'ସ୍କୁଲରୁ ଆସିବା ପରେ ଛେଳି ଚରାଇବାକୁ ଯାଉଥିଲି' : ପିଲାଦିନର ସ୍ମୃତି ବଖାଣିଲେ ଆଇଏଏସ ଅଫିସର

Published By : Prameya-News7 Bureau | April 06, 2022 IST

ନୂଆଦିଲ୍ଲୀ, ୦୬।୦୪ : ଆଇଏଏସ, ୟୁପିଏସସି ଲାବାସ୍‌ନା । ଏ ସବୁ ଦେଶର ଅଧିକାଂଶ ଯୁବପୀଢି ଓ ଛାତ୍ରଛାତ୍ରୀଙ୍କ ସ୍ୱପ୍ନ ହୋଇଥାଏ । ୟୁପିଏସସି ପରୀକ୍ଷା ଦେଇ  ରାଙ୍କ୍ ପାଇବାଠୁ ଆରମ୍ଭ କରି ଲାବସନାରେ ତାଲିମ ଓ ପରେ ଆଇଏଏସ ଅଧିକାରୀ ଯାଏଁ ଲମ୍ବା ପ୍ରକ୍ରିୟା । ଅନେକ ଛାତ୍ରଛାତ୍ରୀ ଏଥିରେ ହୁଅନ୍ତି ସଫଳ । ପୁରା କରନ୍ତି ନିଜର ସ୍ପପ୍ନ । ହେଲେ ସହଜ ନଥାଏ ଆଇଏଏସ ପାଇବା । କଠିନ ପରିଶ୍ରମ କରିବାକୁ ପଡେ । ଅନେକ ପ୍ରତିକୂଳ ପରିସ୍ଥିତି ମଧ୍ୟ ଆସିଥାଏ । କିନ୍ତୁ ସବୁ ବାଧାବିଘ୍ନକୁ ପଛରେ ପକାଇ ଯେଉଁ କେତେଜଣ ସଫଳ ହୋଇଥାନ୍ତି, ସେମାନେ ଅନ୍ୟମାନଙ୍କ ପାଇଁ ପାଲଟନ୍ତି ପ୍ରେରଣା ଓ ସାଜନ୍ତି ଉଦାହରଣ । ଏପରି ଜଣେ ଆଇଏଏସ ଅଧିକାରୀ ହେଲେ ରାମ ପ୍ରକାଶ । ରାଜସ୍ଥାନ କ୍ୟାଡରର ଏହି ଅଧିକାରୀ ଜଣଙ୍କ ନିଜ ପିଲାଦିନ ସହ ଜଡିତ କିଛି ସ୍ମୃତି ସୋସିଆଲ ମିଡିଆରେ ସେୟାର କରିଛନ୍ତି  । ଯେଉଁଥିରୁ ତାଙ୍କ ପିଲାଦିନ ବିଷୟରେ ଜାଣି ୟୁଜରମାନେ ଭାବୁକ ହୋଇଯାଇଛନ୍ତି । ତାଙ୍କ ଟ୍ୱିଟକୁ ଅନେକ ପ୍ରଶଂସା ମଧ୍ୟ କରିଛନ୍ତି ।

wp:html /wp:html

ଆଇଏଏସ ରାମ ପ୍ରକାଶ ଟ୍ୱିଟରରେ ଲେଖିଛନ୍ତି ଯେ, ସେ ପିଲାଦିନେ ୫ରୁ ୬ଜଣ ଛେଳି ଚରାଇବାକୁ ଯାଇଥିଲେ । ସେଠାରେ ସେମାନେ ଏକ ଆମ୍ବ ଗଛ ଡାଳରେ ଝୁଲୁଥିଲେ । କିନ୍ତୁ ହଠାତ ଡାଳଟି ଭାଙ୍ଗି ଯାଇଥିଲା । କେହି ଏଥିରେ ଆହତ ହୋଇନଥିଲେ । କିନ୍ତୁ ଛୋଟପିଲା ଥିବାରୁ ଘର ଲୋକଙ୍କଠୁ ମାଡ ଖାଇବାର ଭୟ ବି ରହିଥିଲା । ତେଣୁ ସେମାନେ ଚୁପଚାପ ସେ ଭଙ୍ଗା ଡାଳକୁ ଲୁଚାଇ ଦେଇଥିଲେ । ଯେପରି ଗଛର ଡାଳ ଭାଙ୍ଗିଥିବା ବିଷୟରେ କେହି କିଛି ଜାଣିପାରିବେ ନାହିଁ । ଏହି ଘଟଣା ବାବଦରେ କହିବା ପରେ ଗଣମାଧ୍ୟମରେ ଆଇଏଏସ ରାମ ପ୍ରକାଶ ଏହା ପଛର କାହାଣୀ ବାବଦରେ ମଧ୍ୟ କହିଛନ୍ତି ।

wp:html /wp:html

ସେ କହିଛନ୍ତି ଯେ, ସେ ଉତ୍ତର ପ୍ରଦେଶ ନିର୍ଜାପୁରର ଅମୁଜା ବଜାର ନିକଟରେ ଥିବା ଏକ ଗ୍ରାମରେ ପିଲାଦିନେ ରହୁଥିଲେ । ପାଠ ପଢା ସହ ସେ ନିଜେ ଛେଳି ଚରାଇବାକୁ ଯାଉଥିଲେ । ସ୍କୁଲ ସାରିବା ପରେ ଛେଳି ଚରାଇବାକୁ ଯିବା ତାଙ୍କର ନିତି ଦିନିଆ କାମ ଥିଲା । ତେବେ ଧିରେଧିରେ ସେ ଅଧିକ ପାଠ ପଢିବା ସହ ବାରଣାସୀରେ ଉଚ୍ଚଶିକ୍ଷା ଶେଷ କରିଥିଲେ । ୨୦୦୭ରେ ସେ ଦ୍ୱାଦଶ ପାସ୍ କରିବା ପରେ ସ୍ନାତକତ୍ତୋର ଶେଷ କରିଥିଲେ । ଏହାପରେ ଷଷ୍ଠ ପ୍ରୟାସରେ ସିଭିଲ ସର୍ଭିସ ପରୀକ୍ଷାରେ ଉତ୍ତୀନ୍ନ ହୋଇଥିଲେ । ତାଙ୍କୁ ୧୬୨ ରାଙ୍କ୍ ମିଳିଥିଲା । ୨୦୨୫ରୁ ସେ ୧୦୪୧ ନମ୍ବର ପାଇଥିଲେ ।

wp:html /wp:html

ରାମ ପ୍ରକାଶଙ୍କ କାହାଣୀ ପରେ ଏପରି ଟ୍ୱିଟ୍ କଲେ ୟୁଜର୍ସ

ରାମ ପ୍ରକାଶଙ୍କ ଟ୍ୱିଟକୁ ୨୫୦୦ରୁ ଅଧିକ ୟୁଜର ଲାଇକ୍ କରିଛନ୍ତି । ଅନେକ ତାଙ୍କ ଟ୍ୱିଟରେ ନିଜ ପିଲାଦିନର କାହାଣୀ ମଧ୍ୟ ସେୟାର କରିଛନ୍ତି । ଆଉ କିଛି ୟୁଜର ରାମ ପ୍ରକାଶଙ୍କ କାହାଣୀକୁ ଅନ୍ୟମାନଙ୍କ ପାଇଁ ପ୍ରେରଣା ବୋଲି ଦର୍ଶାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.