୬ ୟୁଟ୍ୟୁବ ଚ୍ୟାନେଲ୍ ବ୍ୟାନ୍ କଲେ ସରକାର; ମିଛ ଖବର ପ୍ରଚାର କରୁଥିବା ଅଭିଯୋଗ

Published By : Prameya-News7 Bureau | January 12, 2023 IST

ନୂଆଦିଲ୍ଲୀ: ମିଛ ଖବର ଦେଖାଉଥିବା ଅଭିଯୋଗରେ ୬ ୟୁଟ୍ୟୁବ ଚ୍ୟାନେଲ୍‌ ଉପରେ କାର୍ଯ୍ୟାନୁଷ୍ଠାନ। ଏହି ୬ଟି ଚ୍ୟାନେଲ୍‌କୁ ବ୍ୟାନ୍‌ କଲା ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ। ଏହି ଚ୍ୟାନେଲ୍‌ଗୁଡ଼ିକ ଉଦ୍ଦେଶ୍ୟପ୍ରଣୋଦିତ ଭାବରେ ମିଛ ଖବର ଦେଖାଉଥିବା ମନ୍ତ୍ରାଳୟ ଅଭିଯୋଗ କରିଛି।

ସରକାରୀ ସୂଚନା ଅନୁସାରେ ଏହି ଚ୍ୟାନେଲଗୁଡ଼ିକରେ ୨୦ ଲକ୍ଷ ସବ୍ସକ୍ରାଇବର ଥିବା ବେଳେ ୫୧ କୋଟି ଥର ଚ୍ୟାନେଲଗୁଡ଼ିକୁ ଦେଖାଯାଇଛି। ଏନେଇ ପିଆଇବି ପକ୍ଷରୁ ସିରିଜ୍ ଟ୍ୱିଟ୍ କରି ୟୁଟ୍ୟୁବ ଚ୍ୟାନେଲ୍‌ଗୁଡ଼ିକ ବିଷୟରେ ସୂଚନା ଦିଆଯାଇଛି।

wp:html /wp:html

ଏହି ୟୁଟ୍ୟୁବ ଚ୍ୟାନେଲଗୁଡ଼ିକ ହେଲା- ନ୍ୟାସନ ଟିଭି(Nation TV,), ସରୋକାର ଭାରତ(Sarokar Bharat), ନେସନ ୨୪, ସମବାଦ ସମାଚାର(Samvad Samachar), ସ୍ୱର୍ଣ୍ଣିମ ଭାରତ(, Swarnim Bharat) ଓ ସମ୍ବା ଟିଭି(Sambad TV)। ଏହି ଚ୍ୟାନେଲ୍‌ଗୁଡିକ ଫ୍ୟାକ୍‌ ନ୍ୟୁଜ୍ ପ୍ରସାରଣ କରି ଆୟ କରୁଥିଲେ। ନାମିଦାମୀ ଟିଭି ଆଙ୍କର ଫଟୋ ଲଗାଇ, ମିଛ କଥାରେ ଆକର୍ଷଣୀୟ ଥମ୍ବନେଲ୍ କରି ଏମାନେ ଉଦ୍ଦେଶ୍ୟପ୍ରଣୋଦିତ ଭାବରେ ଖବର ଦେଖାଉଥିଲେ ବୋଲି ପିଆଇବି ଟ୍ୱିଟ୍ କରି ସୂଚନା ଦେଇଛି।  

ସୂଚନା ଥାଉକି ଗତବର୍ଷ ଡିସେମ୍ବର ମାସରେ ୧୦୪ ୟୁଟ୍ୟୁବ ଚ୍ୟାନେଲ୍ ସହ ୪୫ ଭିଡିଓ ବ୍ୟାନ୍ କରିଥିଲେ ସରକାର। ତା ସହ ୪ଟି ଫେସ୍‌ବୁକ୍‌ ଆକାଉଣ୍ଟ, ୩ ଇନଷ୍ଟା, ୫ ଟ୍ୱିଟର ଓ ୬ଟି ୱେବ୍‌ସାଇଟ୍‌କୁ ବ୍ୟାନ୍ କରିଥିଲେ କେନ୍ଦ୍ର ସରକାର। ଦେଶର ସୁରକ୍ଷା ପ୍ରତି ବିପଦ ଓ ମିଥ୍ୟା ଖବର ପ୍ରଚାର କରୁଥିବା ଅଭିଯୋଗରେ ଏଗୁଡ଼ିକୁ ବ୍ୟାନ୍ କରାଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.