ରକ୍ତ ଥିବା ଦୃଶ୍ୟ ପ୍ରସାରଣ ନେଇ ଚ୍ୟାନେଲ ଗୁଡିକୁ ତାଗିଦ୍ କଲା I&B ମନ୍ତ୍ରାଳୟ, କହିଲା-ବିଚଳିତ କରୁଛି...

Published By : Prameya-News7 Bureau | January 09, 2023 IST

ନୂଆଦିଲ୍ଲୀ: ଟିଭି ଚ୍ୟାନେଲ ଗୁଡିକୁ ଲୋକଙ୍କୁ ବିଚଳିକ କରୁଥିବା ରକ୍ତ ଥିବା ଦୃଶ୍ୟ ପ୍ରସାରଣ ନେଇ ସୂଚନା ଏବଂ ପ୍ରସାରଣ ମନ୍ତ୍ରାଳୟ କଡା ତାବିଦ୍ କରିଛି । ମନ୍ତ୍ରାଳୟ ସୋମବାର ଚ୍ୟାନେଲ ଗୁଡିକୁ ମାର୍ଗଦର୍ଶିକା ଜାରି କରିଛି । ଏଥିରେ ସଡକ ଦୁର୍ଘଟଣା, ମୃତ୍ୟୁ, ହିଂସା, ମହିଳାଙ୍କ ପ୍ରତି ହିଂସା ଏବଂ ବୟସ୍କ-ପିଲାଙ୍କ ପ୍ରତି ହିଂସାକୁ ସାମିଲ କରାଯାଇଛି । ମନ୍ତ୍ରାଳୟ କହିଛି ଯେ ଚ୍ୟାନେଲ ଗୁଡିକ ଉପରେ ନଜର ରଖାଯିବା ପରେ ବି ଏହିପରି ମାର୍ଗଦର୍ଶିକା ଜାରି କରିବାକୁ ପଡୁଛି । କିଛି ବିଚାର ନକରି ଚ୍ୟାନେଲ ଗୁଡିକ ହିଂସାତ୍ମକ ଏବଂ ବିଚଳିତ କଲା ପରି ଦୃଶ୍ୟ ପ୍ରସାରଣ କରୁଛନ୍ତି ।

ସୂଚନା ଏବଂ ପ୍ରସାରଣ ମନ୍ତ୍ରାଳୟ କହିଛି ଯେ ଟିଭି ଚ୍ୟାନେଲ ଲୋକଙ୍କ ମୃତ୍ୟୁର ଫଟୋ-ଭିଡିଓ ପ୍ରସାରଣ କରିଛନ୍ତି, ରକ୍ତ ଜୁଡୁବୁଡୁ ଆହତ ବ୍ୟକ୍ତିଙ୍କୁ ଦେଖାଇଛନ୍ତି, ରକ୍ତାକ୍ତ ମହିଳା ଏବଂ ଲୋକଙ୍କୁ ଭିଡିଓ ପ୍ରାସରଣ କରିଛନ୍ତି । ବୟସ୍କ ଏବଂ ପିଲାଙ୍କୁ ମାଡ ମାରିବାର ଭିଡିଓକୁ ନିକଟରୁ ପ୍ରସାରଣ କରାଯାଇଛି । ଏହି ସବୁ ଦୃଶ୍ୟ ବାରମ୍ୱାର ଏବଂ ଲଗାତାର ଦୀର୍ଘ ସମୟ ଯାଏଁ ପ୍ରାସରଣ କରାଯାଇଛି । କେବଳ ଏତିକି ନୁହେଁ ଚ୍ୟାନେଲ ଗୁଡିକ ଦୃଶ୍ୟକୁ ଅଧିକ ଆକର୍ଷଣୀୟ କରିବା ପାଇଁ ତା ଉପରେ ଗୋଲ ଚିହ୍ନ ମଧ୍ୟ କରିଛନ୍ତି ।

ମନ୍ତ୍ରାଳୟ କହିଛି, ଚ୍ୟାନେଲ ଗୁଡିକ ଧ୍ୟାନ ରଖିବା ଦରକାର ଯେ ଏହିପରି ଦୃଶ୍ୟକୁ ବ୍ଲର କରି ଏବଂ ଲଙ୍ଗ ସର୍ଟରୁ ଦେଖାଯିବା ଦରକାର । ମନ୍ତ୍ରାଳୟ ଏହା ମଧ୍ୟ କହିଛି ଯେ ଏହି ଘଟଣା ଗୁଡିକର ରିପୋର୍ଟ ମଧ୍ୟ ଭୁଲ ଢଙ୍ଗ କରାଯାଇଛି । ଏହି ଦୃଶ୍ୟ ଗୁଡିକ ଦର୍ଶକଙ୍କୁ ବିଚଳିତ କରୁଛି । ଏହା ପିଲାଙ୍କ ମାନସିକତା ଉପରେ ପ୍ରଭାବ ପକାଉଛି । ଏହାସହ ବ୍ୟକ୍ତିଙ୍କ ଗୋପନୀୟତାର ମଧ୍ୟ ଉଲ୍ଲଂଘନ ହେଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.