ପୁରୀରେ ସାମାଜିକ ପ୍ରଭାବ ସର୍ବେକ୍ଷଣ ଆରମ୍ଭ : ଘରକୁ ଘର ଯାଇ ଆଲୋଚନା କରୁଛନ୍ତି ଶିକ୍ଷାନବୀସ ଆଇଏସ୍ ଟିମ୍…
30/09/2019 at 4:00 PM

ପୁରୀ ୩୦/୯: ଶ୍ରୀମନ୍ଦିର ଚାରିପାଖରେ ଭୂମି ଅଧିଗ୍ରହଣ ଲାଗି ସାମାଜିକ ପ୍ରଭାବ ସର୍ବେକ୍ଷଣ ଆରମ୍ଭ ହୋଇଛି । ୫ଜଣ ଶିକ୍ଷାନବୀସ ଆଇଏସଙ୍କୁ ଗଠନ ହୋଇଥିବା ଟିମ୍ ଏହି ସର୍ବେକ୍ଷଣ କରୁଛନ୍ତି । ଶ୍ରୀମନ୍ଦିର ଉତ୍ତର ଓ ଦକ୍ଷିଣ ଦ୍ବାର ପାଖରୁ ୭୫ ମିଟର ମଧ୍ୟରେ ସର୍ବେକ୍ଷଣ ଚାଲିଛି ।
ଉଚ୍ଛେଦ ଯୋଗୁ ପ୍ରଭାବିତ ହେବାକୁ ଥିବା ଲୋକଙ୍କ ପାଖକୁ ଯାଇ ଭୂମି ଅଧିଗ୍ରହଣ ନିୟମାବଳୀ ସଂପର୍କରେ ଆଲୋଚନା କରିବେ । ପୁରୀ ବାସେଳି ସାହି, ମଣିକର୍ଣ୍ଣିତା ସାହି, କାଳିକାଦେବୀ ସାହି, ଦୋଳମଣ୍ଡପ ସାହି ଏବଂ ଚୁଡଙ୍ଗ ସାହିରେ ଜମି ଅଧିଗ୍ରହଣ କରାଯିବ । ଏଥିଲାଗି ନବକୃଷ୍ଣ ଚୌଧୁରୀ ସେଣ୍ଟର ଫର୍ ଡେଭଲେପମେଣ୍ଟର ଅଧୀନରେ ଏସଆଇଏ ସଂସ୍ଥା ସର୍ବେକ୍ଷଣ କରୁଛି ।
Related Posts
ଶିମିଳିପାଳ ଉପରମୁଣ୍ଡରେ ପ୍ରବଳ ବର୍ଷା, ଖୋଲିଲା କାଳ ଡ୍ୟାମ୍ ଗେଟ୍
14 August 2022
ବର୍ଷାରେ ଭିଜି ଭିଜି ଛାତ୍ରଛାତ୍ରୀଙ୍କ ବିରାଟ ତ୍ରିରଙ୍ଗା ଶୋଭାଯାତ୍ରା
14 August 2022