ପିଲାଦିନେ ହରାଇଥିଲେ ଶ୍ରବଣ ଶକ୍ତି, ଜ୍ୱରରେ ଦେଇଥିଲେ ୟୁପିଏସସି ପରୀକ୍ଷା: ସାରା ଦେଶରେ ୯ମ ରାଙ୍କ୍ ହାସଲ କଲେ ଆଇଏଏସ ସୌମ୍ୟା

Published By : Prameya-News7 Bureau | March 03, 2020 IST

ନୂଆଦିଲ୍ଲୀ ମାର୍ଚ୍ଚ ୦୩:  ଲକ୍ଷ୍ୟ ସ୍ଥିର ଥିଲେ ସଫଳତା ଆପେଆପେ ଆସିଥାଏ। କିନ୍ତୁ ଏହି ସଫଳତା ପାଇବା ପାଇଁ କଠିନ ପରିଶ୍ରମ କରିବା ଆବଶ୍ୟକ। ଯେତେ ବାଧାବିଘ୍ନ ଆସିଲେ ମଧ୍ୟ ଲକ୍ଷ୍ୟପଥରୁ ନହଟିଲେ ଯେକେହି ବି ଆଗକୁ ଯାଇପାରିବ। ଏହାର ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ୨୦୧୮ ବ୍ୟାଚର ଆଇଏଏସ ଅଫିସର ସୌମ୍ୟା ଶର୍ମା।

ସୌମ୍ୟା ପିଲାଦିନୁ ଭଲ ପାଠ ପଢିବା ସହ ଅନେକ ପ୍ରତିଭାର ଅଧିକାରୀ ଥିଲେ। କିନ୍ତୁ ଜୀବନ ତାଙ୍କର ଗୋଟିଏ ପରେ ଗୋଟିଏ ପରୀକ୍ଷା ନେଇଥିଲା। ସେ ସ୍କୁଲରେ ପାଠ ପଢୁଥିବା ବେଳେ ଅଗଷ୍ଟ ୨୦୧୦ରେ ତାଙ୍କ ଶ୍ରବଣ ଶକ୍ତି ସମ୍ପୂର୍ଣ୍ଣ ଭାବେ ଚାଲିଯାଇଥିଲା। ଯାହା ତାଙ୍କୁ ଓ ପରିବାରକୁ ଏକ ବଡ ଝଟକା ଦେଇଥିଲା। କିନ୍ତୁ ସେ ୟୁପିଏସସି ପରୀକ୍ଷାରେ ସଂରକ୍ଷଣର ଫାଇଦା ନଉଠାଇ ସାଧାରଣ ପରୀକ୍ଷାର୍ଥୀ ଭାବେ ପରୀକ୍ଷା ଦେଇଥିଲେ। ସେ ସାରା ଭାରତରେ ନବମ ରାଙ୍କ୍ ପାଇ ସୁନାମ ଆଣିଥିଲେ। ଦିଲ୍ଲୀରେ ବଢିଥିବା ସୌମ୍ୟା କେବେ ହେଲେ ଆଇଏଏସ ଅଫିସର ହେବେ ବୋଲି ଭାବିନଥିଲେ। ତାଙ୍କ ମାତା  ପିତା ଡାକ୍ତର ଥିଲେ। ସେ ମାଟ୍ରିକ ପାସ କରିବା ପରେ ଓକିଲାତି ପଢିବାକୁ ଚାହିଁଥିଲେ। ଏଥିପାଇଁ ସେ ଦିଲ୍ଲୀ ନ୍ୟାଶନାଲ ଆଇନ ବିଶ୍ୱବିଦ୍ୟାଳୟରେ ଆଡମିଶନ କରିଥିଲେ।

{"id":232142,"width":753,"height":848,"sizeSlug":"large"}

ଶ୍ରବଣ ଶକ୍ତି ହରାଇବା ପରେ ସେ ପ୍ରଥମେ ନାନା ସମସ୍ୟାର ସମ୍ମୁଖୀନ ହେଉଥିଲେ। ଅଧିକାଂଶ ସମୟରେ ସେ ହସ୍ପିଟାଲରେ ସମୟ କାଟୁଥିଲେ। ପରେ ପରିବାର, ବନ୍ଧୁ ଓ ପ୍ରଯୁକ୍ତିବିଦ୍ୟା ସାହାଯ୍ୟରେ ଏହି ସମସ୍ୟାରୁ ବାହାରକୁ ଆସିଥିଲେ। ତେବେ ଆଇଏଏସ ହେବା ପାଇଁ ସେ ଆଇନ ପଢିବା ସମୟରେ ଚିନ୍ତା କରିଥିଲେ। ପରେ ଏହା ତାଙ୍କର ଲକ୍ଷ୍ୟ ହୋଇଯାଇଥିଲା। ୨୦୧୭ରେ ସେ ସିଭିଲ ସର୍ଭିସ ପରୀକ୍ଷା ଦେବା ପାଇଁ ଚିନ୍ତା କରିଥିଲେ।ସେ ନିଜ କଲେଜର ଶେଷ ସେମିଷ୍ଟାର ଦେବାର ୧୬ ଦିନ ପରେ ସିଭିଲ ସର୍ଭିସ ପରୀକ୍ଷା ଦେଇଥିଲେ। ପ୍ରିଲିମରେ ପାସ୍ କରିବା ପରେ ମେନ୍ ପରୀକ୍ଷା ଦେଇଥିଲେ। କିନ୍ତୁ ପରୀକ୍ଷା ସମୟରେ ତାଙ୍କୁ ଖୁବ ଜୋରରେ ଜ୍ୱର ହୋଇଥିଲା। ପରୀକ୍ଷା ଦେଇ ଘରକୁ ଫେରିବା ପରେ ତାଙ୍କ ଶରୀରର ତାପମାତ୍ର ୧୦୨ ଡିଗ୍ରୀ ରହିଥିଲା। କାରଣ ଯେକୌଣସି ଶାରୀରିକ ଅକ୍ଷମତା ଥିଲେ ମଧ୍ୟ ସେ ପଛକୁ ହଟିବା ପାଇଁ ଚାହିଁନଥିଲେ। ଶେଷରେ ଫଳାଫଳ ପ୍ରକାଶିତ ହେବା ପରେ ସାରା ଦେଶରେ ତାଙ୍କୁ ୯ମ ରାଙ୍କ ପ୍ରାପ୍ତ ହୋଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.