଲେ  ।  

wp:core-embed/twitter {"url":"https://twitter.com/ICC/status/1217321828638740481","type":"rich","providerNameSlug":"twitter","className":""}
https://twitter.com/ICC/status/1217321828638740481
/wp:core-embed/twitter

ଇଲଣ୍ଡ ଦଳର ସଦସ୍ୟ ବେନ୍‌ ଷ୍ଟୋକ୍ସଙ୍କୁ ପ୍ଲେୟାର ଅଫ ଦି ଇୟର ପାଇଁ ସର୍‌ ଗରଫିଲ୍ଡ ସୋବର୍ସ ଟ୍ରଫିର ବିଜେତା ଭାବେ ଚୟନ କରାଯାଇଛି । ଏହି ବିସ୍ଫୋରକ ଅଲରାଉଣ୍ଡର ପାଇଁ ଇଂଲଣ୍ଡ ତାର କ୍ରିକେଟ ଇତିହାସରେ ପ୍ରଥମ ଥର ପାଇଁ ବିଶ୍ବକପ ଜିତିଛି । ୨୮ବର୍ଷୀୟ ଷ୍ଟୋକ୍ସ ଟେଷ୍ଟରେ ଅଷ୍ଟ୍ରେଲିଆ ବିପକ୍ଷରେ ଲଡ୍ସ ଟେଷ୍ଟରେ ୧୩୫ରନ୍‌ ଖେଳି ଇଂଲଣ୍ଡକୁ ବିଜୟୀ କରିଥିଲେ ।

wp:core-embed/twitter {"url":"https://twitter.com/ICC/status/1217325607484305408","type":"rich","providerNameSlug":"twitter","className":""}
https://twitter.com/ICC/status/1217325607484305408
/wp:core-embed/twitter

ବୁଧବାର ଦିନ ଆଇସିସି ପକ୍ଷରୁ ଆଇସିସି ଦିନିକିଆ ଓ ଟେଷ୍ଟ ଟିମ୍‌ ଘୋଷଣା କରାଯାଇଛି । ତେବେ ଉଭୟ ଟିମ୍‌ରେ ବିରାଟ କୋହଲି ଅଧିନାୟକ ଭାବେ ଚୟନ କରାଯାଇଛି । ତେବେ ଉଭୟ ଟିମ୍‌ରେ କୋହଲିଙ୍କ ସମେତ ଚାରିଜଣ ଭାରତୀୟଙ୍କୁ ଟେଷ୍ଟ ଓ ଦିନିକିଆ ଟିମ୍‌ ଅଫ ଦି ଇୟରରେ ଚୟନ କରାଯାଇଛି ।  ଟେଷ୍ଟ ଟିମ୍‌ରେ ଦ୍ବିଶତକ ମାରିଥିବା ମୟଙ୍କ ଅଗ୍ରଓ୍ବାଲ, ରୋହିତ ଶର୍ମା ଓ ଦିନିକିଆ ଦଳରେ ବୋଲର ଭୁବନେଶ୍ବର କୁମାର, ସ୍ପିନର କୁଳଦୀପ ଯାଦବଙ୍କ ଚୟନ କରାଯାଇଛି ।  

ICC Test team of the year- ମୟଙ୍କ ଅଗ୍ରଓ୍ବାଲ, ଟମ ଲେଥମ,ମାର୍ନସ ଲାବୁର୍ସନ, ବିରାଟ କୋହଲି (ଅଧିନାୟକ) , ଷ୍ଟିଭ ସ୍ମିଥ୍‌, ବେନ ଷ୍ଟୋକ୍ସ, ବିଜା ବାଟାଲିଂଗ, ପେଟ୍‌ କମିନସ୍, ମିସେଲ ଷ୍ଟାର୍କ, ନୀଲ୍ ଓ୍ବାର୍ନର, ନାଥନ ଲାୟନ

wp:core-embed/twitter {"url":"https://twitter.com/ICC/status/1217328104105967617","type":"rich","providerNameSlug":"twitter","className":""}
https://twitter.com/ICC/status/1217328104105967617
/wp:core-embed/twitter

ICC Odi team of the year – ରୋହିତ ଶର୍ମା, ସାଇ ହୋପ, ବିରାଟ କୋହଲି (ଅଧିନାୟକ), ବାବର ଆଜାମ, କେନ ଓ୍ବିଲିୟମସନ, ବେନ୍ ଷ୍ଟୋକ୍ସ, ଜସ୍ ବଟଲର, ମିସେଲ ଷ୍ଟାର୍କ, ଟ୍ରେଣ୍ଟ ବୋଲ୍ଟ, ମହମ୍ମଦ ସାମି, କୁଳଦୀପ ଯାଦବ

ଅଷ୍ଟ୍ରେଲିଆ ଖେଳାଳି ମାର୍ନସ ଲାବୁର୍ସନଙ୍କୁ ICC Men's Emerging Cricketer ଭାବେ ଚୟନ କରାଯାଇଛି । ୨୦୧୯ରେ ଟେଷ୍ଟ କ୍ରିକେଟରେ ଜବରଦସ୍ତ ପ୍ରଦର୍ଶନ କରିଥିଲେ । ସେ ୬୪.୯୪ ପ୍ରତିଶତ ହାରରେ ୧୧୦୪ ରନ କରିଛନ୍ତି ।

wp:core-embed/twitter {"url":"https://twitter.com/ICC/status/1217319292120829952","type":"rich","providerNameSlug":"twitter","className":""}
https://twitter.com/ICC/status/1217319292120829952
/wp:core-embed/twitter

ଅଷ୍ଟ୍ରେଲିଆ ବୋଲର ପେଟ୍‌ କମିନସ୍‌  2019 Test Cricketer of the Year ଭାବେ ଚୟନ କରାଯାଇଛି । ସେ ୨୦୧୯ରେ ସର୍ବାଧିକ ୫୯ଟି ଓ୍ବିକେଟ ଅକ୍ତିଆର କରିଛନ୍ତି ।

wp:core-embed/twitter {"url":"https://twitter.com/ICC/status/1217324343539249152","type":"rich","providerNameSlug":"twitter","className":""}
https://twitter.com/ICC/status/1217324343539249152
/wp:core-embed/twitter

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.