ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଲିସକୁ ସଫଳତା, ନକଲି ସୁନା ଦେଇ ଋଣ କରି ୫୨ ଲକ୍ଷ ଟଙ୍କା ଠକେଇ ଘଟଣାର ପର୍ଦାଫାସ
  • ||
  • ଖଲ୍ଲିକୋଟ ଉଚ୍ଚ ବିଦ୍ୟାଳୟରେ ରାଗିଂ ଘଟଣା, ୭ ଛାତ୍ରଙ୍କୁ ବହିଷ୍କାର କଲେ ଅଧ୍ୟକ୍ଷ
  • ||

ବିମାନରେ ଗୁଟ୍‌କା ଛେପ ଦେଖି ଫଟୋ ଟ୍ୱିଟ୍ କଲେ IAS ଅଫିସର; ଲେଖିଲେ, କେହି ଜଣେ ନିଜ ପରିଚୟ ଛାଡ଼ିଯାଇଛି, ଇଣ୍ଟରନେଟ୍‌ରେ ଭାଇରାଲ୍

26/05/2022 at 7:08 PM

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଦେଶରେ ଯେତେ ସ୍ୱଚ୍ଛ ଅଭିଯାନ ଚଳାଇଲେ ବି ପ୍ରକୃତିର ଅଭ୍ୟସ୍ତ ଭାରତୀୟ ଲୋକ ନିଜ କୁଅଭ୍ୟାସ ଛାଡ଼ିପାରୁ ନାହାନ୍ତି। ରାସ୍ତାଘାଟ, ଦେବାଳୟ ହେଉ କିମ୍ବା କାର୍ଯ୍ୟାଳୟ ଯେଉଁଠି ପାରିଲେ ଥୁ୍ କରିଦେଲେ। ପାନ ଓ ଗୁଟକା ଛେପରେ କାନ୍ଥରେ ଅସନା ଚିତ୍ରଟିଏ ଆଙ୍କି ହୋଇଗଲେ ପାନୁଆ ପାଟିର ମନଖୁସ୍।

ଏଭଳି ଗୁଟକା ଓ ପାନ ଚୋବାଇ ଏଣେ ତେଣେ ଥୁ କରୁଥିବା ମୁହଁମାନେ ଏବେ ମଝିଆକାଶରେ ଉଡ଼ୁଥିବା ବିମାନରେ ଥୁ କରିବା ଅଭ୍ୟାସ କଲେଣି। ରାସ୍ତାଘାଟ ଅଳିଆ କରି ମନ ବୁଝିଲାନି ଯେ ଏବେ ସିଧା ବିମାନରେ ଗୁଟ୍‌କା ଛେପ ପକାଉଛନ୍ତି। ଏଭଳି ଏକ ଦୃଶ୍ୟକୁ ନିଜ ମୋବାଇଲ୍  ଉଠାଇ ଟ୍ୱିଟ୍ କରିଛନ୍ତି ଆଇଏସ୍ ଅଫିସର ଅଶ୍ୱନୀ ଶରଣ। ସେ ଗୁଟକା ପଡ଼ିଥିବା ବିମାନ ୱିଣ୍ଡୋର ଫୋଟକୁ ଟ୍ୱିଟ୍ କରି ଲେଖିଛନ୍ତି ” କେହି ଜଣେ ନିଜ ପରିଚୟ ଛାଡ଼ିଯାଇଛି ଏଇଠି।”

ଶରଣ ଟ୍ୱିଟ୍ କରିଥିବା ଫଟୋରେ ବିମାନର ୱିଣ୍ଡୋ ତଳକୁ କେହି ଜଣେ କୁଅଭ୍ୟାସଗତ ବ୍ୟକ୍ତି ଗୁଟ୍‌କା ଛେପ ଫିଙ୍ଗିଥିବାର ଦେଖାଯାଉଛି। ଫଟୋ ଟ୍ୱିଟରରେ ଅପଲୋଡ ହେବା ପରେ ଏହା ଭାଇରାଲ ହେଉଛି। ନେଟିଜେନ୍ସମାନେ ମଧ୍ୟ ମଜାଦାର ପ୍ରତିକ୍ରିୟା ଦେଉଛନ୍ତି। ଖବର ଲେଖାଯିବା ସୁଦ୍ଧା ଫଟୋଟିକୁ ୧୩ ହଜାର ଲାଇକ୍ ମିଳିଲାଣି।

   Related Posts