scan steel
web-baneer-728x90
krs-728-90-banner english (2)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

କୁକୁର ବୁଲାଇବାକୁ IAS ଦମ୍ପତ୍ତି ଖାଲି କରାଉଥିଲେ ଷ୍ଟାଡିୟମ, ଏବେ ଚାକିରୀରୁ ବହିଷ୍କାର କରିଦେଲେ ସରକାର  

27/09/2023 at 6:27 PM

ନୂଆଦିଲ୍ଲୀ ୨୭।୯: ରାଜଧାନୀ ଦିଲ୍ଲୀ ସମ୍ପର୍କିତ ଏକ ମାମଲା ଗତବର୍ଷ ଖୁବ୍ ଚର୍ଚ୍ଚାରେ ଥିଲା। ଏଥିରେ କିପରି ଏକ ଆଇଏଏସ୍ ଦମ୍ପତ୍ତି ତାଙ୍କ ପୋଷା କୁକୁରକୁ ବୁଲେଇବା ପାଇଁ ଆଥଲେଟଙ୍କ ଷ୍ଟାଡିୟମକୁ ଖାଲି କରାଉଥିଲେ ତାହା ସାମ୍ନାକୁ ଆସିଥିଲା। ଏବେ ଆଇଏଏସ୍ ଦମ୍ପତ୍ତିଙ୍କ ମଧ୍ୟରୁ ଜଣକୁ ସରକାର ଚାକିରୀରୁ ବରଖାସ୍ତ କରିଦେଇଛନ୍ତି। ଅରୁଣାଚଳ ପ୍ରଦେଶ ସରକାରରେ ସେବା ଦେଉଥିବା ଜଣେ ଆଇଏଏସ୍ ଅଫିସରଙ୍କୁ କେନ୍ଦ୍ର ସରକାର ଅନିବାର୍ଯ୍ୟ ସେବା ନିବୃତ୍ତି ଦେଇଛନ୍ତି।

ଏହି ଆଇଏଏସ୍ ଅଫିସରଙ୍କ ନାମ ରିଙ୍କୁ ଦୁଗ୍ଗା। ଯିଏ ଅରୁଣାଚଳପ୍ରଦେଶ, ଗୋଆ, ମିଜୋରାମ ଓ କେନ୍ଦ୍ରଶାସିତ ପ୍ରଦେଶ (ଏଜିଏମୟୁଟି) କ୍ୟାଡରର ୧୯୯୪ ବ୍ୟାଚ୍ ଆଇଏଏସ୍ ଅଫିସର ଥିଲେ। ସେ ଏବେ ଅରୁଣାଚଳ ପ୍ରଦେଶ ସ୍ୱଦେଶୀ ବ୍ୟାପାର ମୁଖ୍ୟ ଶାସନ ସଚିବ ପଦରେ ଅବସ୍ଥାପିତ ଥିଲେ। ତାଙ୍କ ସ୍ୱାମୀ ସଞ୍ଜିବ ଖୀରୱାର ମଧ୍ୟ ୧୯୯୪ ବ୍ୟାଚ୍‌ର ଆଇଏଏସ୍ ଅଫିସର। ସେ ଏବେ ଲଦ୍ଦାଖରେ ଅବସ୍ଥାପିତ ଅଛନ୍ତି। ଏହି ଆଇଏଏସ୍ ଦମ୍ପତ୍ତି ସେମାନଙ୍କ ପୋଷା କୁକୁରକୁ ବୁଲେଇବାକୁ ଦିଲ୍ଲୀର ତ୍ୟାଗରାଜ ଷ୍ଟାଡିୟମକୁ ଖାଲି କରାଇଥିବାର ଅଭିଯୋଗ ଥିଲା। ଏହାକୁ ନେଇ ବିବାଦ ଉପୁଜିବାରୁ ସେତେବେଳେ ଖିରୱାରଙ୍କୁ ଲଦ୍ଦାଖ ଓ ତାଙ୍କ ପତ୍ନୀ ରିଙ୍କୁ ଦୁଗ୍ଗାଙ୍କୁ ଅରୁଣାଚଳ ପ୍ରଦେଶ ବଦଳି କରି ଦିଆଯାଇଥିଲା।

ସୂଚନା ଅନୁସାରେ ରିଙ୍କୁ ଦୁଗ୍ଗାଙ୍କୁ ମୌଳିକ ନିୟମ (ଏଫଆର) ୫୬(ଜେ), କେନ୍ଦ୍ରୀୟ ସିଭିଲ ସେବା (ସିସିଏସ୍) ପେନସନ ନିୟମର ଧାରା ୪୮, ୧୯୭୨ ଅନୁସାରେ ଜବରଦସ୍ତ ଚାକିରୀରୁ ରିଟାୟାର କରାଇ ଦିଆଯାଇଛି। କୁହାଯାଇଛି ଏହି ନିଷ୍ପତ୍ତି ତାଙ୍କ ସର୍ଭିସ ରେକର୍ଡକୁ ଦେଖି ନିଆଯାଇଛି। ଏହା ମଧ୍ୟ କୁହାଯାଇଛି ଯେ ନିଜର କୌଣସି କର୍ମଚାରୀଙ୍କୁ ରିଟାୟାର କରିବା ପାଇଁ ସରକାରଙ୍କ ଅଧିକାର ରହିଛି। ସରକାରୀ ସୂତ୍ରରୁ ମିଳୁଥିବା ସୂଚନା ଅନୁସାରେ ଏପରି କରିବା ଯଦି ସାର୍ବଜନିକ ହୀତ ଦୃଷ୍ଟିରୁ ଉତ୍ତମ ତେବେ କର୍ମଚାରୀଙ୍କୁ ଚାକିରୀରୁ ଜୋରଜବରଦସ୍ତ ରିଟାୟାର କରାଯାଇପାରେ।

ଉଲ୍ଲେଖଯୋଗ୍ୟ ଯେ ମାର୍ଚ୍ଚ ୨୦୨୨ରେ ଦିଲ୍ଲୀର ତ୍ୟାଗରାଜ ଷ୍ଟାଡିୟମରେ ଆଥଲେଟମାନଙ୍କୁ ଟ୍ରେନିଂ କରାଉଥିବା ଜନୈକ କୋଚ୍  ଅଭିଯୋଗ କରିଥିଲେ  ଯେ ସେ ପୂର୍ବରୁ ରାତି ୮ରୁ ସାଢେ ୮ଟା ପର୍ଯ୍ୟନ୍ତ ଆଥଲେଟମାନଙ୍କୁ ଟ୍ରେନିଂ କରାଉଥିଲେ। ହେଲେ ଏବେ ୭ଟା ବାଜିବାମାତ୍ରେ ଗ୍ରାଉଣ୍ଡ ଖାଲି କରିବାକୁ କହି ଦିଆଯାଉଛି, ଯାହାଦ୍ୱାରା ଆଇଏଏସ୍ ସଞ୍ଜିବ ଓ ତାଙ୍କ ପତ୍ନୀ କୁକୁର ସହ ସେଠାରେ ଟହଲି ପାରିବେ। ଏହା ଦ୍ୱାରା ତାଙ୍କର ଟ୍ରେନିଂ ଓ ଆଥଲେଟ୍‌ ମାନଙ୍କ ପ୍ରାକ୍ଟିସ୍ ରୁଟିନ ଗଡବଡ ହେଉଥିବା କୋଚ୍ କହିଥିଲେ। ଏହି ଅଭିଯୋଗ ପରେ ଦିଲ୍ଲୀରୁ ଆଇଏଏସ୍ ଦମ୍ପତ୍ତିଙ୍କର ବଦଳି ହୋଇଯାଇଥିଲା। ସଞ୍ଜିବଙ୍କୁ ଲଦ୍ଦାଖ ବଦଳି କରିଦିଆଯାଇଥିବା ବେଳେ ତାଙ୍କ ପତ୍ନୀଙ୍କୁ ଅରୁଣାଚଳ ପ୍ରଦେଶ ବଦଳି କରିଦିଆଯାଇଥିଲା।  

ଝିଅ ବାହାଘର ପାଇଁ ଲକରରେ ଥିଲା ୧୮ ଲକ୍ଷ ଟଙ୍କା, ସବୁ ଖାଇଗଲେ ଉଇ

   Related Posts